ETV Bharat / bharat

ଭାରତୀୟ ପାଇଲଟଙ୍କୁ ଛାଡିଦିଅ: ପୂର୍ବତନ ପାକ ପ୍ରଧାମନ୍ତ୍ରୀଙ୍କ ନାତୁଣି - Indian pilot

ଭାରତୀୟ ପାଇଲଟଙ୍କୁ ଛାଡିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଫଲିକାର ଅଲ୍ଲୀ ଭୁଟ୍ଟୋଙ୍କ ନାତୁଣି ଫତିମା ଭୁଟ୍ଟୋ ଦାବି କରିଛନ୍ତି । ଏ ନେଇ ସେ ଟ୍ବିଟ୍ କରିଛନ୍ତି ।

ଡିଜାଇନ ଫଟୋ
author img

By

Published : Feb 28, 2019, 1:20 PM IST

ନୂଆଦିଲ୍ଲୀ: ଭାରତୀୟ ପାଇଲଟ ଅଭିନନ୍ଦନଙ୍କୁ ଛାଡିବା ପାଇଁ ପାକ ପ୍ରଧାନମନ୍ତ୍ରୀଙ୍କୁ ଦାବି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୁଫଲିକାର ଅଲ୍ଲୀ ଭୁଟ୍ଟୋଙ୍କ ନାତୁଣି ଫତିମା ଭୁଟ୍ଟୋ ଏହି ଦାବି କରିଛନ୍ତି । ଏ ନେଇ ସେ ଟ୍ବିଟ୍ କରି ଜଣାଇଛନ୍ତି ।

ଗତ ବୁଧବାର ପାକିସ୍ତାନ ଯୁଦ୍ଧ ବିମାନ ଭାରତ ସୀମାରେ ପ୍ରବେଶ କରିବା ପରେ ଭାରତ ପକ୍ଷରୁ କଡା ଜବାବ ଦିଆଯାଇଥିଲା । ଭାରତ ଜବାବରେ ପାକର ଏଫ୍‌-୧୬ ଯୁଦ୍ଧ ବିମାନ ମଧ୍ୟ ଖସି ପଡ଼ିଥିଲା । ତେବେ ଏହି ସମୟରେ ଭାରତର ମିଗ୍ -21ର ପାଇଲଟ ଅଭିନନ୍ଦନଙ୍କୁ ପାକିସ୍ତାନ ଗିରଫ କରିଥିବା ନେଇ ଦାବି ହୋଇଥିଲା ।

ସେ ଟ୍ବିଟ୍ କରି ଲେଖିଛନ୍ତି, ଶାନ୍ତି ମାନବିକତା ପ୍ରତିଷ୍ଠା ପାଇଁ ଭାରତୀୟ ପାଇଲଟଙ୍କୁ ଛାଡିଦେବା ଉଚିତ୍ । ଏଥିସହ ସେ ଏକ ପ୍ରତିଷ୍ଠିତ ଖବର କାଗଜରେ ମଧ୍ୟ ଲେଖିଛନ୍ତି, ଉଭୟ ଭାରତ ଓ ପାକିସ୍ତାନ ପାଖରେ ପରମାଣୁ ଶକ୍ତିର କ୍ଷମତା ରହିଛି । ପୂର୍ବରୁ ଆମ ସେନା ଯୁଦ୍ଧର ସାମ୍ନା ମଧ୍ୟ କରିଛି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ହେବାର ପରିସ୍ଥିତି ଉପୁଜି ଥିବା ବେଳେ କିଛି ଲୋକ ଏହାକୁ କିପରି ସୋସିଆଲ ମିଡିଆରେ ସେଲିବ୍ରେଟ କରୁଛନ୍ତି ତାହାକୁ ନେଇ ଫତିମା ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

Intro:Body:

ଶସ୍ତା ହେବ କ୍ୟାନସର ଔଷଧ 

ନୂଆଦିଲ୍ଲୀ: ଶସ୍ତା ହେବ କ୍ୟାନସର ଔଷଧ । କ୍ୟାନସର ରୋଗକୁ ମୁକାବିଲା କରିବା ପାଇଁ ବଜାରରେ ମିଳୁଥିବା ଔଷଧର ଦର ନିୟନ୍ତ୍ରଣ ହେବ । ଏନେଇ ବୁଧବାର ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ(NPA) ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି । ସରକାରଙ୍କ ଏହି ନିଷ୍ପତ୍ତି ଅନୁସାରେ, ବଜାରରେ ଉପଲବ୍ଧ ଥିବା ପ୍ରାୟ 42 ପ୍ରକାର ଔଷଧର ଦର ଶସ୍ତା ହେବ । 

ଏନପିଏ କ୍ୟାନସର, ମଧୁମେହ, ରକ୍ତଚାପ, ସଂକ୍ରମଣ, ଦେହର ପୀଡା ସହିତ 36 ପ୍ରକାର ଔଷଧର ଦର ନିୟନ୍ତ୍ରଣ ପାଇଁ ଆଦେଶ ଦେଇଛନ୍ତି । ତେବେ ଆସନ୍ତା 8 ତାରିଖରୁ ନୂଆ ଦର ଲାଗୁ ହେବ । ବଜାରରେ ନୂତନ ଦରର ଔଷଧ ଉପଲବ୍ଧ କରିବା ପାଇଁ ସରକାର ଔଷଧ ନିର୍ମାତା କମ୍ପାନୀ ଗୁଡିକୁ 7 ଦିନର ସମୟ ଦେଇଛନ୍ତି । ଏଥିସହ ଏହାର ସମ୍ପୂର୍ଣ୍ଣ ତଥ୍ୟ ସରକାରଙ୍କୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । 

ଦେଶରୁ ଅନେକ ଲୋକ ବର୍ତ୍ତମାନ କ୍ୟାନସର ରୋଗରେ ପୀଡିତ । ତେଣୁ କ୍ୟାନସର ଔଷଧ ନିର୍ମାତା କମ୍ପାନୀ ଗୁଡିକ ଔଷଧ ଗୁଡିକୁ ଚଢା ଦରରେ ବିକ୍ରି କରୁଛନ୍ତି । ଯାହା ଫଳରେ ସାଧାରଣଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଯାହାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି । 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.