ନୂଆଦିଲ୍ଲୀ: ଦିଲ୍ଲୀର ଶାହୀନବାଗ୍ ଫାୟାରିଂ କରିଥିବା କପିଲ ଗୁଜ୍ଜରଙ୍କ ସମ୍ପର୍କ ଆମ ଆଦମୀ ପାର୍ଟି(ଆପ୍) ସହ ରହିଥିବାର ଦିଲ୍ଲୀ ପୋଲିସ ଦାବି କରୁଛି । ହେଲେ ଏହାକୁ ସମ୍ପୂର୍ଣ୍ଣ ଖାରଜ କରିଛନ୍ତି କପିଲର ପିତା ଓ ଭାଇ । ତାଙ୍କର କହିବା ଅନୁସାରେ, ‘ତାଙ୍କର ଆମ ଆଦମୀ ପାର୍ଟି ସହ କୌଣସି ସମ୍ପର୍କ ନାହିଁ । ଦିଲ୍ଲୀ ପୋଲିସର ସୂଚନା ସମ୍ପୂର୍ଣ୍ଣ ଭୁଲ।’
ଏହା ସହିତ ସେମାନେ ଆହୁରି ମଧ୍ୟ କହିଛନ୍ତି ,‘ଯଦି କେହି ଆମ ପାଖକୁ ଆସିବେ ଆମେ ତାଙ୍କର ସମ୍ମାନ କରିବୁ, ସେମାନେ ମଧ୍ୟ ଆମ ପାଖକୁ ଆସିଥିଲେ ଓ ଆମେ ତାଙ୍କର ସମ୍ମାନ କରିବୁ ହେଲେ ଆମେ କୌଣସି ଦଳରେ ସାମିଲ ହୋଇନାହୁଁ । ’
ଦିଲ୍ଲୀ ପୋଲିସର କହିବା ଅନୁସାରେ, ଫାୟାରିଂ କରିଥିବା କପିଲ ଗୁଜର ଆମ ଆଦମୀ ପାର୍ଟିର ସଦସ୍ୟ । ପୋଲିସ ଦାବି ଥିଲା ଯେ, କପିଲ ଗୁଜ୍ଜରର ପିତା 2019ରେ ପ୍ରାରମ୍ଭରେ ଆମ ଆଦମୀ ପାର୍ଟିର ସଦସ୍ୟତା ଗ୍ରହଣ କରିଥିଲେ । ଅନ୍ୟପକ୍ଷେ କପିଲ ଗୁଜରର ଫୋନରୁ କିଛି ଫଟୋ ପାଇଥିଲା କ୍ରାଇମବ୍ରାଞ୍ଚ । ଫଟୋରେ କପିଲ ଗୁଜର ଓ ପିତା ଗଜେ ସିଂହ ଆମ ଆଦମୀ ପାର୍ଟିର ନେତା ଆତିଶୀ, ସାଂସଦ ସଞ୍ଜୟ ସିଂହଙ୍କ ସହ ନଜର ଆସିଥିଲେ ।