ETV Bharat / bharat

5 ବର୍ଷର ଝିଅକୁ ହତ୍ୟା କରି ନିଜେ ଆତ୍ମହତ୍ୟା କଲା ବାପା - Father committed suicide after hanging his 5 year old daughter!!

ସ୍ତ୍ରୀର ଅବୈଧ ସମ୍ପର୍କକୁ ନେଇ ନିଜ 5 ବର୍ଷର ଝିଅକୁ ବେକରେ ରଶି ଲଗାଇ ହତ୍ୟା କରିବା ପରେ ନିଜେ କଲା ଆତ୍ମହତ୍ୟା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଚିତ୍ତୋର ସହରରେ ।

5 ବର୍ଷର ଝିଅକୁ ହତ୍ୟା କରି ନିଜେ ଆତ୍ମ ହତ୍ୟା କଲା ବାପା

author img

By

Published : Sep 4, 2020, 8:21 PM IST

ଅମରାବତୀ: ନିଜ 5 ବର୍ଷର ଝିଅକୁ ବେକରେ ରଶି ଲଗାଇ ହତ୍ୟା କରିବା ପରେ ନିଜେ କଲା ଆତ୍ମହତ୍ୟା । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ଚିତ୍ତୋର ସହରରେ ।

ତେବେ ଗଣେଶ କୋରିୟର ବଏ ଭାବରେ କାମ କରନ୍ତି । ପ୍ରାଥମିକ ଅନୁସନ୍ଧାନ ପରେ ପୋଲିସ କହିଛି, "ଗଣେଶ ତାଙ୍କ ପତ୍ନୀ ଦିବ୍ୟାଙ୍କୁ ତାଙ୍କ ଅବୈଧ ସମ୍ପର୍କ ବିଷୟରେ ଅନେକ ଥର ପ୍ରଶ୍ନ କରିଥିଲେ। ଶେଷରେ ସେ ଧୈର୍ଯ୍ୟ ହରାଇ ଆତ୍ମହତ୍ୟା କରିଥିଲେ । ପୋଷ୍ଟମର୍ଟମ ପାଇଁ ପୋଲିସ ମୃତଦେହକୁ ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଛି ।

ଗଣେଶଙ୍କ ଆତ୍ମହତ୍ୟା ପୂର୍ବରୁ ତାଙ୍କ ଫୋନରେ ରେକର୍ଡ ହୋଇଥିବା ସେଲଫି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ତାଙ୍କ ପତ୍ନୀଙ୍କ ଅବୈଧ ସମ୍ପର୍କକୁ ନେଇ ଗଣେଶ ତାଙ୍କର ଉଦବେଗ ପ୍ରକାଶ କରିଥିଲେ ।

ସେ ତାଙ୍କ ପତ୍ନୀଙ୍କ ସମ୍ପର୍କକୁ ପସନ୍ଦ କରୁ ନଥିଲେ । ଏଥିପାଇଁ ତାଙ୍କୁ ଛାଡପତ୍ର ଦେଇଥିଲେ । ଏହାସହ ସେ ତାଙ୍କ ଝିଅକୁ ନିର୍ଯ୍ୟାତନା ଦେଉଥିଲେ ବୋଲି ଭିଡିଓରେ କହିଛନ୍ତି । ସେ ଆହୁରୀ ମଧ୍ୟ କହିଥିଲେ ଯେ ତାଙ୍କ ପାଞ୍ଚ ବର୍ଷର ଝିଅ କାର୍ତ୍ତିକା ତାଙ୍କ ପତ୍ନୀଙ୍କ ପ୍ରେମିକ ଦ୍ବାରା ଯୌନ ଉତ୍ପୀଡ଼ନର ଶିକାର ହୋଇଥିଲେ । ଗଣେଶ ପ୍ରଥମେ ଏହି ଭିଡିଓକୁ ତାଙ୍କ ସାଙ୍ଗମାନଙ୍କ ନିକଟକୁ ପଠାଇଥିଲେ । ତା’ପରେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.