ଶ୍ରୀନଗର: କରୋନା ଭାଇରସକୁ ଆଖି ଆଗରେ ରଖି ନ୍ୟାସନାଲ କନଫରେନ୍ସ ମୁଖ୍ୟ ଫାରୁଖ୍ ଅବଦ୍ଦୁଲା ଗୁରୁବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜମ୍ମୁ-କଶ୍ମୀରରେ ଇଣ୍ଟରନେଟ ସେବା ପୁନଃ ସ୍ଥାପନ କରିବାକୁ ଚିଠି ଜରିଆରେ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ସମ୍ବୋଧିତ କରି ଫାରୁଖ କହିଛନ୍ତି ଯେ, ବୁଧବାର କାଶ୍ମୀରରେ ‘କୋଭିଡ-19’ର ପ୍ରଥମ ମାମଲା ସାମ୍ନାକୁ ଆସିଛି । ଯେଉଁ କାରଣରୁ ଅଧିକାରୀମାନେ ଘାଟିର ମୁଖ୍ୟ ସ୍ଥାନ ଗୁଡିକୁ ବନ୍ଦ କରିଛନ୍ତି । ତେବେ 2019 ଅଗଷ୍ଟ 5 ତାରିଖରୁ ବନ୍ଦ ଥିବା ଏହି ସେବା ପାଇଁ ବଜାର ଓ ଛାତ୍ରଛାତ୍ରୀ ମାନେ ବହୁ ସମସ୍ୟା ଭୋଗୁଛନ୍ତି ।
ଚିଠିରେ କରୋନା ଯୋଗୁଁ ଅଫିସ ନଆସି ଘରେ କାମ କରିବାକୁ ଉଲ୍ଲେଖ କରାଯାଇଛି । କିନ୍ତୁ ଘାଟିରେ 2ଜି ଇଣ୍ଟରନେଟ ସ୍ପିଡ ଓ ସୀମିତ ଫିକ୍ସ ଇଣ୍ଟରନେଟ ସହ କାମ କରିବା ସମ୍ଭବ ନୁହେଁ । ତେଣୁ ଫାରୁଖ କହିଛନ୍ତି ଯେ, ମୋର ଅନୁରୋଧ ଲୋକଙ୍କ ସମସ୍ୟା କମ୍ କରିବା ପାଇଁ ଯେତେ ସମ୍ଭବ ଘାଟିରେ 4ଜି ଇଣ୍ଟରନେଟ ସେବା ପୁନଃଆରମ୍ଭ କରାଯାଉ ।
@IANS