ଶ୍ରୀନଗର: ଜାମିନ ପାଇଲେ ନ୍ୟାସନାଲ କନଫରେନ୍ସ ସଭାପତି ଫାରୁକ ଅବଦୁଲ୍ଲାଙ୍କ ଭଉଣୀ ଓ ଝିଅ । ଭଉଣୀ ସୁରୈୟା ଓ ଝିଅ ସୁଫିଆ ବୁଧବାର ରାତିରେ ମୁକୁଳିଛନ୍ତି । ଧାରା 370 ଉଚ୍ଛେଦକୁ ବିରୋଧ କରି ଶ୍ରୀନଗରରେ ବିରୋଧ ପ୍ରଦର୍ଶନ କରୁଥିବା ସମୟରେ ପୋଲିସ ଦୁହିଁଙ୍କୁ ଗିରଫ କରିଥିଲା ।
ମଙ୍ଗଳବାର, ଫାରୁକ ଅବଦୁଲ୍ଲାଙ୍କ ଭଉଣୀ ସୁରୈୟାଙ୍କ ସମେତ ଅନେକ ମହିଳା ଧାରା 370 ଉଚ୍ଛେଦକୁ ବିରୋଧ କରି ଶ୍ରୀନଗରରେ ବିରୋଧ ପ୍ରଦର୍ଶନ କରିଥିଲେ । ସୂଚନା ଥାଉକି, ଜମ୍ମୁ ଓ କଶ୍ମୀରରୁ ଧାରା 370 ଉଚ୍ଛେଦ ପରେ ଫାରୁକ ଅବଦୁଲ୍ଲାଙ୍କୁ ଗୃହବନ୍ଦୀ ରଖାଯାଇଛି ।