ନୂଆଦିଲ୍ଲୀ: ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଫାରୁକ୍ ଅବଦୁଲ୍ଲା ରବିବାର କହିଛନ୍ତି ଯେ ଚୀନର ସହଯୋଗରେ ଜମ୍ମୁ କାଶ୍ମୀରରେ ଧାରା 370 ପୁଣି କାର୍ଯ୍ୟକାରୀ ହେବ । ସେ ଏହା ମଧ୍ୟ କହିଛନ୍ତି, ସେ ଧାରା 370 ଏବଂ ଧାରା 35ଏ ପୁନଃପ୍ରଣୟନ କରିବେ ଓ ଜମ୍ମୁ କାଶ୍ମୀରକୁ ରାଜ୍ୟ ମାନ୍ୟତା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ସଂସଦର ମୌସୁମୀ ଅଧିବେଶନରେ ଫାରୁକ୍ ଅବଦୁଲ୍ଲା ଅଗଷ୍ଟ 5, 2019 ପୂର୍ବସ୍ଥିତିର ପୁନରୁଦ୍ଧାର ପାଇଁ ଦାବି କରିଥିଲେ।
ଫାରୁକ୍ ଅବଦୁଲ୍ଲା କହିଛନ୍ତି, ‘ଆମେ କାଶ୍ମୀରର ପରିସ୍ଥିତି ସମ୍ପର୍କରେ କହିବା ପାଇଁ ସଂସଦରେ ସମୟ ମାଗିଛୁ କିନ୍ତୁ ଆମକୁ ସମୟ ଦିଆଯାଉ ନାହିଁ। ଦେଶବାସୀ ଜାଣନ୍ତୁ ଯେ ପ୍ରକୃତରେ କିପରି ଜୀବନଯାପନ କରୁଛନ୍ତି ଏବଂ ସେଠାରେ ପରିସ୍ଥିତି କ’ଣ ? ସେ ବାକି ଦେଶ ସହିତ ଆଗକୁ ଯାଇଛନ୍ତି କି’ ?
ସଂସଦ ଅଧିବେଶନ ସମୟରେ ସେ କହିଥିଲେ ଯେ କାଶ୍ମୀରରେ ସ୍ଥିତିରେ ସୁଧାର ଆସିନାହିଁ। ଦେଶର ବାକି ଦେଶରେ ଇଣ୍ଟରନେଟ୍ 4G ବ୍ୟବହାର କରୁଛି, 5G ଆସୁଛି କିନ୍ତୁ କାଶ୍ମୀର 2G ସହିତ କାମ କରୁଛି । ଏପରି ଅବସ୍ଥାରେ ଯୁବକ କିପରି ଆଗକୁ ବଢିବେ । ସେଠାକାର ପରିସ୍ଥିତି ବିଷୟରେ ଦେଶ ଜଣାଇବାକୁ ଚାହୁଁଛି ।
ସେ ଲୋକସଭାରେ ଏହା ମଧ୍ୟ କହିଛନ୍ତି ଯେ, ପାକିସ୍ତାନ ସହ ଭାରତ ବୁଝାମଣା କରିବା ଉଚିତ୍। ଯେପରି ଚୀନ୍ ସହିତ ବୁଝାମଣା କରିବାକୁ ଚେଷ୍ଟା କରାଯାଉଛି । ସେହିପରି ପାକିସ୍ତାନ ସହ ମଧ୍ୟ ଆଲୋଚନା ହେବା ଉଚିତ୍।