ETV Bharat / bharat

ଗୁପକାର ଘୋଷଣା: ଫାରୁକଙ୍କ ଘରେ 6 ଦଳର ବୈଠକ, ମେହବୁବା ସାମିଲ - ଗୁପକାର ଘୋଷଣା

ଗୁପକାର ଘୋଷଣାର ଆଗାମୀ ରଣନୀତି ପ୍ରସ୍ତୁତ ପାଇଁ ନ୍ୟାସନାଲ କନଫ୍ରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ଘରେ ବସିଛି ବଡ ବୈଠକ । ବୈଠକରେ ପିଡିପି ଅଧ୍ୟକ୍ଷ ମେହବୁବାଙ୍କ ସମେତ 6ଟି ଦଳର ନେତା ସାମିଲ ହୋଇଛନ୍ତି ।

ଗୁପକାର ଘୋଷଣା: ଫାରୁକଙ୍କ ଘରେ 6 ଦଳର ବୈଠକ, ମେହବୁବା ସାମିଲ

author img

By

Published : Oct 15, 2020, 6:00 PM IST

ଶ୍ରୀନଗର: ଜାମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତି ବନ୍ଦୀ ମୁକ୍ତ ହେବା ପରେ କେନ୍ଦ୍ରଶାସିତ ଅଞ୍ଚଳରେ ରାଜନୈତିକ ହଲଚଲ ଆରମ୍ଭ ହୋଇଯାଇଛି । ଗୁପକାର ଘୋଷଣାର ଆଗାମୀ ରଣନୀତି ପ୍ରସ୍ତୁତ ପାଇଁ ନ୍ୟାସନାଲ କନଫ୍ରେନ୍ସର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ଘରେ ବସିଛି ବଡ ବୈଠକ । ବୈଠକରେ ପିଡିପି ଅଧ୍ୟକ୍ଷ ମେହବୁବାଙ୍କ ସମେତ 6ଟି ଦଳର ନେତା ସାମିଲ ହୋଇଛନ୍ତି ।

ବୁଧବାର ଫାରୁର ଅବଦୁଲ୍ଲା ଓ ତାଙ୍କ ପୁଅ ଓମାର ଅବଦୁଲ୍ଲା ମେହବୁବାଙ୍କୁ ସାକ୍ଷାତ କରିଥିଲେ । ଦୀର୍ଘ 14 ମାସ ପରେ ମୁଫତିଙ୍କୁ ଗୃହବନ୍ଦୀରୁ ମୁକ୍ତି କରାଯାଇଛି ।

ଫାରୁକଙ୍କ ଘରେ ଜାରି ଏହି ବୈଠକରେ ଗୁପକାର ଚୁକ୍ତିକୁ ନେଇ ଆଲୋଚନା ହେଉଥିବା ଅନୁମାନ କରାଯାଉଛି । 4 ଅଗଷ୍ଟ 2019ରେ କାଶ୍ମୀରର ଗୁପକାର ରୋଡରେ ଥିବା ନ୍ୟାସନାଲ କନଫ୍ରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲାଙ୍କ ବାସଭବନରେ ଆଠଟି ରାଜନୈତିକ ଦଳ ଏକ ବୈଠକ କରିଥିଲେ । ଏହି ସମୟରେ ଘାଟିରେ ପ୍ରବଳ ସୁରକ୍ଷା ବାହିନୀ ମୁତୟନ ହୋଇଥିଲେ । ପର୍ଯ୍ୟଟକମାନଙ୍କୁ ଭ୍ରମଣ ଉପରେ ସେଠାରେ ରୋକ ଲଗାଇ ଦିଆଯାଇଥିଲା ।

ଏହି ବୈଠକରେ ସାମିଲ ନେତାମାନେ ଏକ ସଂକଳ୍ପ ପାରିତ କରିଥିଲେ, ଯାହାର ନାମ ଗୁପକାର ବୋଲି ଘୋଷଣା କରାଯାଇଥିଲା | 22 ଅଗଷ୍ଟ 2020ରେ ପୂନର୍ବାର 6ଟି ରାଜନୈତିକ ଦଳ ଗୁପକାର ଘୋଷଣାରେ ଦ୍ବିତୀୟ ହସ୍ତାକ୍ଷର କରିଥିଲେ। ଜାମ୍ମୁ କାଶ୍ମୀରରେ ଧାରା 370 ଏବଂ 35A ଉଚ୍ଛେଦ ପ୍ରତ୍ୟାହାର ପାଇଁ ସଂଗ୍ରାମ କରିବାକୁ ଏହି ନେତାମାନେ ସଂକଳ୍ପ ନେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.