ETV Bharat / bharat

କୃଷି ଆଇନ ପ୍ରସଙ୍ଗ: ଟିକୈତ କହିଲେ ଆଲୋଚନାରେ ସକରାତ୍ମକ ଭାବେ ସାମିଲ ହେବେ ଚାଷୀ - ଆଲୋଚନାରେ ସକରାତ୍ମକ ଭାବେ ସାମିଲ ହେବେ ଚାଷୀ

କେନ୍ଦ୍ର ସରକାର କୃଷି ଆଇନ ପ୍ରସଙ୍ଗରେ ଆଲୋଚନା କଲେ ଚାଷୀମାନେ ସକରାତ୍ମକ ଭାବେ ସେଥିରେ ସାମିଲ ହେବେ ବୋଲି ଭାରତୀୟ କିସାନ ୟୁନିୟନର ରାଷ୍ଟ୍ରୀୟ ମୁଖପାତ୍ର କହିଛନ୍ତି । ଅଧିକ ପଢନ୍ତୁ...

Farmers will positively involve in the discussion of Farm law matter: Rakesh Tikait
କୃଷି ଆଇନ ପ୍ରସଙ୍ଗ, ଆଲୋଚନାରେ ସକରାତ୍ମକ ଭାବେ ସାମିଲ ହେବେ ଚାଷୀ
author img

By

Published : Jan 31, 2021, 4:04 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ସମ୍ପର୍କରେ ଯଦି ଆଲୋଚନା ହୁଏ ତେବେ ଚାଷୀମାନେ ସେଥିରେ ସକରାତ୍ମକ ଭାବେ ସାମିଲ ହେବେ ବୋଲି ଭାରତୀୟ କିସାନ ୟୁନିୟନର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକୈତ କହିଛନ୍ତି । କୃଷି ଆଇନକୁ ପ୍ରତ୍ୟାହାର କରାନଯିବା ପର୍ଯ୍ୟନ୍ତ ଗାଜିପୁର ସୀମାରେ ଚାଷୀଙ୍କ ନୀରବ ଆନ୍ଦୋଳନ ଜାରି ରହିବ ବୋଲି ଇଟିଭି ଭାରତର ସାକ୍ଷାତକାରରେ ସେ କହିଛନ୍ତି ।

ଏହି ଆଇନ ବିରୋଧରେ ଗାଜିପୁର ସୀମାରେ ଚାଷୀମାନେ ଆନ୍ଦୋଳନ ଜାରି ରଖିଛନ୍ତି । ଏହି ସୀମାର ନିକଟବର୍ତ୍ତୀ ଅଞ୍ଚଳର ଚାଷୀମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ପୋଲିସ ଚାଷୀଙ୍କୁ ଯେତେ ହଟାଇବାକୁ ଚାହିଁଲେ ମଧ୍ୟ କୃଷି ଆଇନକୁ ପ୍ରତ୍ୟାହାର କରିବା ବିନା ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଚାଷୀନେତା ରାକେଶ କହିଛନ୍ତି ।

ପ୍ରଧାନମନ୍ତ୍ରୀ ମନ କି ବାତ୍‌ କାର୍ଯ୍ୟକ୍ରମରେ ତ୍ରିରଙ୍ଗାକୁ ଅସମ୍ମାନ କରାଯାଇଥିବା ପ୍ରସଙ୍ଗରେ କହିଥିଲେ । ଏହି ସମ୍ପର୍କରେ ରାକେଶ ନିଜ ମନ୍ତବ୍ୟ ଦେଇ କହିଛନ୍ତି ଯେ ଚାଷୀମାନେ ସରକାରଙ୍କ ଉପରେ କୌଣସି ପ୍ରକାର ଚାପ ଦେବାକୁ ଚାହୁଁନାହାନ୍ତି । କେବଳ ଶାନ୍ତିପୂର୍ଣ୍ଣ ଭାବରେ କଥା ହେଉଛୁ ଏବଂ ଯଦି ସରକାର ଆମକୁ ଆଲୋଚନା ପାଇଁ ଡାକନ୍ତି, ତେବେ ଆମେ ସକରାତ୍ମକ ଭାବରେ ସେମାନଙ୍କ ସହ ଯୋଗଦେବୁ ଏବଂ ଆମର ମତ ରଖିବୁ ବୋଲି ସେ କହିଛନ୍ତି ।

ସରକାର ଆନ୍ଦୋଳନରତ ଚାଷୀଙ୍କ ପାଇଁ ପୂର୍ବରୁ ପାଣି ଯୋଗାଉଥିଲେ । କିନ୍ତୁ ବର୍ତ୍ତମାନ ପାନୀୟ ଜଳ ଯୋଗାଣକୁ ବନ୍ଦ କରିଦେଇଛନ୍ତି । ତେବେ ଚାଷୀଙ୍କ ପାଇଁ ନିକଟସ୍ଥ ଅଞ୍ଚଳର ଚାଷୀମାନେ ନିଜ ଘରୁ ପାଣି ଯୋଗାଉଛନ୍ତି । କିନ୍ତୁ ଚାଷୀଙ୍କ ଘରର ପାଣିକୁ ନଷ୍ଟ କରିବାକୁ ଚାହୁଁନାହୁଁ ଏଥିଲାଗି ନିକଟସ୍ଥ ନଦୀରୁ ପାଣିକୁ ବ୍ୟବହାର କରାଯାଇ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ ଚାଲିଛି ବୋଲି ରାକେଶ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.