ETV Bharat / bharat

ଖୋଲିବ ଦିଲ୍ଲୀ ସୀମା, ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲିକୁ ପୋଲିସର ଅନୁମତି

author img

By

Published : Jan 23, 2021, 8:12 PM IST

ଗଣତନ୍ତ୍ର ଦିବସରେ କୃଷକ ମାନେ ଆୟୋଜିତ କରିବାକୁ ଯାଉଥିବା ଟ୍ରାକ୍ଟର ରାଲିକୁ ଅନୁମତି ଦେଇଛି ଦିଲ୍ଲୀ ପୋଲିସ । ଅଧିକ ପଢନ୍ତୁ ....

କୃଷକଙ୍କ ପାଇଁ ଖୋଲିବ ଦିଲ୍ଲୀ ସୀମା,  ଗଣତନ୍ତ୍ର ଦିବସରେ ଟ୍ରାକ୍ଟର ରାଲିକୁ ଦିଲ୍ଲୀ ପୋଲିସର ଅନୁମତି

ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ କୃଷକ ମାନେ ଆୟୋଜିତ କରିବାକୁ ଯାଉଥିବା ଟ୍ରାକ୍ଟର ରାଲିକୁ ଅନୁମତି ଦେଇଛି ଦିଲ୍ଲୀ ପୋଲିସ । ଏହି ପ୍ରସଙ୍ଗରେ ଦିଲ୍ଲୀ ପୋଲିସ ଓ କୃଷକ ସଂଗଠନ ମଧ୍ୟରେ ସହମତି ପ୍ରକାଶ ପାଇଥିବା କଥା ସୂଚନା ଦେଇଛନ୍ତି ସ୍ବାରାଜ ଭାରତ ମୁଖ୍ୟ ଯୋଗେନ୍ଦ୍ର ଯାଦବ।

ଏହି ପ୍ରସଙ୍ଗରେ ଯାଦବ କହିଛନ୍ତି ଯେ ଆମେ ଐତିହାସିକ ଏବଂ ଶାନ୍ତିପୂର୍ଣ୍ଣ ପ୍ୟାରେଡ୍ ବାହାର କରିବୁ ଏବଂ ଏହା ଗଣତନ୍ତ୍ର ଦିବସ ପରେଡ କିମ୍ବା ସୁରକ୍ଷା ବ୍ୟବସ୍ଥା ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ତେଣୁ ପୋଲିସ ପକ୍ଷରୁ ଏହି କାର୍ଯ୍ୟକ୍ରମକୁ ଅନୁମତି ମିଳିଛି ।

ଜାନୁଆରୀ 26 ରେ କୃଷକମାନେ 'କିଷାନ ଗଣତନ୍ତ୍ର ପରେଡ' ବାହାର କରିବେ। ପୂର୍ବରୁ ଦିଲ୍ଲୀ ସୀମାରେ ଲଗାଯାଇଥିବା ବ୍ୟାରିକେଡ ଖୋଲାଯିବ ଏବ କୃଷକ ମାନଙ୍କ ଟ୍ରାକ୍ଟର ରାଲି ଶାନ୍ତିପୂର୍ଣ୍ଣ ଭାବେ ଦିଲ୍ଲୀରେ ପ୍ରବେଶ କରିବ ।

କେଉଁ ରାସ୍ତା ଦେଇ ଏହି ଟ୍ରାକ୍ଟର ରାଲି ବାହାରିବ ତାହା ଦୁଇ ପକ୍ଷ ମଧ୍ୟରେ ଏକ ଚୁକ୍ତି ହୋଇଛି । ଏକ ନିର୍ଦ୍ଦିଷ୍ଟ ରୁଟରେ ଏହି ଟ୍ରାକ୍ଟର ରାଲିକୁ ଅନୁମତି ମିଳିପାରେ ବୋଲି ମଧ୍ୟ ସୂଚନା ରହିଛି । ଏନେଇ ଆଜି ରାତିରେ ଚୂଡ଼ାନ୍ତ ବିବରଣୀ ପ୍ରସ୍ତୁତ କରାଯିବ ବୋଲି ମଧ୍ୟ ଯୋଗେନ୍ଦ୍ର ଯାଦବ ସୂଚନା ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.