ETV Bharat / bharat

ହରିୟାଣା ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ଘେରିଲେ ଚାଷୀ, ପୋଲିସ-କୃଷକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ - ହରିୟାଣାରେ ଚାଷୀ ଆନ୍ଦୋଳନ

ହରିୟାଣା ମୁ୍ଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ରାସ୍ତା ଓଗାଳିଲେ ଆନ୍ଦୋଳନରତ ଚାଷୀ । ପଢନ୍ତୁ ଅଧିକ.....

ହରିୟାଣା ମୁ୍ଖ୍ୟମନ୍ତ୍ରୀଙ୍କ କାଫିଲାକୁ ଘେରିଲେ ଚାଷୀ, ପୋଲିସ- ଚାଷୀ ମୁହାମୁହିଁ

author img

By

Published : Dec 22, 2020, 6:23 PM IST

ଚଣ୍ଡିଗଡ: ହରିୟାଣା ମୁ୍ଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟରଙ୍କ ରାସ୍ତା ଓଗାଳିଲେ ଆନ୍ଦୋଳନରତ ଚାଷୀ । ଆଜି ଆମ୍ବାଲାରେ ମୁଖ୍ୟମନ୍ତ୍ରୀ ଖଟ୍ଟର ନଗର ନିଗମ ନିର୍ବାଚନ ପାଇଁ ଗସ୍ତ କଲାବେଳେ ଆନ୍ଦୋଳନରତ ଚାଷୀଙ୍କ ସାମ୍ନା କରିବାକୁ ପଡିଛି । ଚାଷୀମାନେ ମୁଖ୍ୟମନ୍ତ୍ରୀଙ୍କ ଗାଡିକୁ ବହୁ ସମୟ ଧରି ଅଟକାଇବା ସହ କଳା ପତାକା ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି । ଏହି ସମୟରେ କୃଷକ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଦେଖିବାକୁ ମିଳିଥିଲା ।

ହରିୟାଣା ମୁ୍ଖ୍ୟମନ୍ତ୍ରୀଙ୍କ କାଫିଲାକୁ ଘେରିଲେ ଚାଷୀ, ପୋଲିସ- ଚାଷୀ ମୁହାମୁହିଁ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଥିବାବେଳେ ଶତାଧିକ କୃଷକ ତାଙ୍କୁ ବିରୋଧ କରିବା ପାଇଁ ପ୍ରସ୍ତୁତ ରହିଥିଲେ । ଘଟଣାସ୍ଥଳରେ ବହୁ ସଂଖ୍ୟାରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହା ସତ୍ତ୍ବେ ମଧ୍ୟ କୃଷକମାନେ ମୁଖ୍ୟମନ୍ତ୍ରୀଙ୍କ କନଭୟକୁ ରୋକିବାରେ ସଫଳ ହୋଇଥିଲେ । ପରେ ଘଟଣାସ୍ଥଳରେ ପୋଲିସ କୃଷକଙ୍କୁ ଘଉଡାଇବା ପାଇଁ ଉଦ୍ୟମ ଆରମ୍ଭ କରିବା ଫଳରେ ଉଭୟ ଚାଷୀ ଓ ପୋଲିସ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଥିଲା ।

କେନ୍ଦ୍ର ଆଣିଥିବା କୃଷି ଆଇନକୁ ଦେଶବ୍ୟାପୀ ବିରୋଧ ଜାରି ରହିଥିବାବେଳେ ଏହା ଉତ୍ତର ଭାରତରେ ବ୍ୟାପକ ରୂପ ଧାରଣ କରିବାରେ ଲାଗିଛି । ବାରମ୍ବାର କେନ୍ଦ୍ର ସରକାର ଓ ଚାଷୀ ନେତାଙ୍କ ସହ ଆଲୋଚନା ପରେ ମଧ୍ୟ କୋଣସି ସୁଫଳ ବାହାରି ପାରୁନାହିଁ । ଚାଷୀମାନେ ଏହି ଆଇନକୁ କୃଷକ ବିରୋଧି କଳା ଆଇନ ବୋଲି କହିବା ସହ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବା ଦାବିରେ ଅଡି ବସିଥିବାବେଳେ ସରକାର ଏହାକୁ ନେଇ ଏକ ବୈପ୍ଳବିକ ଆଇନ ବୋଲି କହିଛନ୍ତି ।

ତେବେ ବର୍ତ୍ତମାନ ସ୍ଥିତିରେ ବିଜେପିର ବହୁ ନେତା ଓ ମନ୍ତ୍ରୀଙ୍କୁ ଦେଶର ବିଭିନ୍ନ ସ୍ଥାନରେ ଚାଷୀମାନଙ୍କ ପକ୍ଷରୁ ବିରୋଧ କରାଯାଉଥିବା ଘଟଣା ସାମ୍ନାକୁ ଆସିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.