ETV Bharat / bharat

'ଫସଲ ଜାଳିବା ସଉକ ନୁହେଁ, ବାଧ୍ୟ ହୋଇ ଜଳାଉଛୁ'

author img

By

Published : Nov 3, 2019, 3:15 PM IST

ଦିଲ୍ଲୀର ବାୟୁପ୍ରଦୂଷଣ ନେଇ ପଞ୍ଜାବର ଚାଷୀଙ୍କ ଉପରେ ଲଗାଯାଉଥିବା ଅଭିଯୋଗକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କୃଷକ ନେତା । ଫସଲ ଜଳାଇବା ସଉକ ନୁହେଁ, ବାଧ୍ୟ ହୋଇ ଜଳାଉଛୁ ବୋଲି କହିଛନ୍ତି ଚାଷୀ ।

ଫଟୋ ସୌଜନ୍ୟ: ଇଟିଭି ଭାରତ

ଚଣ୍ଡିଗଡ: ଦିଲ୍ଲୀର ବାୟୁପ୍ରଦୂଷଣ ବର୍ତ୍ତମାନ ସମୟରେ ଗମ୍ଭୀର ସ୍ଥିତିରେ ରହିଛି । ଦିଲ୍ଲୀଠୁ ଦୂରରେ ଥିବା ପଞ୍ଜାବରେ ଚାଷୀଙ୍କ ଦ୍ବାରା କ୍ଷେତରେ ଫସଲ ଜଳାଯିବା ଯୋଗୁଁ ବାୟୁପ୍ରଦୂଷଣ ହେଉଥିବା ଅଭିଯୋଗ ହେଉଛି । ବାୟୁପ୍ରଦୂଷଣ ସମସ୍ୟାର ସମାଧାନ ପରିବର୍ତ୍ତେ ଦିଲ୍ଲୀ ସରକାର ଆରୋପ ପ୍ରତ୍ୟାରୋପର ରାଜନୀତିକୁ ଅଧିକ ମହତ୍ତ୍ବ ଦେଉଥିବା ଚାଷୀ କଥାରୁ ଶୁଣିବାକୁ ମିଳୁଛି । ଏପରି ସ୍ଥିତିରେ ପଞ୍ଜାବରେ ଚାଷୀଙ୍କ ପକ୍ଷରୁ ଫସଲ ଜଳାଯିବା ସଉକ ନୁହେଁ ବରଂ ବାଧ୍ୟ ହୋଇ ଏପରି କରିବାକୁ ପଡୁଥିବା ଚାଷୀମାନେ କହିଛନ୍ତି ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଆଜିକାଲି ପଞ୍ଜାବର କ୍ଷେତରେ ଫସଲ ଜଳାଯିବା ପ୍ରକ୍ରିୟା ଜାରି ରହିଛି । ଶନିବାର ମଧ୍ୟ ଚାଷୀମାନେ ନିଜ କ୍ଷେତର ଫସଲରେ ନିଆଁ ଲଗାଇ ଜଳାଇଛନ୍ତି, କିନ୍ତୁ ଫସଲ ଜଳାଇବା ନିଜକୁ ଭଲ ଲାଗୁ ନଥିବା ସୈଦପୁରର କୃଷକ ନେତା ବଳଦେବ ସିଂହ ପ୍ରତିକ୍ରିୟା ଦେଇଛନ୍ତି । ଫସଲ ଜଳାଇବା ଫଳରେ ଏହାର ଧୁଆଁ ପ୍ରଥମେ ଚାଷୀ ପରିବାରକୁ ସହିବାକୁ ପଡୁଥିବା ସେ କହିଛନ୍ତି ।

ସରକାର ଫସଲକୁ ବଞ୍ଚାଇବା ପାଇଁ କୌଣସି ପ୍ରୟାସ କରୁ ନଥିବା ସହ ଚାଷ ଉପକରଣକୁ ଶସ୍ତା ମୂଲ୍ୟରେ ଦେଉ ନଥିବାରୁ ବାଧ୍ୟ ହୋଇ ଫସଲ ନଷ୍ଟ କରିବାକୁ ପଡୁଛି ବୋଲି କୃଷକ ନେତା କହିଛନ୍ତି । ଏପରି ସ୍ଥିତିରେ ବାୟୁ ପ୍ରଦୂଷଣ ନେଇ ପଞ୍ଜାବର ଚାଷୀଙ୍କୁ ଦୋଷ ଦେବା ଦିଲ୍ଲୀ ସରକାରଙ୍କୁ ଶୋଭା ଦେଉ ନାହିଁ ବୋଲି କୃଷକ ନେତା ପ୍ରତିକ୍ରିୟା ଦେଇଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.