ETV Bharat / bharat

ହକ ପାଇଁ ମାଟିରେ ପୋତି ହୋଇ ଆନ୍ଦୋଳନ କରୁଛନ୍ତି ଚାଷୀ - jaipur news

ଜୟପୁରରେ ମାଟିରେ ପୋତି ହୋଇ ଆନ୍ଦୋଳନ କଲେ ଚାଷୀ । ଅଧାମାଟିରେ ପୋତି ହୋଇ ନିଜ ଦାବି ପାଇଁ ଚାଷୀଙ୍କ ଆନ୍ଦୋଳନ। ରାଜସ୍ଥାନ ଜୟପୁର ଘଟଣା। ଅଧିକ ପଢନ୍ତୁ...

zameen samadhi satyagraha
ଜୟପୁରରେ ନିଆରା ନିଆରା ଚାଷୀ ଆନ୍ଦୋଳନ
author img

By

Published : Mar 2, 2020, 6:09 PM IST

Updated : Mar 2, 2020, 8:11 PM IST

ଜୟପୁର: ଦେଶରେ ଚାଷୀ ଆତ୍ମହତ୍ୟା ଏକ ବଡ ସମସ୍ୟା ପାଲଟିଥିବା ବେଳେ ନିଜର ହକ ପାଇଁ ରାଜରାସ୍ତାରେ ବିକ୍ଷୋଭ କଲାଣି ଚାଷୀ । ତେବେ ରାଜସ୍ଥାନରେ ଭିନ୍ନଢଙ୍ଗରେ ବିକ୍ଷୋଭ କରିଛନ୍ତି କିଛି ଚାଷୀ ।

ହକ ପାଇଁ ମାଟିରେ ପୋତି ହୋଇ ଆନ୍ଦୋଳନ କରୁଛନ୍ତି ଚାଷୀ

ରାଜସ୍ଥାନ ନିନ୍ଦାର ଗାଁର କିଛି ଚାଷୀ ଜମି ଅଧିଗ୍ରହଣ ନେଇ କରିଛନ୍ତି ‘ଜମିନ ସମାଧି ସତ୍ୟାଗ୍ରହ’। ମାଟିରେ ଗାତ କରି ନିଜେ ଅଧା ପୋତି ହୋଇ କରିଛନ୍ତି ଆନ୍ଦୋଳନ । ପ୍ରଥମ ଥର ପାଇଁ ଏଭଳି ଆନ୍ଦୋଳନ ଦେଖିବାକୁ ମିଳିଛି ।

ଜୟପୁର ବିକାଶ ଅଧିକାରୀଙ୍କ ଦ୍ବାରା ଏହି ଗାଁର କିଛି ଜମି ଅଧିଗ୍ରହଣ ହୋଇଥିଲା । ଫଳରେ ଚାଷୀ ମାନେ ଏଭଳି ଆନ୍ଦୋଳନ କରିଛନ୍ତି । ମୋଟ ଜମି ପାଇଁ 1,75,00,000 ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି । ଆଜିକୁ ତିନ ଦିନ ଧରି ସେମାନେ ମାଟିରେ ଅଧା ପୋତା ଅବସ୍ଥାରେ ଆନ୍ଦୋଳନ ଜାରି ରଖିଛନ୍ତି । ନୂତନ ନିୟମ ଅନୁସାରେ ଆମେ ଆମର ଜମି ଦେବାକୁ ରାଜି, କିନ୍ତୁ ପ୍ରଥମେ ଏହି ଦାବି ପୂରଣ ପରେ ଆମେ ଅନୁମତି ଦେବୁ ବୋଲି ଜଣେ ଚାଷୀ କହିଛନ୍ତି ।

@ANI

Last Updated : Mar 2, 2020, 8:11 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.