ETV Bharat / bharat

କୃଷକ ଆନ୍ଦୋଳନ: ଆଜି ଦିଲ୍ଲୀ-ଜୟପୁର ରାସ୍ତା ଅବରୋଧ ଡାକରା, ବ୍ୟାପକ ପୋଲିସ ମୁତୟନ

author img

By

Published : Dec 12, 2020, 7:55 AM IST

Updated : Dec 12, 2020, 10:02 AM IST

In order to restrict the movement of farmers, Faridabad Police said that over 3,500 police personnel will be deployed at the five toll plazas which connect Haryana to New Delhi. This comes after farmer unions warned to intensify their agitation against the three agricultural sector laws.

କୃଷକ ଆନ୍ଦୋଳନ
କୃଷକ ଆନ୍ଦୋଳନ

10:01 December 12

ସମ୍ଭୁ ଟୋଲ ପ୍ଲାଜା ଫ୍ରି କଲେ ଚାଷୀ

ଅମ୍ବଲା ସ୍ଥିତ ସମ୍ଭୁ ଟୋଲ ପ୍ଲାଜାକୁ ଫ୍ରି କଲେ ଚାଷୀ । ବିନା ଟିକସରେ ଟୋଲଗେଟ୍‌ ଦେଇ ଯାଉଛି ଗାଡି । ଆଜି ଦିଲ୍ଲୀ-ଜୟପୁର ରାସ୍ତା ଅବରୋଧ ସହ ଟୋଲ ଫ୍ରି କରିବାକୁ ଚେତାବନୀ ଦେଇଥିଲେ ଚାଷୀ ।  

07:34 December 12

କୃଷକ ଆନ୍ଦୋଳନ: ଆଜି ଦିଲ୍ଲୀ-ଜୟପୁର ରାସ୍ତା ଅବରୋଧ ଡାକରା, ବ୍ୟାପକ ପୋଲିସ ମୁତୟନ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି ଦିଲ୍ଲୀ ସୀମାରେ ଚାଲିଥିବା ଆନ୍ଦୋଳନ ଆଜି 17 ଦିନରେ ପହଞ୍ଚିଛି । ତେବେ ସରକାର କୃଷକଙ୍କ ଦାବିକୁ ମାନୁନଥିବାରୁ ଚାଷୀମାନେ ଏହି ଆନ୍ଦୋଳନକୁ ଆହୁର ବ୍ୟାପକ କରିବାକୁ ଚାହୁଁଛନ୍ତି । ଏହି ପରିପ୍ରେକ୍ଷୀରେ ଚାଷୀମାନେ ଆଜି ଦିଲ୍ଲୀ-ଜୟପୁର ଜାତୀୟ ରାଜପଥ ଅବରୋଧ କରିବା ସହ ଟୋଲପ୍ଲାଜାରେ ଟୋଲ ଫ୍ରି କରିବେ ବୋଲି ଘୋଷଣା କରିଛନ୍ତି ।  

କୃଷକ ନେତା ମାନେ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସଂଶୋଧନ ପ୍ରସ୍ତାବକୁ ପ୍ରତ୍ୟାଖାନ କରିବା ସହ କୃଷି ସମ୍ବନ୍ଧୀୟ ତିନୋଟି ଆଇନକୁ ସମ୍ପୂର୍ଣ୍ଣରୂପେ ରଦ୍ଦ କରିବାକୁ ଦାବି କରିଛନ୍ତି । ଯେଉଁଥିପାଇଁ ସରକାର ଓ କୃଷକଙ୍କ ମଧ୍ୟରେ ହେବାକୁ ଥିବା ଷଷ୍ଠ ପର୍ଯ୍ୟାୟ ଆନ୍ଦୋଳନ ସ୍ଥଗିତ ରହିଛି ।  

ସେପଟେ ଚାଷୀମାନେ ଆନ୍ଦୋଳନକୁ ତୀବ୍ର କରିବାକୁ ଆଜି ଦିଲ୍ଲୀ-ଜୟପୁର ରାସ୍ତା ଅବରୋଧ କରିବା ସହ ଡିସେମ୍ବର 14 ତାରିଖରେ ଦେଶବ୍ୟାପୀ ପ୍ରଦର୍ଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ।  

ତେବେ ଆଜିର ଦିଲ୍ଲୀ-ଜୟପୁର ରାସ୍ତା ଅବରୋଧକୁ ଦୃଷ୍ଟିରେ ରଖି ପୋଲିସ ଫୋର୍ସ ମୁତୟନ କରାଯାଇଛି । ଟୋଲ ବୁଥକୁ ସୁରକ୍ଷା ଯୋଗାଇବା ସହ ଯେପରି ଟ୍ରାଫିକ୍‌ରେ କୌଣସି ଅସୁବିଧା ନହୁଏ ସେଥିପ୍ରଥି ଧ୍ୟାନ ଦେବାକୁ ପୋଲିସ ନିୟୋଜିତ ହୋଇଛନ୍ତି ।

ପାଖାପାଖି 3500 ପୋଲିସଙ୍କୁ 5ଟି ଟୋଲ ପ୍ଲାଜାରେ ନିୟୋଜିତ କରାଯାଇଛି । ଏହାସହ ପୋଲିସ ଆନ୍ଦୋଳନକାରୀଙ୍କ ଉପରେ କଡାନଜର ରଖିଛି । ଅବରୋଧ ସମୟରେ କିଛି ଅଘଟଣକୁ ଏଡାଇବାକୁ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।

ଡ୍ରୋନରେ ମାଧ୍ୟମରେ ପୂରା ଆନ୍ଦୋଳନ ଉପରେ ନଜର ରଖାଯିବ ବୋଲି ଜଣାପଡିଛି । ଏନେଇ ଡେପୁଟି ପୋଲିସ କମିଶନର କହିଛନ୍ତି,‘ଆମେ ସମସ୍ତଙ୍କୁ ସମ୍ମାନ କରୁ କିନ୍ତୁ ଯଦି ଆଇନଶୃଙ୍ଖଳା ପିରିସ୍ଥିତି ବିଗିଡିବାର ଦେଖାଯିବ ତେବେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।’  

ANI

Last Updated : Dec 12, 2020, 10:02 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.