ETV Bharat / bharat

ଦୀର୍ଘ 2 ଦଶନ୍ଧି ପରେ ବି ଚାଷକ୍ଷେତ୍ରରେ ନାହିଁ କୌଣସି ଆଖିଦୃଶିଆ ଅଗ୍ରଗତି - Farmers in India

ଡିସେମ୍ବର 23ରେ କିଷାନ ଦିବସ ବା ଜାତୀୟ କୃଷକ ଦିବସ ଭାବରେ ଭାରତରେ ପାଳନ କରାଯାଏ । ଏହି ଦିନ 5ତମ ପ୍ରଧାନମନ୍ତ୍ରୀ ଥିବା ଚୌଧରୀ ଚରଣ ସିଂଙ୍କ ଜନ୍ମଦିନ । ଏହି ଦିନ ରାଜନୈତିକ ନେତାମାନେ 5ତମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି ।

 ଶୋଚନୀୟ ଚାଷୀର ସ୍ଥିତି
ଶୋଚନୀୟ ଚାଷୀର ସ୍ଥିତି
author img

By

Published : Dec 23, 2020, 8:43 AM IST

ହାଇଦ୍ରାବାଦ: ଡିସେମ୍ବର 23 ରେ କିଷାନ ଦିବସ ବା ଜାତୀୟ କୃଷକ ଦିବସ ଭାବରେ ଭାରତରେ ପାଳନ କରାଯାଏ । ଏହି ଦିନ 5ତମ ପ୍ରଧାନମନ୍ତ୍ରୀ ଥିବା ଚୌଧରୀ ଚରଣ ସିଂଙ୍କ ଜନ୍ମଦିନ । ଏହି ଦିନ ରାଜନୈତିକ ନେତାମାନେ 5ତମ ପ୍ରଧାନମନ୍ତ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରନ୍ତି । ନେତାମାନେ ନୂଆଦିଲ୍ଲୀର କିଷାନ ଘାଟରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମାଧି ପରିଦର୍ଶନ କରିବେ। 2001ରେ ସରକାର ପ୍ରତିବର୍ଷ 23 ଡିସେମ୍ବର କିଷାନ ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ।

ଭାରତ ମାଟିରେ କୃଷକଙ୍କ ଅବଦାନକୁ ପୁରସ୍କୃତ ତଥା ପ୍ରୋତ୍ସାହିତ କରିବା ପାଇଁ ଭାରତରେ ଜାତୀୟ କୃଷକ ଦିବସ । ଭାରତ ମୁଖ୍ୟତଃ ଏକ କୃଷି ପ୍ରାଧାନ୍ୟ ଦେଶ । କୃଷି ଏବଂ ଏହାର ସହଯୋଗୀ କାର୍ଯ୍ୟକଳାପ ହେଉଛି ଭାରତର ଗ୍ରାମାଞ୍ଚଳର 80 ପ୍ରତିଶତରୁ ଅଧିକ ଲୋକଙ୍କ ପାଇଁ ଆୟର ଉତ୍ସ, ଯାହାକି ଦେଶର ମୋଟ ଘରୋଇ ଉତ୍ପାଦ (ଜିଡିପି) ରେ ପ୍ରାୟ 14-15 ପ୍ରତିଶତ ଯୋଗଦାନ କରିଥାଏ ।

ଚୌଧୁରୀ ଚରଣ ସିଂ ମୁଖ୍ୟତଃ କୃଷି ନେତା ଭାବେ ବେଶ୍ ଜଣାଶୁଣା । ଭାରତ ଦ୍ବିତୀୟ ପ୍ରଧାନମନ୍ତ୍ରୀ ଲାଲ୍ ବାହାଦୁର ଶାସ୍ତ୍ରୀଙ୍କ ଜୟ ଯବାନ ଜୟ କିଷାନ ନାରାକୁ ସେ ସ୍ବାଧୀନତାପରେ ଅନୁସରଣ କରିଥିଲେ ।

କୃଷି ପ୍ରତି ଚୌଧୁରୀ ଚରଣ ସିଂଙ୍କ ଯୋଗଦାନ-

  • ଚୌଧୁରୀ ଚରଣ ସିଂ 28 ଜୁଲାଇ 1979ରୁ 14 ଜାନୁୟାରୀ 1980 ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ।
  • ସେ ଭାରତୀୟ କୃଷକଙ୍କ ନେତା ଭାବରେ ଜଣାଶୁଣା ଥିଲେ।
  • ତାଙ୍କ କାର୍ଯ୍ୟକାଳ ମଧ୍ୟରେ କୃଷକଙ୍କ ଅବସ୍ଥା ସୁଧାରିବା ପାଇଁ ଆବଶ୍ୟକ କେତେକ ଗୁରୁତ୍ବପୂର୍ଣ୍ଣ ନୀତି ପ୍ରସ୍ତୁତ କରିବାରେ ସେ ଅଗ୍ରଗତି କରିଥିଲେ।
  • ସେ 1979ର ବଜେଟ୍ ଉପସ୍ଥାପନ କରିଥିଲେ, ଯାହା କୃଷକଙ୍କ ଆବଶ୍ୟକତା ପୂରଣ କରିବା ଉଦ୍ଧିଷ୍ଟ ଥିଲା । କୃଷକଙ୍କ ଉନ୍ନତି ପାଇଁ ଅନେକ ନୀତି ଅନ୍ତର୍ଭୁକ୍ତ କରିଥିଲେ ।
  • ଏହି ନୀତି ସମଗ୍ର ଦେଶରେ ଚାଷୀଙ୍କ ମନୋବଳ ବୃଦ୍ଧି କରିବାରେ ସାହାଯ୍ୟ କରିଛି।
  • ସେ 1938 ମସିହାରେ ବିଧାନସଭାରେ ଏକ କୃଷି ଉତ୍ପାଦନ ବଜାର ବିଲ୍ ଆଗତ କରିଥିଲେ। ବ୍ୟବସାୟୀଙ୍କ ଲୋଭରୁ କୃଷକଙ୍କ ସ୍ବାର୍ଥ ରକ୍ଷା କରିବାକୁ ଏହି ବିଲ୍ ଉଦ୍ଧିଷ୍ଟ ଥିଲା।
  • ସେ ଜମିଦାରୀ ବିଲୋପ ଆଇନ ପ୍ରଣୟନ କରିଥିଲେ।
  • ଦେଶର ଅର୍ଥନୈତିକ ବିକାଶରେ କୃଷକମାନେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି କାରଣ 2017 ବିଶ୍ବ ବ୍ୟାଙ୍କ ରିପୋର୍ଟ ଅନୁଯାୟୀ ଭାରତରେ ମୋଟ ନିଯୁକ୍ତିର 40 ପ୍ରତିଶତରୁ ଅଧିକ କୃଷି କ୍ଷେତ୍ରରେ ନିଯୁକ୍ତ। କୃଷି କ୍ଷେତ୍ରରେ 1947 ପରଠାରୁ ଭାରତ ସର୍ବାଧିକ ନିଯୁକ୍ତି ସୃଷ୍ଟି କରିଛି। ଏହି କାରଣରୁ ଏହି ଦିନର ମହତ୍ତ୍ବ ବୁଝିବା ଆମ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ।

ଚାଷୀ ଆତ୍ମହତ୍ୟାର ପ୍ରମୁଖ କାରଣ-

ଚାଷ କ୍ଷେତ୍ରରେ ଜଡିତ 10,281 ଜଣ ବ୍ୟକ୍ତି 2019 ରେ ଆତ୍ମହତ୍ୟା କରିଥିଲେ । ଭାରତରେ ମୋଟ ମୃତ୍ୟୁ ମଧ୍ୟରୁ ଚାଷୀ ଆତ୍ମହତ୍ୟା 7.4 ପ୍ରତିଶତ ଅଟେ । ଶୀର୍ଷ ଛଅଟି ରାଜ୍ୟ- ମହାରାଷ୍ଟ୍ର (3,927 ଆତ୍ମହତ୍ୟା), କର୍ଣ୍ଣାଟକ (1,992) , ଆନ୍ଧ୍ରପ୍ରଦେଶ (1,029), ମଧ୍ୟପ୍ରଦେଶ (541), ଛତିଶଗଡ (499) ଏବଂ ତେଲେଙ୍ଗାନା (499) - କୃଷି କ୍ଷେତ୍ରରେ ଜଡିତ ବ୍ୟକ୍ତିଙ୍କ ମୃତ୍ୟୁ 83 ପ୍ରତିଶତ ଅଟେ ।

  1. ଅନୁଷ୍ଠାନିକ ଋଣ ସୁବିଧା ଏବଂ ଅଧିକ ସୁଧ ହାରର ଉପଲବ୍ଧ ନାହିଁ ।
  2. ଚାଷୀଙ୍କ ଉପରେ ଭାରି ଋଣ ।
  3. ସର୍ବନିମ୍ନ ସମର୍ଥନ ମୂଲ୍ୟ (MSP) ବର୍ଦ୍ଧିତ ମୁଦ୍ରାସ୍ଫୀତିକୁ ସମର୍ଥନ କରେ ନାହିଁ ।
  4. କୃଷି ଇନପୁଟ ମୂଲ୍ୟରେ ଆନୁପାତିକ ବୃଦ୍ଧି ।
  5. ପାଣିପାଗ ପରିସ୍ଥିତି ଏବଂ ଫସଲ ନଷ୍ଟ ।
  6. ଦ୍ରୁତ ନଷ୍ଟ ହେଉଥିବା ଫସଲ ସହିତ କୃଷକମାନଙ୍କୁ ବଜାରରେ ପହଞ୍ଚିବାରେ ଅକ୍ଷମତା ।

କୃଷିର ଉନ୍ନତି ପାଇଁ କଣ କରିଛନ୍ତି ସରକାର-

APMC ନେଟୱାର୍କିଂ କରି କୃଷିଜାତ ଦ୍ରବ୍ୟ ପାଇଁ ଏକୀକୃତ ଜାତୀୟ ବଜାର ସୃଷ୍ଟି କରିବାକୁ ଏପ୍ରିଲ୍ 2016 ରେ ଇଲେକ୍ଟ୍ରୋନିକ୍ ଜାତୀୟ କୃଷି ବଜାର (ଇ-ନାମ୍) ଆରମ୍ଭ କରାଯାଇଥିଲା । ମେ 2020 ପର୍ଯ୍ୟନ୍ତ ଏହାର ପ୍ଲାଟଫର୍ମରେ 16.6 ମିଲିୟନ୍ କୃଷକ ଏବଂ 1,31,000 ବ୍ୟବସାୟୀ ପଞ୍ଜୀକୃତ ହୋଇଥିଲେ। ଭାରତରେ 1000 ରୁ ଅଧିକ ମଣ୍ଡି ଇ-ନାମ୍ ସହିତ ସଂଯୁକ୍ତ ଏବଂ 2021-22 ସୁଦ୍ଧା 22,000 ଅତିରିକ୍ତ ମଣ୍ଡି ସଂଯୁକ୍ତ ହେବ ବୋଲି ଆଶା କରାଯାଉଛି।

  • ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ୍ ନିଧି (PM-KISAN) ଯୋଜନାରେ 6000 ଟଙ୍କା ପ୍ରଦାନ କରିବାକୁ ଲକ୍ଷ୍ୟ ରଖାଯାଇଛି।
  • କୃଷକଙ୍କୁ ବାର୍ଦ୍ଧକ୍ୟ ପେନ୍‌ସନ୍‌ ଯୋଗାଇବା ପାଇଁ କିସାନ ମନଧନ ଯୋଜନା (PM-KMY) ରହିଛି ।
  • କୃଷକମାନଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ କାର୍ଡ ବିତରଣ କରାଯାଇଛି ।

1960 ଦଶକରେ ସରକାର କୃଷିକ୍ଷେତ୍ରର ବିକାଶ ପାଇଁ ବନ୍ଧ ନିର୍ମାଣ କରିଥିଲେ, କେନାଲ ନେଟୱାର୍କିଂ ସ୍ଥାପନ କରିଥିଲେ, କୃଷି ପ୍ରତିଷ୍ଠାନ ପ୍ରତିଷ୍ଠା କରିଥିଲେ, ବଜାର ସଂଖ୍ୟା ବୃଦ୍ଧି କରିଥିଲେ, ଭଲ ବିହନ ଆମଦାନୀ ପାଇଁ ରାସ୍ତା ସଫା କରିଥିଲେ। ଫଳସ୍ବରୂପ, 1968 ମସିହାରେ ଦେଶର କୃଷକମାନେ 170 ଲକ୍ଷ ଟନ୍ ଗହମ ଉତ୍ପାଦନ କରି ସ୍ବାଧୀନତା ପରେ ଏହା ପ୍ରାୟ 3 ଗୁଣ ବୃଦ୍ଧି ହୋଇଥିଲା ।

1991 ଅର୍ଥନୈତିକ ସଂସ୍କାର ପରେ ସରକାରଙ୍କ ଧ୍ୟାନ କୃଷିରୁ ଅନ୍ୟ କ୍ଷେତ୍ରକୁ ଚାଲିଗଲା। ଅର୍ଥନୈତିକ ସହଯୋଗ ଏବଂ ବିକାଶ ସଂଗଠନର ସଦ୍ୟତମ ରିପୋର୍ଟରେ କୁହାଯାଇଛି ଯେ ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତରେ କୃଷି ଆୟରେ କୌଣସି ବୃଦ୍ଧି ଘଟିନାହିଁ। ଜନଗଣନା ଅନୁଯାୟୀ, 2001 ରୁ 2011 ମଧ୍ୟରେ କୃଷକଙ୍କ ସଂଖ୍ୟା 77 ଲକ୍ଷ ହ୍ରାସ ପାଇଛି। NCRB ଅନୁଯାୟୀ, 1995 ପରଠାରୁ କୃଷକଙ୍କ ଆତ୍ମହତ୍ୟା ସଂଖ୍ୟା 3 ଲକ୍ଷ ଅତିକ୍ରମ କରିଛି। କୃଷି ଦେଶର ପ୍ରାୟ 50 ପ୍ରତିଶତ ଲୋକଙ୍କୁ ନିଯୁକ୍ତି ଯୋଗାଇଥାଏ କିନ୍ତୁ ଜିଡିପିରେ ଏହାର ଅବଦାନ ମାତ୍ର 16 ପ୍ରତିଶତ ଅଟେ। 2013ରେ କରାଯାଇଥିବା NSSO ସର୍ଭେ ଅନୁଯାୟୀ, ଭାରତରେ କୃଷକଙ୍କ ହାରାହାରି ମାସିକ ଆୟ ମାତ୍ର 6,426 ଟଙ୍କା ।

ଭାରତରେ ଚାଷୀଙ୍କ ପ୍ରକୃତ ସ୍ଥିତି-

ଗ୍ରାମାଞ୍ଚଳର 70 ପ୍ରତିଶତ ପରିବାର ଜୀବିକା ନିର୍ବାହ ପାଇଁ ମୁଖ୍ୟତଃ କୃଷି ଉପରେ ନିର୍ଭର କରନ୍ତି ଏବଂ 82 ପ୍ରତିଶତ କୃଷକ କ୍ଷୁଦ୍ର ଚାଷୀ। 2017-18ରେ ମୋଟ ଖାଦ୍ୟ ଶସ୍ୟ ଉତ୍ପାଦନ 275 ନିୟୁତ ଟନ୍ (MT) ବୋଲି ଆକଳନ କରାଯାଇଥିଲା । ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ (ଏନସିଆରବି) ର ଆକସ୍ମିକ ମୃତ୍ୟୁ ଏବଂ ଆତ୍ମହତ୍ୟା ବିଷୟରେ ତଥ୍ୟ ଅନୁଯାୟୀ 2019 ରେ 10,281 କୃଷକ ଆତ୍ମହତ୍ୟା କରିଛନ୍ତି, ଯାହା 2018 ରେ 10,357ରୁ ସାମାନ୍ୟ କମିଛି।

PM-KISAN ପାଇଁ ବ୍ୟବସ୍ଥାରେ ଗତ ଏକ ବର୍ଷ ମଧ୍ୟରେ କେବଳ 9 କୋଟି କୃଷକ ପରିବାର ଚିହ୍ନଟ ହୋଇଛନ୍ତି। 2015-16 କୃଷି ଜନଗଣନା ଅନୁଯାୟୀ ଉତ୍ତରପ୍ରଦେଶରେ 2.382 କୋଟି ଚାଷଜମି ରହିଛି - ଦେଶରେ ସର୍ବାଧିକ, ଏହା ପରେ ବିହାର - 1.641 କୋଟି, ମହାରାଷ୍ଟ୍ର - 1.529 କୋଟି, ମଧ୍ୟପ୍ରଦେଶ - 1.0 କୋଟି, କର୍ଣ୍ଣାଟକ - 0.8 କୋଟି, ଆନ୍ଧ୍ରପ୍ରଦେଶ - 0.852 କୋଟି, ତାମିଲନାଡୁ - 0.794 କୋଟି ଏବଂ ଅବଶିଷ୍ଟ ଅନ୍ୟ ରାଜ୍ୟରେ ।

ଚାଷର ଅଗ୍ରଗତି ପାଇଁ କଣ କରିବା ଉଚିତ୍-

  • ଅନେକ ଆଗ୍ରିଟେକ୍ ଷ୍ଟାର୍ଟଅପ୍ ସାହାଯ୍ୟରେ ଫସଲ ଅମଳ ବୃଦ୍ଧି କରିପାରିବା ।
  • ଫସଲର ସଠିକ୍ ମୂଲ୍ୟ ପାଇଁ ସରକାରଙ୍କୁ ମଣ୍ଡି ବୃଦ୍ଧି କରିବାକୁ ପଡ଼ିବ ।
  • ଭାରତରେ ଗୋଦାମ ଘର ଏବଂ ଶୀତଳ ଭଣ୍ଡାର ପରି କୃଷି ଇନପୁଟ ଏବଂ ସହଯୋଗୀ ସେବାଗୁଡିକର ଚାହିଦା ଦ୍ରୁତ ଗତିରେ ବୃଦ୍ଧି କରିବାକୁ ପଡିବ ।
  • ଭାରତର କୃଷକ ହାରାହାରି ଦିନକୁ ମାତ୍ର 214 ଟଙ୍କା ରୋଜଗାର କରନ୍ତି । କୃଷକମାନଙ୍କର ଦୈନିକ ରୋଜଗାର ବୃଦ୍ଧି ପାଇଁ ଭାରତ ସରକାର କାର୍ଯ୍ୟ କରିବା ଆବଶ୍ୟକ, ଯାହା ଦ୍ବାରା ଭାରତର ଗ୍ରାମାଞ୍ଚଳରେ ବିକାଶର ପରିମାଣ ବୃଦ୍ଧି ପାଇବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.