ETV Bharat / bharat

କୃଷକ ଆନ୍ଦୋଳନ; ନବମ ପର୍ଯ୍ୟାୟ ବୈଠକ ବି ବିଫଳ

author img

By

Published : Jan 15, 2021, 3:10 PM IST

Updated : Jan 15, 2021, 6:00 PM IST

farmer and govt discussion9th meeting in new farmer law in vigyan bhawan
ସରକାର ଓ କୃଷକ ନବମ ପର୍ଯାୟ ଆଲୋଚନା

17:59 January 15

ଆଲୋଚନା ଜାରୀ ରହିବ : କେନ୍ଦ୍ର କୃଷିମନ୍ତ୍ରୀ

କୃଷି ଆଇନକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରାଯାଉ: ରାକେଶ ଟିକାୟତ

କେନ୍ଦ୍ର ସରକରା ଓ କୃଷକଙ୍କ  ନବମ ପର୍ଯ୍ୟାୟ ଆଲୋଚନା ବିଫଳ ହୋଇଛି । କୌଣସି ନିଷ୍କର୍ସ ବାହାରି ନାହିଁ । ଆମେ କଥାବାର୍ତ୍ତା ମାଧ୍ୟମରେ ଏକ ବାସ୍ତବ ସ୍ଥିତିରେ ପହଞ୍ଚିବୁ ବୋଲି କୃଷି ମନ୍ତ୍ରୀ  ନରେନ୍ଦ୍ର ସିଂ ତୋମାର  କହିଛନ୍ତି । ଏହା ସହ ପ୍ରବଳ ଥଣ୍ଡାରେ ଆନ୍ଦୋଳନରତ କୃଷକଙ୍କୁ ନେଇ ଆମେ ମଧ୍ୟ ଚିନ୍ତିତ ବୋଲି କହିଛନ୍ତି ।

17:49 January 15

କୃଷକ ଓ କେନ୍ଦ୍ର ସରକରାଙ୍କ ସହ ନବମ ପର୍ଯ୍ୟାୟ ଆଲୋଚନା ପରେ ଭାରତୀୟ କିଷାନ ୟୁନିୟନର ସଭାପତି ତଥା ମୁଖପାତ୍ର ରାକେଶ ଟିକାୟତ କହିଛନ୍ତି । କେନ୍ଦ୍ର ସରକାର ଆଣିଥିବା 3 କୃଷି ଆଇନକୁ ସମ୍ପୂର୍ଣ୍ଣ ଭାବରେ ପ୍ରତ୍ୟାହାର କରନ୍ତୁ ।  ଆମେ ସୁପ୍ରିମକୋର୍ଟ ଗଠନ କରିଥିବା କମିଟି ସହ ଯିବୁ ନାହିଁ  କେବଳ କେନ୍ଦ୍ର ସରକାରଙ୍କ ସହ ଆଲୋଚନା ଜାରୀ ରହିବ ବୋଲି କହିଛନ୍ତି । ଆସନ୍ତା 19ରେ ପୁଣି ହେବ ଦଶମ ପର୍ଯ୍ୟାୟ ଆଲୋଚନା ।

17:02 January 15

କୃଷକ-ସରକାର ଆଲୋଚନା ବିଫଳ, 19 ରେ ଦଶମ ପର୍ଯ୍ୟାୟ ବୈଠକ

farmer
କୃଷକ- ସରକାର ଅଲୋଚନା ବିଫଳ, 19 ରେ ପୁଣି ହେବ ବୈଠକ

କୃଷକ ଓ ସରକାର ଅଲୋଚନା ବିଫଳ ।  ଆଜି ମଧ୍ୟ ବାହାରିଲାନି କୌଣସି ଫଳାଫଳ । ଆସନ୍ତା 19ରେ ବସିବ ଦଶମ ପର୍ଯ୍ୟାୟ ବୈଠକ ।

16:49 January 15

ଚାଲିଛି ଆଲୋଚନା, ବାହାରିନି କୌଣସି ନିଷ୍କର୍ସ

କୃଷକ ଓ ସରକାର ଆଲୋଚନା କୌଣସି ନିଷ୍କର୍ସ ବାହାରି ନାହିଁ । ବର୍ତ୍ତମାନ ଏମଏସପି ଉପରେ ଅଧିକ ଆଲୋଚନା ହେବ ବୋଲି ମଧ୍ୟାହ୍ନରେ କହିଛନ୍ତି କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ।

15:52 January 15

କୃଷି ଆଇନକୁ ବିରୋଧ କରି ଚଣ୍ଡୀଗଡ ରାଜଭବନ ଅଭିମୁଖେ କଂଗ୍ରେସ ନେତା ଓ କର୍ମୀ

ଚଣ୍ଡୀଗଡରେ ନୂତନ କୃଷି ଆଇନକୁ ବିରୋଧ କରି କଂଗ୍ରେସ ନେତା ଓ କର୍ମୀମାନେ ଚଣ୍ଡୀଗଡ ରାଜଭବନ ଅଭିମୁଖେ ଯାତ୍ରା କରିଛନ୍ତି । ଏହା ରୋକିବାକୁ ପୋଲିସ ପାଣି ପ୍ରୟୋଗ କରିଛି ।  

15:22 January 15

ଭୂପିନ୍ଦର ସିଂ ହୁଡ୍ଡାଙ୍କୁ ହେପାଜତରେ ନେଲା ପୋଲିସ

bhupindersingh uda

ଭୂପିନ୍ଦର ସିଂ ହୁଡ୍ଡାଙ୍କୁ ହେପାଜତରେ ନେଲା ପୋଲିସ । ଚାଷୀ ଆନ୍ଦୋଳନରେ ସାମିଲ ହେବା ପାଇଁ ଆସିଥିବା କଂଗ୍ରେସ ନେତା ତଥା ହରିଆଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂ ହୁଡ୍ଡାଙ୍କୁ ପୋଲିସ ହେପାଜତରେ ନେଇଛି ।

15:17 January 15

ମଧ୍ୟାହ୍ନ ଭୋଜନ କରୁଛନ୍ତି ଚାଷୀ ନେତା

farmer leader
ମଧ୍ୟାହ୍ନ ଭୋଜନ କରୁଛନ୍ତି ଚାଷୀ ନେତା

କୃଷି ଆଇନକୁ ନେଇ କୃଷକ ଓ ସରକାର ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ଚାଲିଛି । ବୈଠକ ମଝିରେ ଦିଲ୍ଲୀ ବିଜ୍ଞାନ ଭବନରେ ମଧ୍ୟାହ୍ନ ଭୋଜନ କରୁଛନ୍ତି ଚାଷୀ ନେତା ।

15:11 January 15

ଆନ୍ଦୋଳନରତ ଚାଷୀଙ୍କ ପାଖରେ ପହଞ୍ଚିଲେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରା

ଆନ୍ଦୋଳନରତ ଚାଷୀଙ୍କ ପାଖରେ ପହଞ୍ଚିଲେ ରହୁଲ ଗାନ୍ଧୀ ଓ ପ୍ରିୟାଙ୍କା ଭଦ୍ରା

ଆନ୍ଦୋଳନରତ ଚାଷୀଙ୍କ ପାଖରେ ପହଞ୍ଚିଲେ କଂଗ୍ରେସ ନେତା ତଥା ସାଂସଦ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଭଦ୍ରା । କେନ୍ଦ୍ର ସରକାର ନୂତନ ଭାବେ ଆଣିଥିବା କୃଷି ଆଇନକୁ ସମ୍ପୂର୍ଣ୍ଣ ଭାବରେ ରଦ୍ଦ କରିବା ପାଇଁ ଉଭୟ ଦାବି କରିଛନ୍ତି । ଯଦି ଏହା କରାନଯାଏ ତେବେ ଏହା ଦେଶର ଅନ୍ୟ କ୍ଷେତ୍ରରେ ମଧ୍ୟ ମୋଦି ସରକାର ଏହି ଭଳି ଆଇନ ଲାଗୁ କରିବେ ବୋଲି କହିବା ସହ ମୋଦି ସରକାର କେବେ କୃଷକଙ୍କ ଭଲ ଚାହୁଁନାହାନ୍ତି ବୋଲି କହିଛନ୍ତି । 

14:42 January 15

ସରକାର ଓ କୃଷକ ନବମ ପର୍ଯ୍ୟାୟ ଆଲୋଚନା

ନୂଆଦିଲ୍ଲୀ: ନୂତନ କୃଷି ଆଇନକୁ ବିରୋଧ କରି ଦୀର୍ଘ 51 ଦିନ ହେଲା ଦିଲ୍ଲୀରେ ଆନ୍ଦୋଳନ କରୁଛନ୍ତି ଚାଷୀ । ଆଜି ସରକାର ଓ ଆନ୍ଦୋଳନରତ କୃଷକ ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ଚାଲିଛି । ନୂଆଦିଲ୍ଲୀର ବିଜ୍ଞାନ ଭବନରେ କେନ୍ଦ୍ର ସରକାରଙ୍କ ପ୍ରତିନିଧି ଓ କୃଷକ ମାନଙ୍କ ପ୍ରତିନିଧି ମଧ୍ୟରେ ଚାଲିଛି ଆଲୋଚନା ।  ସରକାର ଓ କୃଷକ ମଧ୍ୟରେ ହେଉଥିବା ଆଲୋଚନାକୁ ଗୁରୁତ୍ବପୂର୍ଣ୍ଣ ରହିଛି ।

ଏହି ବୈଠକରେ କେନ୍ଦ୍ରସରକାଙ୍କ ପକ୍ଷର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଓ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲ ଆଲୋଚନା କରୁଛନ୍ତି । ସୂଚନାଥାଉକି କେନ୍ଦ୍ର ସରକାର ନୂତନ ଭାବେ ପ୍ରଣୟନ କରିଥିବା କୃଷି ଆଇନକୁ ସୁପ୍ରିମକୋର୍ଟ ଲାଗୁ ନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏକ ସ୍ବତନ୍ତ୍ର 4 ଜଣିଆ କମିଟି ଗଠନ କରିଛନ୍ତି । ସେପଟେ ଦାବି ପୂରଣ ନହେଲେ ଜାନୁଆରୀ 26 ତାରିଖରେ ଚାଷୀମାନେ ଟ୍ରାକ୍ଟର ପ୍ୟାରେଡ କରିବେ ବୋଲି  ସମସ୍ତ ଚାଷୀ ସଙ୍ଗଠନ ଚେତାବନୀ ଦେଇଛନ୍ତି ।

କେନ୍ଦ୍ର ସରକାର ପ୍ରଣୟନ କରିଥିବା ତିନୋଟି କୃଷି ବିଲ ଯଥା କୃଷକ ସଶକ୍ତିକରଣ ଏବଂ ସୁରକ୍ଷା ଚୁକ୍ତିନାମା, କୃଷି ସେବା ଆଇନ, 2020 । କୃଷକ ଉତ୍ପାଦନ ବାଣିଜ୍ୟ ଏବଂ ବାଣିଜ୍ୟ ପଦୋନ୍ନତି ଏବଂ ସୁବିଧା ଅଧିନିୟମ, 2020 ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ସଂଶୋଧନ ଅଧିନିୟମ, 2020 । ଏହି ଆଇନ ଗୁଡିକ ରଦ୍ଦ କରିବା ପାଇଁ କୃଷକ ମାନେ ଆନ୍ଦୋଳନ କରୁଛନ୍ତି।

Last Updated : Jan 15, 2021, 6:00 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.