ETV Bharat / bharat

FAO ରିପୋର୍ଟ: ମୃତ୍ତିକା ଓ ଜୈବ ବିବିଧତାର କ୍ଷୟ ଖାଦ୍ୟ ଉତ୍ପାଦନ ପ୍ରତି ବିପଦ

ମୃତ୍ତିକାରେ ବାସ କରୁଥିବା ଜୀବମାନେ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରୁଥିବାବେଳେ ସେମାନଙ୍କ ଅବଦାନକୁ ଅଣଦେଖା କରାଯାଉଛି । କାରଣ ମୃ୍ତ୍ତିକା କ୍ଷୟ ଓ ପ୍ରଦୂଷଣ ହେବା ଦ୍ବାରା ସେମାନେ ମଧ୍ୟ ଲୋପ ପାଉଛନ୍ତି । ଯାହାକି ଖାଦ୍ୟ ଉତ୍ପାଦନ କ୍ଷେତ୍ରରେ ଏକ ବଡ ବିପଦ ବୋଲି FAO ରିପୋର୍ଟରେ ଦର୍ଶାଯାଇଛି । ଅଧିକ ପଢନ୍ତୁ...

FAO Report: Loss of soil and biodiversity poses a threat to food production
FAO ରିପୋର୍ଟ: ମୃତ୍ତିକା ଓ ଜୈବ ବିବିଧତାର କ୍ଷୟ ଖାଦ୍ୟ ଉତ୍ପାଦନ ପ୍ରତି ବିପଦ
author img

By

Published : Dec 10, 2020, 6:55 PM IST

ହାଇଦ୍ରାବାଦ: ଖାଦ୍ୟ ଉତ୍ପାଦନ ବୃଦ୍ଧି, ପୁଷ୍ଟିକର ଖାଦ୍ୟ, ମାନବ ସ୍ବାସ୍ଥ୍ୟ ରକ୍ଷା କରିବା, ପ୍ରଦୂଷିତ ସ୍ଥାନଗୁଡିକୁ ଦୂର କରିବା ଏବଂ ଜଳବାୟୁ ପରିବର୍ତ୍ତନ ସହ ଏହାକୁ ମୁକାବିଲା କରିବାରେ ମୃତ୍ତିକା ଜୀବମାନେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । କିନ୍ତୁ ସେମାନଙ୍କର ବହୁମୂଲ୍ୟ ଅବଦାନକୁ ମନୁଷ୍ୟ ସମାଜ ଅଣଦେଖା କରିବାରେ ଲାଗିଛି । କାରଣ ବିପୁଳ ମାତ୍ରାରେ ମୃତ୍ତିକା କ୍ଷୟ ହେବା ଦ୍ବାରା ମୃ୍ତ୍ତିକାରେ ବାସ କରି ମନୁଷ୍ୟକୁ ବିଭିନ୍ନ କ୍ଷେତ୍ରରେ ସାହାଯ୍ୟ କରୁଥିବା ଏହି ଜୀବମାନଙ୍କର ସତ୍ତା ସମୟକ୍ରମେ କ୍ଷୟ ହେବାରେ ଲାଗିଛି ବୋଲି FAO ଏହାର ପ୍ରଥମ ରିପୋର୍ଟରେ ଦର୍ଶାଇଛି । ଏହି ରିପୋର୍ଟକୁ ଏଫଏଓ ଡିସେମ୍ବର 5 ତାରିଖ ବିଶ୍ବ ମୃତ୍ତିକା ଦିବସରେ ପ୍ରକାଶ କରି ଲୋକମାନଙ୍କୁ ସଚେତନ କରାଇବା ପାଇଁ ଚେଷ୍ଟା କରିଥିଲା ।

ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ଜୈବ ବିବିଧତା ହ୍ରାସ ବିଶ୍ବରେ ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି । ଭୂମି ତଳେ ବାସ କରୁଥିବା ଜୀବମାନଙ୍କୁ ଗୁରୁତ୍ବ ଦିଆଯାଉ ନାହିଁ ଏବଂ ସ୍ଥାୟୀ ବିକାଶ ପାଇଁ କରାଯାଉଥିବା ଯୋଜନାରେ ସେମାନଙ୍କୁ ସମ୍ପୂର୍ଣ୍ଣ ରୂପେ ବିଚାରକୁ ନିଆଯିବା ଆବଶ୍ୟକ। ଜୈବ ବିବିଧତାର ପ୍ରମୁଖ ଉପାଦାନ ମଧ୍ୟରେ ମୃତ୍ତିକା ରହିଛି । ତେବେ ଏହି ମୃତ୍ତିକାରେ ବାସ କରୁଥିବା ଜୀବମାନେ ବିଶ୍ବର 25 ପ୍ରତିଶତରୁ ଅଧିକ ଜୈବ ବିବିଧତା ମଧ୍ୟରେ ଅନ୍ତର୍ଭୁକ୍ତ । ଏଥିସହିତ ବିଶ୍ବର ଇକୋସିଷ୍ଟମରେ 40 ପ୍ରତିଶତରୁ ଅଧିକ ଜୀବ ସେମାନଙ୍କ ଜୀବନଚକ୍ର ସମୟରେ ମୃତ୍ତିକା ସହିତ ଜଡିତ ହୋଇ ରହିଛନ୍ତି । ଏଣୁ ମୃତ୍ତିକା ସଂରକ୍ଷଣ ସଂପର୍କରେ ସମସ୍ତେ ତତ୍ପରତା ଦେଖାଇବା ଆବଶ୍ୟକ ।

ମୃତ୍ତିକାରେ ବାସ କରୁଥିବା ଜୀବମାନେ ଫସଲ ଉତ୍ପାଦନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ଏମାନେ ମୃତ୍ତିକାର ଉର୍ବରତାକୁ ବଢାଇବା ସହିତ ବାୟୁମଣ୍ଡଳର ଗ୍ୟାସକୁ ମଧ୍ୟ ଗ୍ରହଣ କରି ମାଟିରେ ମିଶାଇଥାନ୍ତି । ତେବେ ମୃତ୍ତିକା କ୍ଷୟ ଓ ପ୍ରଦୂଷଣ ହେବା ଦ୍ବାରା ଏଥିରେ ବାସ କରୁଥିବା ଜୀବମାନେ ପ୍ରଭାବିତ ହେଉଛନ୍ତି । ଯାହାକି ମନୁଷ୍ୟ ସମାଜ ପ୍ରତି ବିପଦ ସୃଷ୍ଟି କରୁଛି । ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା ତଥା FAO ଏହି ସୂଚନା ଦେଇ ଲୋକମାନଙ୍କୁ ସଚେତନ କରାଇଛି ।

ମୃତ୍ତିକାର ଜୈବ ବିବିଧତା ପ୍ରତି ବିପଦମାନ:-

  • ମୃତ୍ତିକାରେ ବାସ କରୁଥିବା ଜୀବମାନେ କୃଷି ଓ ଖାଦ୍ୟ ନିରାପତ୍ତା ପାଇଁ ପ୍ରଦାନ କରୁଥିବା ଇକୋସିଷ୍ଟମ୍ ସେବା ମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି । ଉଦାହରଣ ସ୍ବରୂପ, ମୃତ୍ତିକା ଅଣୁଜୀବଗୁଡ଼ିକ ଜୈବିକ ଏବଂ ଅଜୈବିକ ଯୌଗିକର ପୁଷ୍ଟିକର ପଦାର୍ଥକୁ ଏକ ରୂପରେ ପରିଣତ କରିବା ପରେ ଏହାକୁ ଉଦ୍ଭିଦମାନେ ଖାଦ୍ୟ ରୂପେ ଗ୍ରହଣ କରନ୍ତି ।
  • ଏଥିସହିତ ମୃତ୍ତିକାରେ କୀଟନାଶକ ଏବଂ ଜୀବାଣୁଙ୍କ ନିୟନ୍ତ୍ରଣ, ପ୍ରତିରୋଧ କିମ୍ବା ଦମନକୁ ଉନ୍ନତ କରିବାରେ ଏମାନେ ସହାୟକ ହୋଇଥାନ୍ତି ।
  • ସ୍ଥାୟୀ କୃଷି-ଖାଦ୍ୟ ପ୍ରଣାଳୀ ସୁନିଶ୍ଚିତ କରିବାରେ ଏହି ଜୀବମାନେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାନ୍ତି । ମାନବ କାର୍ଯ୍ୟକଳାପ, ଜଳବାୟୁ ପରିବର୍ତ୍ତନ ଏବଂ ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ମଧ୍ୟ ଏମାନଙ୍କ ପ୍ରତି ବିପଦ ସୃଷ୍ଟି ହୋଇଥାଏ ।
  • କୃଷି କ୍ଷେତ୍ରରେ ରାସାୟନିକ ପଦାର୍ଥର ଅତ୍ୟଧିକ ବ୍ୟବହାର ଏବଂ ଅପବ୍ୟବହାର ମୃତ୍ତିକାର ଜୈବ ବିବିଧତା କ୍ଷୟକ୍ଷତିର ଏକ ପ୍ରମୁଖ କାରଣ ପାଲଟିଛି । ତେବେ ଏହି ଜୀବମାନଙ୍କର କ୍ଷୟ ଘଟିଲେ ସ୍ଥାୟୀ କୃଷି ଏବଂ ଖାଦ୍ୟ ନିରାପତ୍ତା କ୍ଷେତ୍ରରେ ମଧ୍ୟ ସମସ୍ୟା ଦେଖାଯିବ ।

କୃଷି କ୍ଷେତ୍ରରେ ଅତ୍ୟଧିକ ପରିମାଣରେ ବ୍ୟବହାର କରାଯାଉଥିବା ରାସାୟନିକ ପଦାର୍ଥ ଦ୍ବାରା ମାଟିରେ ଅଙ୍ଗାରକାମ୍ଳ ଓ ନାଇଟ୍ରସ ଅକ୍ସାଇଡର ପରିମାଣ ମଧ୍ୟ ବୃଦ୍ଧି ପାଉଛି । ଯାହାଦ୍ବାରା ମୃତ୍ତିକା ପ୍ରଦୂଷିତ ହେବା ସହିତ ଜୀବମାନେ ମଧ୍ୟ ଲୋପ ପାଉଥିବା ମିଳିତ ଜାତିସଂଘର ଖାଦ୍ୟ ଓ କୃଷି ସଂସ୍ଥା ତଥା FAOର ରିପୋର୍ଟରେ ଦର୍ଶାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.