ଚେନ୍ନାଇ: ମାନବ ସେବା ହିଁ ପ୍ରକୃତ ଧର୍ମ । ଜୀବନରେ ସ୍ୱପ୍ନ ଦେଖିବାକୁ ମନା ନାହିଁ କିନ୍ତୁ ଏହାକୁ ସାକାର କରିବାକୁ ପ୍ରତିବଦ୍ଧ ହୁଅ । ଏହା ଥିଲା ମିସାଇଲ ମ୍ୟାନଙ୍କ କଥା । ସେ ଥିଲେ କୋଟି ଯୁବ ପ୍ରାଣର ହୃଦୟର ମଣିଷ । ପୂର୍ବ ରାଷ୍ଟ୍ରପତି ତଥା ଭାରତ ରତ୍ନ ସ୍ୱର୍ଗତ ଅବଦୁଲ କଲାମଙ୍କ ଚତୁର୍ଥ ଶ୍ରାଦ୍ଧ ବାର୍ଷିକୀରେ ତାଙ୍କ ପରିବାରର ସମସ୍ତ ସଦସ୍ୟ ଜଣାଇଛନ୍ତି ଶ୍ରଦ୍ଧାଞ୍ଜଳୀ ।
ରାମେଶ୍ୱରମରେ ଥିବା ଅବଦୁଲ କଲାମ ସ୍ମୃତି ପୀଠରେ ପହଁଞ୍ଚିଥିଲେ ପରିବାରର ସଦସ୍ୟ । ପରେ ତାଙ୍କ ବଡ଼ ଭାଇଙ୍କ ସମେତ ଅନ୍ୟ ସମସ୍ତେ ଶୋକ ପ୍ରାର୍ଥନା କରିବା ସହ ସମାଧି ପୀଠରେ ପୁଷ୍ପମାଲ୍ୟ ଅର୍ପଣ କରିଛନ୍ତି ।