ଗୋକାଭରମ: କୋରୋନା ଲକ୍ଷଣ ସହ ଗୋକାଭରମର ପୂର୍ବ ଗୋଦାବରୀ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଶନିବାର ସେ କୋରୋନା ଟେଷ୍ଟ କରାଇଥିଲେ । ତେବେ ସେହିଦିନ ସଂନ୍ଧ୍ୟାରେ ବ୍ୟକ୍ତିଜଣଙ୍କର ମୃତ୍ୟୁ ହୋଇଥିଲା ।
ପରେ ମୃତ ବ୍ୟକ୍ତିଙ୍କ ପରିବାର ଲୋକେ ପିପିଇ କିଟ୍ ପରିଧାନ କରି ମୃତଦେହ ସତ୍କାର କରିଥିଲେ ।
ମେଡିକାଲ ଷ୍ଟାଫ୍ ରବିବାର ତାଙ୍କ ଘରେ ପହଞ୍ଚି ପରିବାର ଲୋକଙ୍କୁ ପିପିଇ କିଟ୍ ପ୍ରଦାନ କରିଥିଲେ । ପରିବାର ଲୋକେ ପିପିଇ କିଟ୍ ପିନ୍ଧି ମୃତଦେହ ସତ୍କାର କରୁଥିବା ଭିଡିଓ ଭାଇରାଲ ହୋଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ