ETV Bharat / bharat

କ୍ରିକେଟ ଖେଳକୁ ନେଇ ଆକ୍ରମଣ - cricket

ଝିମିଟି ଖେଳରୁ ମହାଭାରତ। ସାମାନ୍ୟ କ୍ରିକେଟ ଖେଳକୁ ନେଇ ପୂରା ପରିବାରକୁ ଆକ୍ରମଣ କଲେ ଆକ୍ରମଣକାରୀ । ଆକ୍ରମଣର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଫଟୋ ସୌଜନ୍ୟ: ଇଟିଭି ଭାରତ
author img

By

Published : Mar 23, 2019, 2:09 PM IST

ଗୁରୁଗ୍ରାମ: କ୍ରିକେଟ ଖେଳକୁ ନେଇ ପରିବାରକୁ ଆକ୍ରମଣ। ଘରୁ ଟାଣି ନେଇ ମନଇଚ୍ଛା ପିଟିଲେ ମାରିଲେ ଆକ୍ରମଣକାରୀ । ଏଭିଳି ଏକ ଅଭାବନୀୟ ଘଟଣା ଦେଖିବା ପାଇଁ ମିଳିଛି ଗୁରୁଗ୍ରାମର ଭୋଣ୍ଡସି ଅଞ୍ଚଳରେ । ତେବେ ଘଟଣାର ସମସ୍ତ ଦୃଶ୍ୟ କେହି ଜଣେ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ସେୟାର କରିବା ପରେ ଏବେ ଏହା ଭାଇରାଲ ହୋଇଛି ।

ଗତକାଲି ଶୁକ୍ରବାର ହୋଲି ଅବସରରେ ଗାଁ ଦାଣ୍ଡରେ କ୍ରିକେଟ ଖେଳିବା ପାଇଁ ସମସ୍ତଙ୍କୁ ମନା କରାଯାଇଥିଲା । ହେଲେ ଏହାକୁ ନମାନି କିଛି ପିଲା ଗାଁ ଦାଣ୍ଡରେ କ୍ରିକେଟ ଖେଳିଥିଲେ। ଏଥିରେ ରାଗି ଯାଇ କିଛି ଲୋକ ଦଳବଳ ଭାବେ ଆସି ସେହି ପରିବାରର ପୁରୁଷଙ୍କ ଉପରେ ଆକ୍ରମଣ କରିଥିଲେ। ତେବେ ସେମାନଙ୍କୁ ଛାଡିଦେବା ପାଇଁ ଘରର ମହିଳାଯେତେ ଅନୁରୋଧ କଲେ ମଧ୍ୟ କେହି ଶୁଣୁନଥିଲେ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଭଣ୍ଡସି ପୋଲିସ ଷ୍ଟେସନରେ ଏହି ଘଟଣାରେ ଅଭିଯୋଗ କରାଯାଇଛି। ଗାଁର କିଛି ପିଲା କ୍ରିକେଟ ଖେଳୁଥିବା ବେଳେ ଏପରି ଘଟଣା ଘଟିଛି। କିଛି ଅସାମାଜିକ ଲୋକେ ଖଣ୍ଡା ଏବଂ ବାଡି ଧରି ଆକ୍ରମଣ କରିଥିବା କହିଛନ୍ତି ଏସପି ସମସେର ସିଂ। ଖୁବ ଶୀଘ୍ର ଏହି ଘଟଣାରେ ଲିପ୍ତ ଥିବା ଅଭିଯୁକ୍ତଙ୍କୁ ଧରାଯିବା ସହ ଉପଯୁକ୍ତ ଦଣ୍ଡ ଦିଆଯିବ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.