ଲକ୍ଷ୍ନୌ: ଉତ୍ତରପ୍ରଦେଶର ଭରତପୁର ଅଞ୍ଚଳରେ ଜଣେ ଛାତ୍ରୀଙ୍କୁ ଅସଦାଚାରଣ କରିଥିବା କଲେଜର କର୍ମଚାରୀଙ୍କୁ ଉଚିତ ଶିକ୍ଷା ଦେଇ ତାଙ୍କ ଉିଡିଓ ଭାଇରାଲ କରିଛନ୍ତି ପୀଡିତାଙ୍କ ପରିବାର ।
ହାଥରସ ଘଟଣା ପରେ ଦେଶରେ ଝିଅମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି । ଘଟଣା ଅନୁସାରେ ଭରତପୁରର ଏକ ଘରୋଇ କଲେଜକୁ ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀ ଜଣଙ୍କୁ ସେହି କଲେଜର ଜଣେ କର୍ମଚାରୀ ଅସଦାଚାରଣ କରିଥିଲେ । ଏ କଥା ଛାତ୍ରୀଜଣକ ତାଙ୍କ ପରିବାରକୁ ଜଣାଇଥିଲେ । ପରିବାର ଲୋକ ଆସି କର୍ମଚାରୀ ଜଣଙ୍କୁ ପିଟିବା ସହ ତାଙ୍କ ଭିଡିଓ ଭାଇରାଲ କରିଥିଲେ । ଏ ଯାଏଁ ପରିବାର ପକ୍ଷରୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।
ତେବେ ଭିଡିଓ ଭାଇରାଲ ହେବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ