ETV Bharat / bharat

ଅମୃତସର ଟ୍ରେନ ଦୁର୍ଘଟଣାକୁ 2 ବର୍ଷ, ଏବେବି ନ୍ୟାୟ ଅପେକ୍ଷାରେ ପୀଡିତା ପରିବାର - ଅମୃତସରର ଟ୍ରେନ ଦୁର୍ଘଟଣାରେ 60 ମୃତ

ଅମୃତସର ଟ୍ରେନ ଦୁର୍ଘଟଣାକୁ ଆସନ୍ତାକାଲି(ସୋମବାର) ପୂରିବ ଦୁଇ ବର୍ଷ । ଆଜି ବି ଦୁର୍ଘଟଣାର ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ପୀଡିତ ପରିବାର । ଅଧିକ ପଢନ୍ତୁ..

ଅମୃତସର ଟ୍ରେନ ଦୁର୍ଘଟଣାକୁ 2 ବର୍ଷ, ଏବେ ବି ନ୍ୟାୟ ଅପେକ୍ଷାରେ ପୀଡିତାଙ୍କ ପରିବାର

author img

By

Published : Oct 18, 2020, 10:25 PM IST

ଚଣ୍ଡିଗଡ: ସାରା ଦେଶରେ ଏବେ ପୂଜା ମାହୋଲ । କୋରୋନା କଟକଣା ମଧ୍ୟରେ ମା' ଜଗତଜନନୀଙ୍କ ସ୍ବାଗତ କରିବାକୁ ସଜେଇ ହେଉଛନ୍ତି ସଭିଏଁ । କିନ୍ତୁ ଠିକ ଦୁଇ ବର୍ଷ ପୂର୍ବେ ଦଶହରା ଦିନ ଅମୃତସରର ଟ୍ରେନ ଦୁର୍ଘଟଣା ଆଜି ବି ମନରୁ ଲିଭିନାହିଁ । ବିଜୟା ଦଶମୀରେ ହୋଇଥିବା ଏହି ଟ୍ରେନ ଦୁର୍ଘଟଣାରେ 60 ଜଣଙ୍କ ଜୀବନ ଚାଲି ଯାଇଥିଲା । 100ରୁ ଅଧିକ ଆହତ ହୋଇଥଲେ । ଏହି ଘଟଣାକୁ ମନେ ପକାଇଲେ ମନ ଭୟରେ ଥରି ଉଠେ । ହେଲେ ଆଜି ବି ଦୁର୍ଘଟଣାର ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି ପୀଡିତଙ୍କ ପରିବାର ।

ଏନେଇ ପୀଡିତଙ୍କ ପରିବାର ଅମୃତସରରେ ଶୋଭାଯାତ୍ରା କରି ଦୁର୍ଘଟଣାର ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଦାବି କରିଥିବା ଦେଖିବାକୁ ମିଳିଛି । ଆଜକୁ 2 ବର୍ଷ ପୁରି ଯାଇଥିଲେ ବି ଦୋଷୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ । ପୀଡିତ ପରିବାର ଆଖିରୁ ଏବେ ବି ଲୁହ ସୁଖିନି । ନ୍ୟାୟ ପାଇବା ଆଶାରେ ସେମାନେ ଏବେ ବି ଚାତକ ପରି ଅନାଇ ବସିଛନ୍ତି । ସେପଟେ ଘଟଣାକୁ ଦୁଇ ବର୍ଷ ପୁରିଥିଲେ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ନ ନିଆଯିବା ସମସ୍ତଙ୍କ ମନରେ ଏକ ପ୍ରକାର ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସେଦିନର ସେହି ଭୟାବହ ଦୃଶ୍ୟ ଥିଲା ଏପରି, ଅମୃତସରର ଯୋଡା ଫାଟକରେ ଆୟୋଜନ ହେଉଥିଲା ଦଶହରା । ସାମ୍ନାରେ ଜଳୁଥିଲା ରାବଣ । ରେଳ ଧାରଣାରେ ଛିଡା ହୋଇଥିଲେ ଲୋକେ । ଏହି ସମୟରେ ଲୋକଙ୍କ ଉପରେ ମାଡିଗଲା ଟ୍ରେନ । ପଠାନକୋଟରୁ ଆସୁଥିବା ଡିଏମୟୁ ଟ୍ରେନ ସେଠାରେ ଉପସ୍ଥିତ ଲୋକଙ୍କ ରକ୍ତର ନଦୀ ବୁହାଇ ଦେଇଥିଲା । 19 ଅକ୍ଟୋବର 2018ରେ ହୋଇଥିଲା ଏହି ଦୁର୍ଘଟଣା । କିଛି ବୁଝିବା ପୂର୍ବରୁ ସବୁକିଛି ସରିସାରିଥିଲା । ଆଖପାଖରେ ବିଛାଡି ହୋଇ ପଡିଥିଲା ରକ୍ତ ଜୁଡୁବୁଡୁ ମୃତଦେହ ।

ରାବଣ ଦହନ ଦେଖିବା ପାଇଁ ରେଳ ଧାରଣାରେ ଲୋକଙ୍କ ଭିଡ ଜମା ହୋଇଥିଲା । କିଏ ତାଳି ବଜାଉ ଥିଲା ତ ଆଉ କିଏ ମୋବାଇଲରେ ଭିଡିଓ କରୁଥିଲା । କିଛି ବୁଝିବା ପୂର୍ବରୁ ସବୁକିଛି ଶେଷ ହୋଇଯାଇଥିଲା । ବାଣର ସ୍ତବ୍ଧ ଓ ରାବଣ ଦହନର ଆଲୋକ ମଧ୍ୟରେ ଲୋକେ ନିଜ ପରିଜନଙ୍କ ମୃତ ଦେହ ଖୋଜିବାରେ ଲାଗି ପଡିଥିଲେ । ଏହି ଘଟଣାକୁ ନେଇ ସାରା ଦେଶ ଶୋକ ବ୍ୟକ୍ତ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.