ନୂଆଦିଲ୍ଲୀ: ଗୁଜବ ପ୍ରଚାରକୀରୀଙ୍କ ବିରୋଧରେ ସିବିଏସଇର କାର୍ଯ୍ୟାନୁଷ୍ଠାନ । ସୋସିଆଲ ମିଡିଆରେ ପେପର୍ ଲିକ୍ ଭଳି ଗୁଜବ ପ୍ରଚାର କରୁଥିବା ଲୋକଙ୍କ ବିରୋଧରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଯାହାକୁ ନେଇ ଗୁଜବ ପ୍ରଚାର କରୁଥିବା ଲୋକେ ସିବିଏସଇକୁ କ୍ଷମା ପ୍ରାଥନା କରିବା ସହ ଭବିଷ୍ୟତରେ ଏହା ପୁନରାବୃତ୍ତି ହେବନି ବୋଲି ଆଶ୍ବାସନା ଦେଇଛନ୍ତି ।
ସୂଚନା ଅନୁଯାୟୀ, ଗତ କିଛିଦିନ ତଳେ ସିବିଏସଇ ପେପର ଲିକ୍ ଭଳି ମିଥ୍ୟା ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଯାହାକୁ ନେଇ ଅଭିଭାବକଙ୍କ ମଧ୍ୟରେ ବିଭ୍ରାନ୍ତ ସୃଷ୍ଟି ହୋଇଥିଲା । ଏନେଇ ସିବିଏସଇ ପୋଲିସ ନିକଟରେ ଅଭିଯୋଗ କରିଥିଲେ । ଏଥିସହ ଯେଉଁମାନେ ଏଭଳି ମିଥ୍ୟା ଖବର ପ୍ରଚାର କରୁଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି CBSE କର୍ତ୍ତୃପକ୍ଷ କହିଥିଲେ ।
ଯାହାକୁ ନେଇ ଗୁଜବ ପ୍ରଚାର କରିଥିବା ଲୋକେ ଏକ ଚିଠି ମାଧ୍ୟମରେ ସିବିଏସଇକୁ କ୍ଷମା ପ୍ରାର୍ଥନା କରିଛନ୍ତି । ଏଥିସହ ଭବିଷ୍ୟତରେ ସେ ଏପରି କାର୍ଯ୍ୟ କରିବେ ନାହିଁ ବୋଲି ପ୍ରତିଶୃତି ଦେଇଛନ୍ତି ।