ETV Bharat / bharat

350 କର୍ମଚାରୀଙ୍କ ନାମରେ ଫେକ୍ ଫେସବୁକ୍ ଆକାଉଣ୍ଟ, 4 ଗିରଫ - ହାଇଦ୍ରାବାଦ ସାଇବର ଅପରାଧ

ପାଞ୍ଚଟି ରାଜ୍ୟର 350ଜଣ କର୍ମଚାରୀଙ୍କ ଫେକ୍ ଆକାଉଣ୍ଟ ଜରିଆରେ ସାଧାରଣ ଲୋକଙ୍କଠାରୁ ଟଙ୍କା ହଡପ କରୁଥିଲେ 4 ଅପରାଧୀ । ରାଜସ୍ଥାନ ଥିଲା ଅପରାଧର କେନ୍ଦ୍ରସ୍ଥଳ । ନାଲଗୋଣ୍ଡା ପୋଲିସ 4 ଅପରାଧୀଙ୍କୁ ଗିରଫ କରି ତଦନ୍ତ ଜାରି ରଖିଥିବାର ସୂଚନା ମିଳିଛି । ଅଧିକ ପଢନ୍ତୁ..

350ଜଣ କର୍ମଚାରୀଙ୍କ ନାମରେ ଫେକ୍ ଫେସବୁକ୍ ଆକାଉଣ୍ଟ, 4 ଗିରଫ

author img

By

Published : Oct 3, 2020, 7:11 PM IST

ହାଇଦ୍ରାବାଦ: ପାଞ୍ଚଟି ରାଜ୍ୟର 350ଜଣ କର୍ମଚାରୀଙ୍କ ନାମରେ ଫେକ୍ ଫେସବୁକ୍ ଆକାଉଣ୍ଟ ବନାଉଥିବା 4ଟି ଅପରାଧୀଙ୍କୁ ନାଲଗୋଣ୍ଡା ପୋଲିସ ଗିରଫ କରିଛି । ଏହି ଅପରାଧୀମାନେ ଫେକ୍ ଆକାଉଣ୍ଟ ଜରିଆରେ ସାଧାରଣ ଲୋକଙ୍କଠାରୁ ଟଙ୍କା ହଡପ କରୁଥିଲେ ବୋଲି ଜଣାପଡିଛି।

ରାଜସ୍ଥାନର ଭରତପୁର ଜିଲ୍ଲାରେ 4 ଅପରାଧୀ ମୁସ୍ତାକିମ୍ ଖାନ୍, ମନିସ, ସାହିଦ ଓ ସଦମ ଖାନ ବ୍ୟାଙ୍କ, ରେଲୱେ ଏବଂ ସିଆରପିଏଫ କର୍ମଚାରୀଙ୍କ ନାମରେ ମିଥ୍ୟା ଆକାଉଣ୍ଟ ଖୋଲୁଥିଲେ । ସେମାନଙ୍କ ନାମରେ ସାଧାରଣ ଲୋକଙ୍କୁ ଟଙ୍କା ମାଗୁଥିଲେ । ମିଥ୍ୟା ଆକାଉଣ୍ଟ ଖୋଲୁଥିବା କର୍ମଚାରୀ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ହିମାଚଳ ପ୍ରଦେଶ ଓ ହରିୟାଣା ରାଜ୍ୟର ବୋଲି ଜଣାପଡିଛି । ଅପରାଧୀମାନେ ରାଜସ୍ଥାନକୁ ଅପରାଧର କେନ୍ଦ୍ରସ୍ଥଳ କରି ସେଠାରୁ ଏହି ପ୍ରକାର କାର୍ଯ୍ୟ କରୁଥିଲେ ଏବଂ ଏହି 4 ଅପରୀଧୀଙ୍କ ବୟସ 20 ବର୍ଷରୁ କମ୍ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।

ଏସପି ରଙ୍ଗନାଥ ଘଟଣାଟିକୁ ବିଭିନ୍ନ ଦିଗରୁ ତର୍ଜମା କରୁଛନ୍ତି । ଅପରାଧୀମାନେ କାହିଁକି ଅଧିକାଂଶ ପୋଲିସ କର୍ମଚାରୀଙ୍କୁ ଟାର୍ଗେଟ୍ କରୁଥିଲେ, ଏହି କାର୍ଯ୍ୟରେ ସେମାନଙ୍କୁ କିଏ ସାହାଯ୍ୟ କରୁଥିଲା ଏବଂ ଲୋକଙ୍କୁ ଠକିକି ଆଣୁଥିବା ଟଙ୍କା କିପରି ସେମାନଙ୍କ ନିକଟରେ ପହଞ୍ଚୁଥିଲା, ଏହି ସବୁ ସମ୍ବନ୍ଧରେ ପୋଲିସ ତଦନ୍ତ କରୁଥିବାର ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.