ETV Bharat / bharat

କୃଷିନେତା ରାକେଶ ଟିକାୟତଙ୍କ ନାଁରେ ଫେକ ଫେସବୁକ ଆକାଉଣ୍ଟ

author img

By

Published : Feb 4, 2021, 8:11 PM IST

ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକାୟତଙ୍କ ନାମରେ ଫେକ ଫେସବୁକ ଆକାଉଣ୍ଟ ଖୋଲାଯାଇଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ...

Fake facebook account created in the name of Rakesh Tikait
କୃଷିନେତା ରାକେଶ ଟିକାୟତଙ୍କ ନାମରେ ଫେକ ଫେସବୁକ ଆକାଉଣ୍ଟ

ନୂଆଦିଲ୍ଲୀ: ଭାରତୀୟ କିଷାନ ୟୁନିୟନର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକାୟତଙ୍କ ନାଁରେ ଫେକ ଫେସବୁକ ଆକାଉଣ୍ଟ ଖୋଲାଯାଇଥିବା କୌଶାଂବୀ ପୋଲିସ ଷ୍ଟେସନରେ ଅଭିଯୋଗ ହୋଇଛି । ତେବେ ଚାଷୀ ଆନ୍ଦୋଳନକୁ ବଦନାମ କରିବା ପାଇଁ ରାକେଶଙ୍କ ନାମରେ ଏହି ଆକାଉଣ୍ଟ ଖୋଲା ଯାଇଥିବା ଚାଷୀମାନେ ଅଭିଯୋଗ କରିଛନ୍ତି ।

ତେବେ ଏହି ଘଟଣାରେ ଚାଷୀମାନେ ଅଭିଯୁକ୍ତ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ଦିଲ୍ଲୀରେ ଚାଷୀ ଆନ୍ଦୋଳନ ସମ୍ବନ୍ଧରେ ଭୁଲ ତଥ୍ୟ ଦେବା ସହିତ ଚାଷୀଙ୍କୁ ବଦନାମ କରିବା ପାଇଁ ଏହି ଆକାଉଣ୍ଟ ଖୋଲା ଯାଇଥିବା ଚାଷୀମାନେ ଅଭିଯୋଗ ଆଣିଛନ୍ତି । ଏହି ଘଟଣାକୁ ନେଇ ଦେଶର ବିଭିନ୍ନ ଜିଲ୍ଲାର ପୋଲିସ ଷ୍ଟେସନରେ ଅଭିଯୋଗ ହେଉଛି । ଏହି ଫେକ ଆକାଉଣ୍ଟ ଉପରେ ବିଶ୍ବାସ ନ କରିବାକୁ ଚାଷୀମାନେ ଲୋକମାନଙ୍କୁ କହିଛନ୍ତି ।

ରାକେଶ ଟିକାୟତଙ୍କ ଅଫିସିଆଲ ଆକାଉଣ୍ଟ ସମ୍ପର୍କରେ ସମସ୍ତ ଜିଲ୍ଲାରେ ଲୋକମାନଙ୍କୁ ସଚେତନ କରାଯିବ ବୋଲି ଚାଷୀମାନେ କହିଛନ୍ତି । ସେପଟେ ରାକେଶଙ୍କ ନାମରେ ଫେକ ଆକାଉଣ୍ଟ ଖୋଲା ଯାଇଥିବା ସାମାଜିକ ଗଣମାଧ୍ୟମରୁ ଜଣାପଡିଛି ବୋଲି ପୋଲିସ କହିଛି । କିନ୍ତୁ ଏ ସମ୍ପର୍କରେ କୌଣସି ମାମଲା ରୁଜୁ ହୋଇନାହିଁ । ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.