ETV Bharat / bharat

PIB ଫ୍ୟାକ୍ଟ ଚେକ୍‌: ଛାତ୍ରବୃତ୍ତି ଉପରେ ମିଥ୍ୟା ଖବରକୁ ଖାରଜ କଲେ ସରକାର - PIB ଫ୍ୟାକ୍ଟ ଚେକ୍

ଏକ ଗୁଜବ ସୃଷ୍ଟିକାରୀ ଖବର ଭାବେ କଲେଜ ଛାତ୍ରମାନଙ୍କ ପାଇଁ ନ୍ୟାସନାଲ ସ୍କଲାରସିପ ପୋର୍ଟାଲ 10,000 ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରୁଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ପ୍ରେସ୍ ଇନଫରମେସନ ବ୍ୟୁରୋ (PIB) କହିଛି ଯେ, ଏଭଳି କୌଣସି ସୂଚନା ନାହିଁ । ନାଗରିକମାନଙ୍କୁ ଏପରି ଜାଲିଆତି ହେଉଥିବା ୱେବସାଇଟରୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି ।

PIB ଫ୍ୟାକ୍ଟ ଚେକ୍
PIB ଫ୍ୟାକ୍ଟ ଚେକ୍
author img

By

Published : Jun 11, 2020, 1:52 PM IST

ନୂଆଦିଲ୍ଲୀ: ଲଗାତାର ଭାବେ କୋରୋନା କାଳରେ ଇଣ୍ଟରନେଟ୍ ଏବଂ ସୋସିଆଲ୍ ମିଡିଆକୁ ମିଥ୍ୟା ଏବଂ ଭୁଲ ତଥ୍ୟ ପ୍ରଚାର ପାଇଁ ଅଧିକରୁ ଅଧିକ ଭାବେ ବ୍ୟବହାର କରାଯାଇଛି | ଏପରିସମୟର ଏଭଳି ମିଥ୍ୟା ଓ ଗୁଜବ ଖବରକୁ ବିଶ୍ବାସ ନକରିବା ପାଇଁ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଉଛି । ଏପରି ଏକ ଗୁଜବ ସୃଷ୍ଟିକାରୀ ଖବର ଭାବେ କଲେଜ ଛାତ୍ରମାନଙ୍କ ପାଇଁ ନ୍ୟାସନାଲ ସ୍କଲାରସିପ ପୋର୍ଟାଲ 10,000 ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରୁଥିବା ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ପ୍ରେସ୍ ଇନଫରମେସନ ବ୍ୟୁରୋ (PIB) କହିଛି ଯେ, ଏଭଳି କୌଣସି ସୂଚନା ନାହିଁ । ନାଗରିକମାନଙ୍କୁ ଏପରି ଜାଲିଆତି ହେଉଥିବା ୱେବସାଇଟରୁ ସାବଧାନ ରହିବାକୁ ପରାମର୍ଶ ଦିଆଯାଇଛି ।

ଏହି ଭାଇରାଲ ଖବରକୁ ଖଣ୍ଡନ କରି ପିଆଇବି ଏକ ଟ୍ବିଟରେ ଲେଖିଛି ଯେ, ସୋସିଆଲ ମିଡିଆରେ ପ୍ରସାରିତ ଏକ ମେସେଜ ଅନୁସାରେ ଜାତୀୟ ଛାତ୍ରବୃତ୍ତି ପୋର୍ଟାଲ କଲେଜ ଛାତ୍ରମାନଙ୍କ ପାଇଁ 10ହଜାର ଟଙ୍କା ଛାତ୍ରବୃତ୍ତି ପ୍ରଦାନ କରୁଛି । ପିଆଇବି ଫ୍ୟାକ୍ଟ ଚେକ୍‌ରୁ ଏହା ସ୍ପଷ୍ଟ ଯେ, ଏହି ବାର୍ତ୍ତା ମିଥ୍ୟା ଏବଂ ବିଭ୍ରାନ୍ତକାରୀ | ଏହିପରି ଠକ ୱେବସାଇଟରୁ ସାବଧାନ ରୁହନ୍ତୁ ।

ଏହାପୂର୍ବରୁ, ବୁଧବାର ପିଆଇବି ଏକ ହ୍ବାଟସ୍ ଆପ୍ ଭାଇରାଲ୍ ମେସେଜକୁ ମଧ୍ୟ ଖାରଜ କରିଦେଇଥିଲା ଯାହା ପ୍ରତ୍ୟେକ ନାଗରିକଙ୍କୁ 7500 ଟଙ୍କା ରିଲିଫ୍ ପ୍ରଦାନ କରିବାକୁ ଦାବି କରିଥିଲା ।

ଏଠାରେ ସୂଚନା ଯୋଗ୍ୟ ଯେ, ଇଣ୍ଟରନେଟରେ ପ୍ରଚଳିତ ଭୁଲ ତଥ୍ୟ ଏବଂ ମିଥ୍ୟା ଖବରକୁ ରୋକିବା ପାଇଁ ପ୍ରେସ ଇନଫରମେସନ ବ୍ୟୁରୋ ଡିସେମ୍ବର 2019 ରେ ଏହି ତଥ୍ୟ ଯାଞ୍ଚ ୱିଙ୍ଗ୍ ଆରମ୍ଭ କରିଥିଲା । ଏହାର ଉଦ୍ଦେଶ୍ୟ ହେଉଛି “ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସରକାରଙ୍କ ନୀତି ଏବଂ ଯୋଜନା ସହ ଜଡିତ ଭୁଲ ତଥ୍ୟ ଚିହ୍ନଟ କରିବା । ଏହାସହ ଏହାକୁ ସର୍ବସାଧାରଣଙ୍କୁ ସଚେତନ କରିବା ପାଇଁ ଜାରି କରିବା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.