ETV Bharat / bharat

ରାଜନୈତିକ ବିଜ୍ଞାପନ ଉପରେ ପ୍ରତିବନ୍ଧକ ଲଗାଇବନି ଫେସବୁକ - facebook CEO statement

ରାଜନୈତିକ ବିଜ୍ଞାପନ ଉପରେ କୌଣସି ପ୍ରତିବନ୍ଧକ ଲଗାଯିବ ନାହିଁ ବୋଲି କହିଛନ୍ତି ଫେସବୁକ ପ୍ରତିଷ୍ଠାତା ମାର୍କ ଜୁକରବର୍ଗ। ପୂର୍ବରୁ ଟ୍ବିଟର ନିଜ ପ୍ଲାଟଫର୍ମରେ ଏଭଳି ବିଜ୍ଞାପନ ଉପରେ କଟକଣା ଜାରି କରିଛି।

ଡିଜାଇନ ଫଟୋ
author img

By

Published : Nov 1, 2019, 10:30 AM IST

ନୂଆଦିଲ୍ଲୀ: ଫେସବୁକ ଟାଇମଲାଇନରେ ରାଜନୈତିକ ବିଜ୍ଞାପନ ଉପରେ ଲଗାଯିବ ନାହିଁ କୌଣସି ପ୍ରକାରର ପ୍ରତିବନ୍ଧକ। ରାଜନୀତି ସହ ଜଡିତ ଥିବା ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ବିଜ୍ଞାପନକୁ ଜରୁରୀ କହିଛି ଫେସବୁକ। ଗଣତନ୍ତ୍ରରେ ନେତା ଓ ଖବର ଉପରେ ପ୍ରତିବନ୍ଧକ ଲଗାଯିବା ଉଚିତ ନୁହେଁ ବୋଲି ଫେସବୁକ ସିଇଓ ମାର୍କ ଜୁକରବର୍ଗ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଗୁଗଲ, ୟୁଟ୍ୟୁବ, କେବଲ ନେଟଓ୍ବାର୍କକୁ ନେଇ ସିଇଓ ଜୁକରବର୍ଗ କହିଛନ୍ତି ଯେ, ସମସ୍ତେ ନିଜ ନିଜର ପ୍ଲାଟଫର୍ମରେ ରାଜନୈତିକ ବିଜ୍ଞାପନ ଚଲାଉଛନ୍ତି। ହେଲେ କମ୍ପାନୀ ବିଜ୍ଞାପନରୁ ହେଉଥିବା ଆମଦାନୀକୁ ଦେଖି ପୋଷ୍ଟ ଜାରି ରଖିବାକୁ ନିଷ୍ପତ୍ତି ନେଇଥିବା ସେ ଜଣାଇଛନ୍ତି।

ପୂର୍ବରୁ ଟ୍ବିଟର ନିଜ ପ୍ଲାଟଫର୍ମରେ ରାଜନୈତୀକ ବିଜ୍ଞାପନ ଉପରେ କଟକଣା ଜାରିକରିଛି। ଟ୍ବିଟରର ସିଇଓ ଜେକ ଜର୍ସି ଏନେଇ ଘୋଷଣା କରିଥିଲେ। କିଛି ଲୋକ ଟ୍ବିଟରରର ଅପବ୍ୟବହାର କରୁଥିବାରୁ ରାଜନୈତିକ ପୋଷ୍ଟ ଉପରେ ପ୍ରତିବନ୍ଧକ ଲାଗିବା ଜରୁରୀ ବୋଲି ଟ୍ବିଟର ପକ୍ଷରୁ କୁହାଯାଇଛି।

Intro:Body:

dgr

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.