ETV Bharat / bharat

ନିର୍ବାଚନ 2019: ଫେକ୍‌ ନ୍ୟୁଜ ଉପରେ ଫେସବୁକ୍‌ର କଡା ନଜର - fake news

ଆଗାମୀ ନିର୍ବାଚନରେ ମତଦାନ କରିବାକୁ ଥିବା ଦେଶର ୯୦ କୋଟି ଭୋଟରଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଫେସବୁକ୍‌ ବ୍ୟବହାରକାରୀ । ଏହାକୁ ଦୃଷ୍ଟିରେ ରଖି ଫେସବୁକ୍‌ରେ ଫେକ୍‌ ନ୍ୟୁଜ ଯେପରି ପ୍ରସାର ନଘଟେ ସେଥିପ୍ରତି ଏକ ଟିମ୍‌ ନଜର ରଖିଛି ।

ପ୍ରତୀକାତ୍ମକ ଫଟୋ
author img

By

Published : Apr 8, 2019, 11:56 PM IST

ନୂଆଦିଲ୍ଲୀ: ଭାରତର 2019 ସାଧାରଣ ନିର୍ବାଚନ ସାରା ବିଶ୍ବରେ ଚହଳ ପକାଇଛି । ଏଥିପାଇଁ କେବଳ ଭାରତ ପ୍ରସ୍ତୁତ ନାହିଁ ବରଂ ଏହା ଉପରେ ସାରା ବିଶ୍ବର ନଜର ରହିଛି । ତେବେ ପ୍ରଚାର ପାଇଁ ଯୁବପିଢିଙ୍କୁ ଆକୃଷ୍ଟ କରିବାକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍‌ ପାଲଟିଛି ସବୁଠାରୁ ବଡ ମାଧ୍ୟମ ।

ଆଉ ଫେସବୁକ୍‌ ମଧ୍ୟ ୨୦୧୯ ଲୋକସଭା ନିର୍ବାଚନକୁ ସ୍ବଚ୍ଛ ଓ ନିରପେକ୍ଷ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ ଆରମ୍ଭ କରିଛି । ଆଗାମୀ ନିର୍ବାଚନରେ ମତଦାନ କରିବାକୁ ଥିବା ଦେଶର ୯୦ କୋଟି ଭୋଟରଙ୍କ ମଧ୍ୟରୁ ଅଧିକାଂଶ ହେଉଛନ୍ତି ଫେସବୁକ୍‌ ବ୍ୟବହାରକାରୀ । ଏହାକୁ ଦୃଷ୍ଟିରେ ରଖି ଫେସବୁକ୍‌ରେ ଫେକ୍‌ ନ୍ୟୁଜ ଯେପରି ପ୍ରସାର ନଘଟେ ସେଥିପ୍ରତି ଏକ ଟିମ୍‌ ନଜର ରଖିଛି । ମିଥ୍ୟା ଖବର, ଗୁଜବ, ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟିଂର ଯେପରି ପ୍ରଚାର ନହୁଏ ସେଥିପ୍ରତି ତୀକ୍ଷ୍ଣ ନଜର ରଖିବାକୁ ଫେସବୁକ୍‌କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।

ଏଥିପାଇଁ ଫେସବୁକ୍‌ ଏବେ ୪୦ଟି ଟିମ୍‌ ଗଠନ କରି ୩୦ ହଜାର ଜଣଙ୍କୁ ନିଯୁକ୍ତ କରିଛି । ଏମାନେ ଫେସବୁକ୍‌ରେ ରାଜନୀତି ସମ୍ବନ୍ଧୀୟ ହେଉଥିବା ସମସ୍ତ ଲେଖା ତଥା ପୋଷ୍ଟିଂ ଉପରେ କଡା ନଜର ରଖିଛନ୍ତି । ପ୍ରତିଟି ଫଟୋ ଓ ଭିଡିଓକୁ ଯାଞ୍ଚ କରି ସେସବୁର ସତ୍ୟତା ପରଖୁଛନ୍ତି ଏହି ଟିମ୍‌ । ଆପତ୍ତିଜନକ ପୋଷ୍ଟ ଓ ଲେଖାକୁ ଏହି ଟିମ୍‌ ସମ୍ପୂର୍ଣ୍ଣ ରୂପେ ଡିଲିଟ୍‌ କରୁଛି । ଏହାସହ ବାରମ୍ବାର ଏପରି ଲେଖା ପ୍ରକାଶ କରୁଥିବା ଆକାଉଣ୍ଟକୁ ଏହା ବ୍ଲକ୍‌ କରିଦେଉଛି ।

ଫେସବୁକ୍‌ ଭଳି ଏକ ସଂସ୍ଥା ଦ୍ବାରା ଏହିସବୁ ଖବର ସହଜରେ ପ୍ରଚାର ଓ ପ୍ରସାରଣ ହେଉଥିବାରୁ ଏଥିପ୍ରତି କଡା ଦୃଷ୍ଟି ରଖିଛି ଫେସବୁକ୍‌ । ଏହାସହ ଫେସବୁକ୍‌ର ଏହି ଟିମ୍‌ 24 ଘଣ୍ଟିଆ କାର୍ଯ୍ୟ କରୁଛି । ଆଗାମୀ ନିର୍ବାଚନ ସମୟରେ ମଧ୍ୟ ଏହା ଦିନରାତି କାମ କରିବ ବୋଲି ସୂଚନା ରହିଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.