ETV Bharat / bharat

ଏଣିକି ଫେସବୁକରେ ଏକାସାଙ୍ଗରେ 50 ଜଣ କରିପାରିବେ ଭିଡିଓ କଲ୍ - ଫେସବୁକ

ଏଣିକି ଫେସବୁକରେ ଏକାସାଙ୍ଗରେ 50 ଜଣ ଭିଡିଓ କଲରେ କଥା ହୋଇପାରିବେ ।

facebook
ଏଣିକି ଫେସବୁକରେ ଏକାସାଙ୍ଗରେ 50 ଜଣ କରିପାରିବେ ଭିଡିଓ କଲ୍
author img

By

Published : May 15, 2020, 3:51 PM IST

ନୂଆଦିଲ୍ଲୀ: ଫେସବୁକ ୟୁଜରଙ୍କ ପାଇଁ ଖୁସି ଖବର । ଏଣିକି ଫେସବୁକରେ ଏକାସାଙ୍ଗରେ 50 ଜଣ ଭିଡିଓ କଲରେ କଥା ହୋଇପାରିବେ ।

ସୂଚନା ଅନୁୟାୟୀ, ଫେସବୁକ ନିଜ ନୂଆ ଭିଡିଓ ଚାଟ୍ ଫିଚରକୁ ମେସେଞ୍ଜର ରୁମ୍ସକୁ ସମସ୍ତଙ୍କ ପାଇଁ ଉପଲବ୍ଧ କରିଛନ୍ତି । ଏହାକୁ ୟୁଜର ମାନେ ନିଜ ଫୋନ କିମ୍ବା ଡେକ୍ସଟପରେ ବ୍ୟବହାର କରିପାରିବେ । ଏନେଇ ଗତ ଗୁରୁବାର ଘୋଷଣା କରିଛି କମ୍ପାନୀ । ତେବେ ମେସେଞ୍ଜରରେ ଜୁମ ଭଳି ଭିଡିଓ ଚାଟିଙ୍ଗ ଟୁଲ କରାଯାଇ ଏକାସାଙ୍ଗରେ ସିଙ୍ଗଲ ରୁମରେ 50 ଜଣଙ୍କ ଭିଡିଓ କଲିଙ୍ଗ୍ ସେଟିଙ୍ଗ୍ କରାଯାଇଛି । ଲକଡାଉନ ସମୟରେ ଏହି ଟୁଲର ବହୁ ଡିମାଣ୍ଡ ରହିଛି ।

ନୂଆ ପ୍ରଡକ୍ଟ ବହୁ ଫିଚର ବିଶିଷ୍ଟ ଅଟେ । ଏହା ଫେସବୁକ ମେସେଞ୍ଜରର ଭିଡିଏ କଲିଙ୍ଗ୍ ସଂଯୋଗର ଏକ୍ସାପାଣ୍ଡେଡ୍ ଭର୍ଜନ ଅଟେ । ଏହା ଦ୍ବାରା ମୁଖ୍ୟ ଫେସବୁକ ଆପ୍ କିମ୍ବା ଡେଡିକେଟେଡ୍ ମେସେଞ୍ଜର ଜରିଆରେ 50 ଲୋକଙ୍କ ସହ ଭିଡିଓ କଲିଙ୍ଗ କରିହେବ । ଏଥିରେ କୌଣସି ସମୟ ଲିମିଟ୍ ନାହିଁ ।

ଫେସବୁକ କହିଛି ଯେ, ଏହାଦ୍ବାରା ଆପଣ ନିଷ୍ପତ୍ତି ନେବେ କିଏ ଜଏନ କରିବ । କିମ୍ବା ଆପଣ ଚାହିଁଲେ ଏକ ଲିଙ୍କ ଜରିଆରେ ସମସ୍ତଙ୍କୁ ପବ୍ଲିକ କରିପାରିବେ । ଏଥିରେ ଯେଉଁମାନଙ୍କର ଫେସବୁକ ଆକାଉଣ୍ଟ ନଥିବ ସେମାନେ ମଧ୍ୟ ଜଏନ ହୋଇପାରେବେ ।

ଫେସବୁକର ସୂଚନା ଅନୁଯାୟୀ, ୟୁଜର ନ୍ୟୁଜ ଫିଡ, ଗ୍ରୁପ୍ସ ଏବଂ ହ୍ବାଟ୍ସଆପ ଜରିଆରେ ମେସେଞ୍ଜର କିମ୍ବା ସିଧା ଫେସବୁକରୁ ରୁମ୍ସ କ୍ରିଏଟ କରିପାରିବେ ।

ଏହାଛଡା ଆପଣ ଯଦି ରୁମ୍ସ ଦ୍ବାରା କାହାକୁ ଅନଭାଇଟ କରିପାରିବେ ସେହିପରି ୟୁଜର ଚାହିଁଲେ କାହାକୁ ବାହାର ମଧ୍ୟ କରିପାରିବେ । ଏହାଛଡା ଆପଣ ଚାହିଁଲେ ରୁମ୍ସକୁ ବ୍ଲକ ମଧ୍ୟ କରିପାରିବେ । ଯେଉଁଥିରେ ଅନ୍ୟ କେହି ଜଏନ ହୋଇପାରିବେ ନାହିଁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.