ETV Bharat / bharat

ଦିଲ୍ଲୀ ଦଙ୍ଗା: ବିଧାନସଭାର ନୋଟିସ ପରେ ବି ହାଜର ହେଲାନି ଫେସବୁକ୍ - facebook hate speech

ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ମାମଲାରେ ସନ୍ଦେହଘେରରେ ଫେସବୁକ ଅଧିକାରୀଙ୍କ ଭୂମିକା । ଫେସବୁକ ପକ୍ଷରୁ ଦିଲ୍ଲୀ ବିଧାନସଭା କମିଟିକୁ ଚିଠି ଲେଖି ନୋଟିସରେ ଆପତ୍ତି ଜଣାଯାଇଛି।

 ବିଧାନସଭାର ନୋଟିସ ପରେ ବି ହାଜିର୍ ହେଲାନି ଫେସବୁକ୍

author img

By

Published : Sep 15, 2020, 8:44 PM IST

ନୂଆଦିଲ୍ଲୀ: ଉତ୍ତର-ପୂର୍ବ ଦିଲ୍ଲୀ ଦଙ୍ଗା ମାମଲାରେ ସନ୍ଦେହଘେରରେ ଫେସବୁକ ଅଧିକାରୀଙ୍କ ଭୂମିକା । ଫେସବୁକ ପକ୍ଷରୁ ଦିଲ୍ଲୀ ବିଧାନସଭା କମିଟିକୁ ଚିଠି ଲେଖି ନୋଟିସରେ ଆପତ୍ତି ଜଣାଯାଇଛି। ଏହା ମଧ୍ୟ କୁହାଯାଇଛି ଯେ ଏହି ବିଜ୍ଞପ୍ତିକୁ ପ୍ରତ୍ୟାହାର କରାଯିବା ଉଚିତ। ତେବେ ଦିଲ୍ଲୀ ବିଧାନସଭା କମିଟି ପକ୍ଷରୁ ଫେସବୁକକୁ ଏକ ବିଜ୍ଞପ୍ତି ପଠାଯାଇଥିଲା। ଏହି ବିଜ୍ଞପ୍ତିରେ ଫେସବୁକ୍ ଭାରତର ଉପାଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅଜିତ ମୋହନଙ୍କୁ 15 ସେପ୍ଟେମ୍ବର ସୁଦ୍ଧା କମିଟିରେ ହାଜର ହେବାକୁ କୁହାଯାଇଥିଲା।

ତେବେ ଫେସବୁକ ଅଧିକାରୀ କିନ୍ତୁ ହାଜର ହୋଇନାହାଁନ୍ତି କିନ୍ତୁ ଫେସବୁକ ତରଫରୁ ଟ୍ରଷ୍ଟ ଏବଂ ସୁରକ୍ଷା ନିର୍ଦ୍ଦେଶକ ବିକ୍ରମ ଲାଙ୍ଗା କମିଟିକୁ ଏକ ଚିଠି ପଠାଇଥିଲେ। ବିଧାନସଭା କମିଟିର ନୋଟିସରେ ଆପତ୍ତି ଜଣାଇ ଏହି ଚିଠିରେ ଏହାକୁ ପ୍ରତ୍ୟାହାର କରିବାକୁ କୁହାଯାଇଛି। ଚିଠିରେ ଏହା ମଧ୍ୟ କୁହାଯାଇଛି ଯେ ଆଇନ ଶୃଙ୍ଖଳା ପରିସ୍ଥିତି କେନ୍ଦ୍ର ସରକାରଙ୍କ ଅଧୀନରେ ଅଛି । ଅନ୍ୟପଟେ ସଂସଦର ଏକ କମିଟିରେ ଫେସବୁକ ପ୍ରତିକ୍ରିୟା ରଖିସାରିଛି ।

ତେବେ ଚଳିତ ବର୍ଷ ଫେବୃଆରୀରେ ଉତ୍ତର ପୂର୍ବ ଦିଲ୍ଲୀରେ ଦଙ୍ଗା ହୋଇଥିଲା । ଏହା ପରେ ଫେସବୁକରେ ହେଟ୍ ସ୍ପିଚ (ଭେଦଭାବ ସୃଷ୍ଟୀକାରୀ ମନ୍ତବ୍ୟ)କୁ ଅଣଦେଖା କରୁଥିବା ଅଭିଯୋଗ ହୋଇଥିଲା । ଏହି କମିଟିର ସଭାପତି ହେଉଛନ୍ତି ଆମ୍ ଆଦମୀ ପାର୍ଟିର ବିଧାୟକ ରାଘବ ଚଡ୍ଡା । ରାଘବ ଚଡ୍ଡା କହିଛନ୍ତି ଯେ ମୁଖ୍ୟତଃ କମିଟି ଜାଣିବାକୁ ପାଇଛି ଯେ ଦିଲ୍ଲୀ ଦଙ୍ଗା ଘଟାଇବାରେ ଫେସବୁକ ମଧ୍ୟ ଜଡିତ ଅଛି ତେଣୁ ଫେସବୁକ ବିରୋଧରେ ଯାଞ୍ଚ କରାଯିବା ଉଚିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.