ETV Bharat / bharat

‘ବିଷୟବସ୍ତୁ’ ନେଇ ଫେସବୁକକୁ ମାରାଥନ ପ୍ରଶ୍ନ କଲା ସଂସଦୀୟ କମିଟି - facebook

ଡାଟା ସୁରକ୍ଷା ବିଲ୍ ଉପରେ ସଂସଦର ମିଳିତ କମିଟି ଶୁକ୍ରବାର ଫେସବୁକ୍ ଭାରତର ପବ୍ଲିକ୍ ପଲିସି ମୁଖ୍ୟ ଅଙ୍ଖୀ ଦାସଙ୍କୁ ପ୍ରାୟ 2 ଘଣ୍ଟା ପ୍ରଶ୍ନ କରିଛି । ଅଧିକ ପଢନ୍ତୁ...

ଫେସବୁକ୍
ଫେସବୁକ୍
author img

By

Published : Oct 24, 2020, 3:43 PM IST

ନୂଆଦିଲ୍ଲୀ: ଡାଟା ସୁରକ୍ଷା ବିଲ୍ ଉପରେ ସଂସଦର ମିଳିତ କମିଟି ଶୁକ୍ରବାର ଫେସବୁକ୍ ଭାରତର ପବ୍ଲିକ୍ ପଲିସି ମୁଖ୍ୟ ଅଙ୍ଖୀ ଦାସଙ୍କୁ ପ୍ରାୟ 2 ଘଣ୍ଟା ପ୍ରଶ୍ନ କରିଥିଲେ । କମିଟି ଫେସବୁକକୁ ପ୍ରଶ୍ନ କରିଛି ଯେ ସମ୍ପୂର୍ଣ୍ଣ ଆୟରୁ ଦେଶର ଡାଟା ସୁରକ୍ଷାରେ କେତେ ଖର୍ଚ୍ଚ କରୁଛନ୍ତି । ବିଷୟବସ୍ତୁ, ଓଭରସିଜ୍ ଅପରେସନ୍ ଏବଂ ରାଜସ୍ବ ମଡେଲକୁ ନେଇ ମଧ୍ୟ ଫେସବୁକକୁ ପ୍ରଶ୍ନ କରାଯାଇଥିଲା।

ଫେସବୁକ ଭାରତର ପଲିସି ଦଳର ଅଂଶ ଆଙ୍ଖୀ ଦାସଙ୍କୁ ବିଷୟବସ୍ତୁକୁ ତାଙ୍କ ଟିମ୍ କେମିତି ମନିଟର୍ କରେ ସେ ନେଇ ମଧ୍ୟ ପ୍ରଶ୍ନ କରିଥିଲେ । ତେବେ ଫେସବୁକ ଏହା ସୁନିଶ୍ଚିତ କରିଛି ଯେ, ଏହି ପ୍ଲାଟଫର୍ମ ତଥ୍ୟ ଉପରେ ନଜର ରଖେ ଏବଂ ଏହାର ନୀତି ବିରୁଦ୍ଧରେ ଥିବା ପୋଷ୍ଟ ଗୁଡିକୁ ବ୍ୟାନ କରେ।

ପ୍ଲାଟଫର୍ମ କିପରି ବିଷୟବସ୍ତୁ ଉପରେ ନଜର ରଖେ, ପୋଷ୍ଟ ଏବଂ ଭିଡିଓଗୁଡିକର ଫ୍ୟାକ୍ଟ ଚେକ୍ କିପରି କରେ ସେ ବିଷୟରେ କମିଟି ସୂଚନା ମାଗିଥିଲା । ସଦସ୍ୟମାନେ ଫେସବୁକର ରାଜସ୍ବ ମଡେଲ ବିଷୟରେ ପ୍ରଶ୍ନ ଉଠାଇଥିଲେ । ଫେସବୁକର ଆୟ କିପରି ଅଛି ବୋଲି ସେମାନେ ପଚାରିଥିଲେ।

କମିଟିର କିଛି ସଦସ୍ୟ ଫେସବୁକକୁ ଏହାର ବିଦେଶ କାର୍ଯ୍ୟ ବିଷୟରେ ତଥ୍ୟ ପଚାରିଥିଲେ। ଏହାପୂର୍ବରୁ ଇ-କମର୍ସ ଜିଆଣ୍ଟ ଆମାଜନ 28 ଅକ୍ଟୋବରରେ ଡାଟା ସୁରକ୍ଷା ବିଲ୍ ଉପରେ ସଂସଦର ମିଳିତ କମିଟି ସମ୍ମୁଖରେ ହାଜର ହେବାକୁ ମନା କରିଦେଇଥିଲେ। କମିଟି ସଦସ୍ୟ ବିଜେପି ସାଂସଦ ମୀନାକ୍ଷୀ ଲେଖୀ କହିଛନ୍ତି ଯେ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.