ହାଇଦ୍ରାବାଦ: ଦିନକୁ ଦିନ ସୋସିଆଲ ନେଟୱର୍କିଙ୍ଗ ସାଇଟରେ ଅପବ୍ୟବହାର ଦେଖିବାକୁ ମିଳୁଛି । ଫେସବୁକ ଲକ୍ଷ ଲକ୍ଷ ଫେସବୁକ ଆକାଉଣ୍ଟ ବନ୍ଦ କରିସାରିଛି । ଫେସବୁକ ଏହି ବର୍ଷ 5.4କୋଟି ନକଲି ଫେସବୁକ ଆକାଉଣ୍ଟ ବନ୍ଦ କରିଛନ୍ତି । ନକରାତ୍ମକ ବାର୍ତ୍ତା ଓ ଅଶ୍ଲୀଳତା ପଠାଉଥିବା ଆକାଉଣ୍ଟ ଗୁଡିକୁ ଚିହ୍ନଟ କରି ବନ୍ଦ କରିବା ବ୍ୟବସ୍ଥା କରିଛି ଫେସବୁକ।
ସୋସିଆଲ ମିଡିଆ ଜାରି କରିଥିବା ଏକ ରିପୋର୍ଟରେ କୁହାଯାଇଛି ଯେ ଫେସବୁକକୁ ଅପବ୍ୟବହାର କରି ତଥ୍ୟକୁ ଓଲଟ ପାଲଟ କରି ବିଭିନ୍ନ ପ୍ରକାରର ନକରାତ୍ମକ ବିଷୟକୁ ରୋକିବା ପାଇଁ ପଦକ୍ଷେପ ନିଆଯାଇଛି । ସୋସିଆଲ ମିଡିଆରେ ଲକ୍ଷ ଲକ୍ଷ ଫେକ ଆକାଉଣ୍ଟ ଚିହ୍ନଟ କରାଯାଉଛି । ଫେକ ଫେସବୁକ ଆକାଉଣ୍ଟ ମାଧ୍ୟମରେ ଲୋକ ମାନେ ନିଜକୁ ଦେଖାଇବାକୁ ଚାହୁଁଛନ୍ତି କିନ୍ତୁ ପ୍ରକୃତରେ ସେମାନେ ସେହିପରି ହୋଇନଥାନ୍ତି । ସାମାଜିକ ଓ ରାଜନୈତିକ ଏଜେଣ୍ଡା ରଖି ଲୋକଙ୍କୁ ଧୋକା ଦେଉଥିବା ଭଳି ଆକାଉଣ୍ଟକୁ ଚହ୍ନଟ କରି ସେଗୁଡିକୁ ତୁରନ୍ତ ବନ୍ଦ କରିବା ପାଇଁ ଧ୍ୟାନ ଦିଆଯାଉଛି ।
ସରକାରଙ୍କ ତରଫରୁ ଫେସବୁକ ୟୁଜର୍ସଙ୍କ ଆକାଉଣ୍ଟ ମାଗିବା ଘଟଣା ମଧ୍ୟ ରିପୋର୍ଟରେ ବିସ୍ତୃତ ଆଲୋଚନା କରାଯାଇଛି । ଫେକ ଫେସବୁକ ୟୁଜର୍ସଙ୍କ ତାଲିକାରେ ଆଗରେ ଆମେରିକା ଥିବାବେଳେ ତାପରେ ଭାରତ, ବ୍ରିଟେନ, ଜର୍ମାନୀ,ଓ ଫ୍ରାନ୍ସ ରହିଛନ୍ତି । ରିପୋର୍ଟରେ କୁହାଯାଇଛି ଯେ ଆତଙ୍କବାଦୀ, ଘୃଣା, ସୁଇସାଇଡ, ଅଶ୍ଲୀଳ ଓ ଡ୍ରଗ ସମ୍ବନ୍ଧିତ ଏଭଳି ଫେସବୁକ ପୋଷ୍ଟରୁ ଦୂରେଇ ରହିବା ପାଇଁ ଉପାୟ ବାହାରୁଛି । ବର୍ତ୍ତମାନ ଫେସବୁକ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରି ଫେସବୁକକୁ ସୁରକ୍ଷା ରଖିବା ପାଇଁ ଚେଷ୍ଟା ଚାଲିଛି ।