ନୂଆଦିଲ୍ଲୀ: ପୂର୍ବତନ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ପଥ ଅନୁସରଣ କରୁଛନ୍ତି ବର୍ତ୍ତମାନର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର। ଟ୍ବିଟରରେ ସହାୟତା ମାଗିବା ପରେ ସାହାଯ୍ୟର ହାତ ବଢାଇଛନ୍ତି ସେ । ତାଙ୍କର ଏଭଳି ପଦକ୍ଷେପ ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ସ୍ମୃତିକୁ ତାଜା କରିଦେଇଛି।
କୁଏତରେ ଫସି ରହିଥିବା ଜଣେ ମହିଳାଙ୍କୁ ସ୍ବଦେଶ ଫେରାଇବାକୁ ଆଣିବାକୁ ସୋସିଆଲ ମିଡିଆରେ ଗୁହାରି କରାଯାଇଥିଲା । ଯାହାର ସୂଚନା ମିଳିବା ପରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ଭାରତୀୟ ଦୂତବାସଙ୍କ ଆଶ୍ରମରେ ମହିଳାଙ୍କୁ ଆଶ୍ରୟ ଦିଆଯାଇଛି।
ଣେ ବ୍ୟକ୍ତି, ବୈଦେଶିକ ମନ୍ତ୍ରୀଙ୍କୁ ଟ୍ବିଟ କରିଥିଲେ। ଯେଉଁଥିରେ ସେ ଲେଖିଥିଲେ, କୁଏତରେ ରାଜୀ ଜନ ଷ୍ଟେଫିନ ନାମକ ଜଣକ ମହିଳାଙ୍କ ମାମଲାକୁ ନଜର ପକାନ୍ତୁ । ଗୁରଦାସପୁରର ଏହି ମହିଳା ଜଣକ ଠକାମିର ଶିକାର ହୋଇ କୁଏତ ଫସି ରହିବା ସହ ଅତ୍ୟାଚାରର ସାମ୍ନା କରୁଛନ୍ତି । ମହିଳାଙ୍କ ପରିବାର ଲୋକେ ଉକ୍ତ ବ୍ୟକ୍ତିଙ୍କ ସହଯୋଗ କରିଥିବାବେଳେ ତାଙ୍କର ସ୍ବଦେଶ ଫେରିବାର ଆଶା କରୁଛି ।
ଅନ୍ୟପଟେ, ଥାଇଲାଣ୍ଡର ଫୁକେଟରେ ଜଣେ ଭାରତୀୟ ମହିଳାଙ୍କ ମୃତ୍ୟୁକୁ ନେଇ ମଧ୍ୟ ବୈଦେଶିକ ମନ୍ତ୍ରଣାଳୟକୁ ଟ୍ବିଟରରେ ସହାୟତା ମାଗିବା ପରେ, ଥାଇଲାଣ୍ଡ ସ୍ଥିତ ଦୂତବାସ ଶୋକକୂଳ ପରିବାରର ସହିତ ରହିଛି । ଆଉ ଏହି ବିପଦ ସମୟରେ ତାଙ୍କୁ ସମସ୍ତ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୃତି ଦେଇଛନ୍ତି ବୈଦେଶିକ ମନ୍ତ୍ରୀ ।
ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ମଧ୍ୟ ଟ୍ବିଟର ମାଧ୍ୟମରେ ବିଦେଶରେ ଫସି ରହିଥିବା ଭାରତୀୟଙ୍କୁ ସହାୟତା କରୁଥିଲେ । ଯାହାକୁ ନେଇ ସବୁବେଳେ ପ୍ରଶଂସନୀୟ ହୋଇପାରିଥିଲେ ସୁଷମା ସ୍ବରାଜ । ଆଉ ତାଙ୍କର ଦେହାନ୍ତ ପରେ ଏବେ ଜୟଶଙ୍କର ସୋସିଆଲ ମିଡିଆରେ ସକ୍ରିୟ ରହିବା ସହ ତ୍ରାଣକର୍ତ୍ତା ସାଜିଛନ୍ତି ।