ଟୋକିଓ: ଜାପାନର ରାଜଧାନୀ ଟୋକିଓରେ ଜାରି ରହିଛି କ୍ବାଡ ଦେଶର ବୈଠକ । ଏହି ବୈଠକରେ ସାମିଲ ଅଛନ୍ତି ଭାରତର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର । ଏହି ଅବସରରେ ଜୟଶଙ୍କର ଜାପାନର ପ୍ରଧାନମନ୍ତ୍ରୀ ୟୋଶିହିଦେ ସୁଗାଙ୍କ ସହ କରିଛନ୍ତି ସାକ୍ଷାତକାର ।
ଏହାପୂର୍ବରୁ ଜୟଶଙ୍କର ଆମେରିକାରର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓଙ୍କ ସହ ମଧ୍ୟ ସାକ୍ଷାତ କରିଥିଲେ । ଦୁଇ ନେତା କ୍ବାଡ ଦେଶର ବୈଠକରେ ସାମିଲ ହୋଇଛନ୍ତି । ଏହି ସାକ୍ଷାତକାରକୁ ନେଇ ଜୟଶଙ୍କର କହିଛନ୍ତି, ବିଭିନ୍ନ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ପ୍ରଗତିରେ ଖୁସି ଅଛି । ଭାରତ ଓ ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସ୍ଥିରତା ଓ ସମୃଦ୍ଧି ପାଇଁ ମିଳିମିଶି କାମ କରିବୁ ବୋଲି ସେ ପ୍ରତିକ୍ରିୟା ଦେଇଛନ୍ତି ।
ଜାପାନ, ଅଷ୍ଟ୍ରେଲିଆ, ଆମେରିକା ଏବଂ ଭାରତ ଆଦି 4 ଦେଶର ବୈଦେଶିକମନ୍ତ୍ରୀ ଟୋକିଓ ପହଞ୍ଚିଛନ୍ତି । ଚୀନ ସହ ଜାରି ତିକ୍ତତା ମଧ୍ୟରେ ଆମେରିକାର ବୈଦେଶିକ ବିଭାଗର ସୂଚନାନୁସାରେ ପୋମ୍ପିଓ ଜାପାନର ନୂତନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗାଙ୍କ ସହ ସାକ୍ଷାତ କରିବେ।