ETV Bharat / bharat

ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧି ବୃଦ୍ଧିକୁ ନେଇ ସରକାରଙ୍କୁ ଘେରିଲେ ଚିଦାମ୍ବରମ

ଜନ ସୁରକ୍ଷା ଆଇନ ଅଧୀନରେ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧି ବୃଦ୍ଧି କରିବା ଆଇନର ଅପବ୍ୟବହାର । ଏହା ପ୍ରତ୍ୟେକ ନାଗରିକଙ୍କ ସମ୍ବିଧାନିକ ଅଧିକାର ଉପରେ ଆକ୍ରମଣ ବୋଲି ଚିଦାମ୍ବରମ କହିଛନ୍ତି ।

କଂଗ୍ରେସ ନେତା ପି ଚିଦାମ୍ବରମ
କଂଗ୍ରେସ ନେତା ପି ଚିଦାମ୍ବରମ
author img

By

Published : Aug 1, 2020, 3:32 PM IST

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧିକୁ ନେଇ ଜମ୍ମୁ-କାଶ୍ମୀର ପ୍ରଶାସନ ଏବଂ କେନ୍ଦ୍ର ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ପି ଚିଦାମ୍ବରମ । ପିଏସଏ ଅଧିନରେ ବୃଦ୍ଧି ହୋଇଥିବା ମେହବୁବାଙ୍କ ଗୃହବନ୍ଦୀ ଅବଧିକୁ ସେ ଆଇନର ଅପବ୍ୟବହାର ବୋଲି କହିଛନ୍ତି ।

ଚିଦାମ୍ବରମ ଶନିବାର ଏନେଇ ଟ୍ୱିଟ କରି କହିଛନ୍ତି, ଜନ ସୁରକ୍ଷା ଆଇନ ଅଧୀନରେ ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧି ବୃଦ୍ଧି କରିବା ଆଇନର ଅପବ୍ୟବହାର । ଏହା ପ୍ରତ୍ୟେକ ନାଗରିକଙ୍କ ସମ୍ବିଧାନିକ ଅଧିକାର ଉପରେ ଆକ୍ରମଣ । ଜଣେ 61 ବର୍ଷୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ 24 ଘଣ୍ଟା ସୁରକ୍ଷାକର୍ମୀଙ୍କ ଅଧୀନରେ ରହୁଛନ୍ତି । ସେ କିପରି ଜନସାଧାରଣଙ୍କ ସୁରକ୍ଷା ପ୍ରତି ବିପଦ ବୋଲି ପ୍ରଶ୍ନ କରିଛନ୍ତି ଚିଦାମ୍ବରମ ।

ଚିଦାମ୍ବରମ ଆହୁରି କହିଛନ୍ତି ଯେ, ମେହବୁବା ମୁଫତିଙ୍କ ଗୃହବନ୍ଦୀ ଅବଧି ବୃଦ୍ଧି ପାଇଁ ଦିଆଯାଇଥିବା ଗୋଟିଏ କାରଣ ହେଉଛି ତାଙ୍କ ଦଳର ପତାକା ରଙ୍ଗ । ଏହା ହାସ୍ୟାସ୍ପଦ ଘଟଣା ବୋଲି ସେ କହିଛନ୍ତି । ମେହବୁବା ମୁଫତି ଧାରା 370 ଉଚ୍ଛେଦ ବିରୁଦ୍ଧରେ କାହିଁକି କହିବେ ନାହିଁ ? ଏହା ବାକ ସ୍ବାଧୀନତା ଅଧିକାରର ଅଂଶ ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ନେତା ପି ଚିଦାମ୍ବରମ ।

ସୂଚନାଯୋଗ୍ୟ ଯେ, ମେହବୁବା ମୁଫତି ଅଗଷ୍ଟ 5, 2019 ଠାରୁ ଜନ ସୁରକ୍ଷା ଆଇନ (PSA) ଅନୁଯାୟୀ ଗୃହବନ୍ଦୀ ଭାବରେ ଅଛନ୍ତି । ଶୁକ୍ରବାର ତାଙ୍କ ଗୃହବନ୍ଦୀ ଅବଧିକୁ 3 ମାସ ବୃଦ୍ଧି କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.