ETV Bharat / bharat

କର୍ଣ୍ଣାଟକ ରେଳ ଷ୍ଟେସନରେ ବିସ୍ଫୋରଣ

author img

By

Published : Oct 21, 2019, 5:05 PM IST

କର୍ଣ୍ଣାଟକର ହୁବଲୀ ରେଳ ଷ୍ଟେସନରେ ବିସ୍ଫୋରଣ । ବିସ୍ଫୋରଣରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି ।

ଫଟୋ ସୌଜନ୍ୟ: ଏଏନଆଇ

ବେଙ୍ଗାଲୁରୁ: କର୍ଣ୍ଣାଟକର ହୁବଲୀ ରେଳ ଷ୍ଟେସନରେ ସୋମବାର ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତରେ ଲାଗି ପଡିଛି । ସନ୍ଧାନୀ କୁକୁର ଦ୍ବାରା ଘଟଣାସ୍ଥଳରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲେ ମଧ୍ୟ ବିସ୍ଫୋରଣର ଅସଲି କାରଣ ଏବେ ସୁଦ୍ଧା ଜଣା ପଡିନାହିଁ ।

ଷ୍ଟେସନରେ ପଡିଥିବା ଏକ ସନ୍ଦିଗ୍ଧ ବସ୍ତୁକୁ ଜଣେ ବ୍ୟକ୍ତି ଉଠାଉଥିବା ବେଳେ ଏହି ବିସ୍ଫୋରଣ ଘଟିଥିବା ଜଣାପଡିଛି । ତେବେ ପରେ ରେଳ ଷ୍ଟେସନରେ ଲୋକମାନେ ଏଣେତେଣେ ଦୌଡ଼ିବାକୁ ଲାଗିଥିଲେ। ପୋଲିସ ତୁରନ୍ତ ସେଠାରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲା।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.