ETV Bharat / bharat

ଆଜି ହୋଇପାରେ ମଧ୍ୟପ୍ରଦେଶ କ୍ୟାବିନେଟ ସମ୍ପ୍ରସାରଣ

author img

By

Published : Apr 21, 2020, 12:36 AM IST

25 ଦିନ ଧରି ମଧ୍ୟପ୍ରଦେଶ ସରକାର ବିନା କ୍ୟାବିନେଟରେ କାମ କରୁଛନ୍ତି । କେବଳ ମୁଖ୍ୟମନ୍ତ୍ରୀଙ୍କ ଛଡା ଅନ୍ୟ କେହି ମନ୍ତ୍ରୀମଣ୍ଡଳ ନିଯୁକ୍ତି ପାଇନାହାନ୍ତି । ଅଧିକ ପଢନ୍ତୁ...

ମଙ୍ଗଳବାର ହୋଇପାରେ ମଧ୍ୟପ୍ରଦେଶ କ୍ୟାବିନେଟ ସମ୍ପ୍ରସାରଣ

ଭୋପାଳ: ଦୀର୍ଘ ଦିନ ଧରି ଚାଲିଥିବା କ୍ୟାବିନେଟ ଶୂନ୍ୟ ଶାସନର ପଡିପାରେ ଅନ୍ତ । ମଧ୍ୟପ୍ରଦେଶକୁ ମିଳିପାରେ ନୂଆ କ୍ୟାବିନେଟ ସରକାର । ମଙ୍ଗଳବାର ରାଜ୍ୟ କ୍ୟାବିନେଟ ସମ୍ପ୍ରସାରଣ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ 25 ଦିନ ଧରି ମଧ୍ୟପ୍ରଦେଶ ସରକାର ବିନା କ୍ୟାବିନେଟରେ କାମ କରୁଛନ୍ତି । କେବଳ ମୁଖ୍ୟମନ୍ତ୍ରୀଙ୍କ ଛଡା ଅନ୍ୟ କେହି ମନ୍ତ୍ରୀମଣ୍ଡଳ ନିଯୁକ୍ତି ପାଇନାହାନ୍ତି । ମାର୍ଚ୍ଚ 23ରେ ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜେପିର ଶିବରାଜ ସିଂହ ଚୌହ୍ବାନ । କଂଗ୍ରେସର କମଲନାଥ ସରକାର ସଂଖ୍ୟା ଗରିଷ୍ଠତା ହରାଇବା ପରେ ବହୁମତ ପାଇ ପୁଣି ସରକାର ଗଢିଥିଲେ ଶିବରାଜ । ସାଂସଦ ଜ୍ୟୋତିରାଦିତ୍ୟ ସିନ୍ଧିଆ 22 ଜଣ ବିଧାୟକଙ୍କ ସହ କଂଗ୍ରେସ ଛାଡି ବିଜେପିରେ ମିଶିବା ପରେ କମଲନାଥ ସରକାରଙ୍କୁ ବଡ ଝଟକା ଲାଗିଥିଲା । ଏହାପରେ ବିଧାନସଭାରେ ନିଜ ସଂଖ୍ୟାଗରିଷ୍ଠତା ହରାଇ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ କମଲନାଥ ।

ତେବେ ମାର୍ଚ୍ଚ 23ରୁ ବିନା କ୍ୟାବିନେଟରେ ରାଜ୍ୟ ଶାସନ ଚଲାଉଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ଶିବରାଜ । ବର୍ତ୍ତମାନ ରାଜ୍ୟରେ କୋରୋନା ସ୍ଥିତି ଉତ୍କଟ ରୂପ ନେଇଥିବାବେଳେ ସ୍ବାସ୍ଥ୍ୟଠାରୁ ସମସ୍ତ ବିଭାଗର ଦାୟିତ୍ବ ସେ ଏକା ବୁଝୁଛନ୍ତି । ତେବେ ମଙ୍ଗଳବାର ନୂଆ ସରକାରର ପ୍ରଥମ କ୍ୟାବିନେଟ ସମ୍ପ୍ରସାରଣ ହେବ । ଏଥିରେ ଅନେକ ଗୁରୁତ୍ବପୂର୍ଣ୍ଣ ବିଭାଗକୁ ବଣ୍ଟାଯିବ ବୋଲି ଆଶା କରାଯାଉଛି । ବର୍ତ୍ତମାନ ସ୍ଥିତିରେ ରାଜ୍ୟକୁ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଅତ୍ୟନ୍ତ ଆବଶ୍ୟକ ରହିଛି । ଯିଏ ବି ଏହି ଦାୟିତ୍ବ ପାଇବେ କୋରୋନା ମୁକାବିଲା ତାଙ୍କ ପାଇଁ ବଡ ସମସ୍ୟା ହେବ ବୋଲି କୁହାଯାଉଛି ।

ସୌଜନ୍ୟ@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.