ETV Bharat / bharat

8 ସପ୍ତାହ ଯାଏଁ ପରୀକ୍ଷା କରିବା ପାଇଁ ମହଜୁଦ ରହିଛି କୋରୋନା ଟେଷ୍ଟ କିଟ

ସ୍ବାସ୍ଥ୍ୟମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଏପର୍ଯ୍ୟନ୍ତ ଦେଶରେ 1489 ରୋଗୀ କୋରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 183 ଜଣ ଲୋକ କୋରୋନାରୁ ସୁସ୍ଥ ହୋଇଛନ୍ତି । ସେହପରି ଦେଶରେ ମହଜୁଦ ଥିବା ଟେଷ୍ଟ କିଟରେ ଆଗାମୀ 8 ସପ୍ତାହ ପର୍ଯ୍ୟନ୍ତ କୋରୋନା ପରୀକ୍ଷା କରାଯାଇପାରିବ ବୋଲି ସୂଚନା ରହିଛି । ଅଧିକ ପଢନ୍ତୁ...

test
test
author img

By

Published : Apr 16, 2020, 10:17 PM IST

ନୂଆଦିଲ୍ଲୀ: ଗୁରୁବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଦୈନିକ ସାମ୍ବାଦିକ ସମ୍ମିଳନୀରେ କୋରୋନାକୁ ନେଇ କିଛି ସୁଖକର ଖବର ସାମ୍ନାକୁ ଆସିଛି । ସ୍ବାସ୍ଥ୍ୟମନ୍ତ୍ରଣାଳୟର ଯୁଗ୍ମ ସଚିବ ଲବ ଅଗ୍ରୱାଲ କହିଛନ୍ତି ଯେ ଏପର୍ଯ୍ୟନ୍ତ ଦେଶରେ 1489 ରୋଗୀ କୋରୋନାରୁ ଆରୋଗ୍ୟ ଲାଭ କରିଛନ୍ତି । ଦେଶରେ ବିଗତ 24 ଘଣ୍ଟା ମଧ୍ୟରେ 183 ଜଣ ଲୋକ କୋରୋନାରୁ ସୁସ୍ଥ ହୋଇଛନ୍ତି । ସେହପରି ଦେଶରେ ମହଜୁଦ ଥିବା ଟେଷ୍ଟ କିଟରେ ଆଗାମୀ 8 ସପ୍ତାହ ପର୍ଯ୍ୟନ୍ତ କୋରୋନା ପରୀକ୍ଷା କରାଯାଇପାରିବ ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) ପକ୍ଷରୁ କୁହାଯାଇଛି ଯେ, ଭାରତର ଡାକ୍ତରଖାନାଗୁଡ଼ିକ ବର୍ତ୍ତମାନର ଷ୍ଟକରୁ ଆସନ୍ତା ଆଠ ସପ୍ତାହ ମଧ୍ୟରେ କୋରୋନାଭାଇରସ୍ ପରୀକ୍ଷା କରାଯାଇପାରିବ । ତେଣୁ କୌଣସି ପରିସ୍ଥିତିରେ ପରୀକ୍ଷା ପ୍ରକ୍ରିୟାରେ କୌଣସି ପ୍ରକାର ସମସ୍ୟା ଯେପରି ନଉପୁଜେ ସେଥିପ୍ରତି ଧ୍ୟାନ ଦିଆଯିବା ଆବଶ୍ୟକ ରହିଛି ।

ଏଠାରେ ସୂଚନା ଯୋଗ୍ୟ ଯେ, ଭାରତରେ COVID-19 ସଂକ୍ରମଣ ମାମଲା ସମୁଦାୟ 12,380ରେ ପହଞ୍ଚିଛି । ଭାରତରେ କୋରୋନାଭାଇରସ୍ ମୃତ୍ୟୁ ସଂଖ୍ୟା 414 ରିପୋର୍ଟ କରାଯାଇଛି ।

@IANS ଇନପୁଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.