ETV Bharat / bharat

କମଲନାଥଙ୍କୁ ଦଳରୁ ବହିଷ୍କାର ନକଲେ ବର୍ବାଦ ହୋଇଯିବ କଂଗ୍ରେସ: ଇମର୍ତି ଦେବୀ - Imarti Devi

ଏମପି ଉପ ନିର୍ବାଚନ ପାଖେଇ ଆସୁଥିବା ସମୟରେ ମନ୍ତ୍ରୀ ଇମର୍ତି ଦେବୀଙ୍କ ଉପରେ ପୂର୍ବତନ ସିଏମ କମଲ ନାଥଙ୍କ ବିବାଦୀୟ ମନ୍ତବ୍ୟ ଏବେ ରାଜନୈତିକ ମହାଲୋ ସୃଷ୍ଟି କରିଛି । ଆଉ ଏ ବିଷୟରେ ଇଟିଭି ଭାରତକୁ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଇମର୍ତି ଦେବୀ । ଅଧିକ ପଢନ୍ତୁ...

ଦଳିତଙ୍କୁ ଅଳିଆ ଭାବୁଛନ୍ତି କମଲ ନାଥ, ଦଳରୁ ବାହାର ନକଲେ ବର୍ବାଦ ହୋଇଯିବ କଂଗ୍ରେସ: ଇମରତୀ ଦେବୀ

author img

By

Published : Oct 20, 2020, 1:48 PM IST

Updated : Oct 20, 2020, 2:55 PM IST

ଭୋପାଳ: ମଧ୍ୟପ୍ରଦେଶରେ ହେବାକୁ ଥିବା ଉପ-ନିର୍ବାଚନରେ ​​ଉଭୟ ଦଳ ନିଜର ପୁରା ଦମ ଲଗାଇ ଦେଇଛନ୍ତି । ଉଭୟ ରାଜନୈତିକ ଦଳ ମଧ୍ୟରେ ତୁ ତୁ ମେଁ ମେଁ ଆରମ୍ଭ ହୋଇଯାଇଛି। ନିର୍ବାଚନ ପ୍ରଚାର ସମୟରେ ନେତାମାନେ ଏହି ଯୁଦ୍ଧରେ ସମସ୍ତ ସୀମା ଅତିକ୍ରମ କରିଛନ୍ତି। ନେତାମାନେ ବର୍ତ୍ତମାନ କୌଣସି ବିଚାର ନକରି ଅଶ୍ଳୀଳ ମନ୍ତବ୍ୟ ଦେଉଛନ୍ତି। ମନ୍ତ୍ରୀ ଇମରତୀ ଦେବୀଙ୍କ ଉପରେ ପୂର୍ବତନ ସିଏମ କମଲ ନାଥଙ୍କ ଅଶ୍ଳୀଳ ମନ୍ତବ୍ୟକୁ ନେଇ ଏହି ସମୟରେ ପ୍ରଦେଶରେ ଏକ ରାଜନୈତିକ ଉତ୍ତେଜନା ଦେଖାଦେଇଛି। କମଲ ନାଥଙ୍କ ବିବାଦୀୟ ମନ୍ତବ୍ୟ ପରେ ଡବରା ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ ତଥା ମନ୍ତ୍ରୀ ଇମରତୀ ଦେବୀ ଇଟିଭି ଭାରତକୁ ଏକ ସ୍ବତନ୍ତ୍ର ସାକ୍ଷାତକାର ଦେଇଛନ୍ତି।

ଦଳିତଙ୍କୁ ଅଳିଆ ଭାବୁଛନ୍ତି କମଲ ନାଥ, ଦଳରୁ ବାହାର ନକଲେ ବର୍ବାଦ ହୋଇଯିବ କଂଗ୍ରେସ: ଇମରତୀ ଦେବୀ

ମନ୍ତ୍ରୀ ଇମର୍ତି ଦେବୀ କହିଛନ୍ତି ଯେ, 'କଂଗ୍ରେସ ପାର୍ଟି ଏବଂ କମଲ ନାଥ ଦଳିତ ଏବଂ ଗରିବ ଲୋକଙ୍କୁ ସମ୍ମାନ ଦେବା ଜାଣନ୍ତି ନାହିଁ। ସେ ଦଳିତ ଲୋକଙ୍କୁ ଅତି ନିଚ ଭାବେ ବିବେଚନା କରନ୍ତି, ଯେତେବେଳେ କମଲନାଥ ମୁଖ୍ୟମନ୍ତ୍ରୀ ଥିଲେ, ସେତବେଳେ ମୁଁ ତାଙ୍କ କାର୍ଯ୍ୟାଳୟକୁ ଯାଉଥିଲି, ସେ ଠିଆ ହୋଇଯାଇଥିଲେ । କେବେ ହେଲେ ମୁଁ ତାଙ୍କ ସାମ୍ନାରେ ଏକ ଚେୟାରରେ ବସିନି '। ଇମର୍ତି ଦେବୀ କମଲ ନାଥଙ୍କ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ,' ସେ ନିଜକୁ ବଜରଙ୍ଗ ବାଲିଙ୍କ ଜଣେ ଭକ୍ତ ବୋଲି କୁହନ୍ତି ଏବଂ ମହିଳାମାନଙ୍କ ସହିତ ଏହିପରି କଥାବାର୍ତ୍ତା କରନ୍ତି, ବଜରଙ୍ଗବାଲି ତାଙ୍କୁ ମାଟିରେ ମିଶାଇଦେବେ, କାରଣ ମୁଁ ମଧ୍ୟ ବଜରଙ୍ଗବାଲିଙ୍କର ପ୍ରକୃତ ଭକ୍ତ'।

ଏହାସହ ଇମର୍ତି ଦେବୀ କହିଛନ୍ତି ଯେ,'କମଲ ନାଥ ଏପରି ଅଶ୍ଳୀଳ ଟିପ୍ପଣୀ ଦେଉଛନ୍ତି, ଯେଉଁଥିରେ ଲାଗୁଛି ତାଙ୍କ ଘରେ କେହି ମା' ଭଉଣୀ ନାହାନ୍ତି । ଆଉ ସେ କଣ ତାଙ୍କ ଘରେ ଏପରି କଥାବାର୍ତ୍ତା କରୁଛନ୍ତି। ଯଦି ଏହି ବୟାନ ଉପରେ ମୋ ପାର୍ଟି ପକ୍ଷରୁ କମଲଙ୍କ ବିରୋଧରେ ମାମଲା ରୁଜୁ ନହୁଏ ତେବେ ମୁଁ ଧାରଣାରେ ବସିବି'। ସେ ଆହୁରି କହିଛନ୍ତି, 'କଂଗ୍ରେସ ପାର୍ଟି ଏପରି ଜଣେ ପୂର୍ବ ସିଏମଙ୍କୁ ସାଥିରେ ନେଇ ଚାଲୁଛି ଯିଏ ମହିଳାଙ୍କ ଅଣ୍ଟାରେ ହାତ ରଖି ଫଟୋ ଉଠାଉଛନ୍ତି, ଖରାପ ନଜରରେ ଦେଖୁଛନ୍ତି । ଯଦି କଂଗ୍ରେସ ତାଙ୍କୁ ପାର୍ଟିରୁ ନହଟାଏ ତେବେ ଦଳର ସତ୍ୟାନାଶ ହୋଇଯିବ'।

ଉପ-ନିର୍ବାଚନ ପ୍ରସ୍ତୁତିକୁ ନେଇ ଇମରତୀ ଦେବି କହିଛନ୍ତିଯେ, ପାର୍ଟିର ପ୍ରସ୍ତୁତି ଜନସାଧାରଣ ଦେଖୁଛନ୍ତି। ତାଙ୍କ କହିବାନୁସାରେ, ଡବରା ବିଧାନସବାର ଲୋକମାନେ ଗତ ଚାରିଟି ପାଇଁ ସେମାନଙ୍କୁ ପ୍ରସ୍ତୁତ କରୁଛନ୍ତି। ସେ ବିଶ୍ବାସ ଜତାଇ କହିଛନ୍ତି ଯେ, ତାଙ୍କ ଲୋକ ତାଙ୍କୁ ନିର୍ବାଚନରେ ଜିତେଇଛନ୍ତି । ସେ କେବଳ ଜନମତ ଆଧାରରେ ନିର୍ବାଚନ ଲଢନ୍ତି। ଇମରତୀ ଦେବୀ କହିଛନ୍ତି ଯେ, ଜନସାଧାରଣ ତାଙ୍କୁ 62 ହଜାର ଭୋଟରେ ବିଜୟୀ କରିଛନ୍ତି। ଏଥର ମଧ୍ୟ ଡବରା ସଭାର ଲୋକମାନେ ସେମାନଙ୍କୁ 80 ହଜାର ଭୋଟରେ ଜିତାଇବେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 20, 2020, 2:55 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.