ଚଣ୍ଡୀଗଡ: ରେଜିଷ୍ଟ୍ରେସନ ପାଇଁ ଗୁରୁନାନକ ଷ୍ଟାଡିୟମରେ ପହଞ୍ଚିଲେ ବହୁ ସଂଖ୍ୟାରେ ପ୍ରବାସୀ ଶ୍ରମିକ । ମେ 29 ରେଜିଷ୍ଟ୍ରେସନର ଶେଷ ତାରିଖ ଥିବାରୁ ଶୁକ୍ରବାର ବହୁ ସଂଖ୍ୟାର ପ୍ରବାସୀ ଶ୍ରମିକ ଉତ୍ତର ପ୍ରଦେଶ ଏବଂ ବିହାର ଯିବାପାଇଁ ପଞ୍ଜାବ ଲୁଧିଆନାର ଗୁରୁ ନାନକ ଷ୍ଟାଡିୟମରେ ରେଜିଷ୍ଟ୍ରେସନ ପାଇଁ ପହଞ୍ଚିଛନ୍ତି ।
ଫ୍ୟାକ୍ଟ୍ରି ଗୁଡିକ ପୁନଃ ଖୋଲାଯାଇଛି ଏବଂ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କ ରାଜ୍ୟକୁ ଫେରିଯିବାର ଆବଶ୍ୟକ ନାହିଁ ବୋଲି ପଞ୍ଜାବ ସରକାର କହିଛନ୍ତି । ମାତ୍ର ଉତ୍ତର ପ୍ରଦେଶ ଏବଂ ବିହାର ଯିବାପାଇଁ ପ୍ରବାସୀ ଶ୍ରମିକମାନେ ଷ୍ଟାଡିୟମରେ ଭିଡ ଜମାଇଛନ୍ତି ।
ଏପଟେ ଷ୍ଟାଡିୟମରେ ସାମାଜିକ ଦୂରତା ପାଳନ ହେଉନଥିବା ବେଳେ ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ, ପାନୀୟ ଜଳ ଏବଂ ତମ୍ବୁର ବ୍ୟବସ୍ଥା କରାଯାଇନଥିବା ଦେଖିବାକୁ ମିଳିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ