ETV Bharat / bharat

ଦିବ୍ୟାଙ୍ଗଙ୍କ ସାହା ଦେବେନ୍ଦ୍ର, ଚାଲିବାକୁ ବଳ ଦେଉଛି ଗାନ୍ଧୀବାଦ - ଦେବେନ୍ଦ୍ର ରାଜ ମେହେଟ୍ଟା

ଦେବେନ୍ଦ୍ର ରାଜ ମେହେଟ୍ଟା । ଗାନ୍ଧୀବାଦୀ ଇଞ୍ଜିନିୟରିଂ (ଜୟପୁର ଫିଟ) ସହାୟତାରେ କମ ଖର୍ଚ୍ଚରେ ଅଧିକ ଉତ୍ପାଦନ ପ୍ରାପ୍ତ କରି ଦେବେନ୍ଦ୍ର ଭାରତ ସମେତ 32 ଦେଶର 18 ଲକ୍ଷ ଦିବ୍ୟଙ୍ଗଙ୍କୁ ଚାଲିବାକୁ ପ୍ରେରଣା ଯୋଗାଇଛନ୍ତି । ପଢନ୍ତୁ ଗାନ୍ଧାବାଦୀର ଶ୍ରେଷ୍ଠ ଉଦାହରଣ ଜୟପୁର ଫିଟ ଉପରେ...

ଡିଜାଇନ ଫଟୋ
author img

By

Published : Aug 27, 2019, 7:01 AM IST

Updated : Aug 27, 2019, 1:25 PM IST

ଜୟପୁର ଫୁଟ । ଜୟପୁର ଲେଗ ଭାବେ ବି ଏହା ଜଣାଶୁଣା । ଦିବ୍ୟାଙ୍ଗଙ୍କୁ ନୂଆ ଜୀବନ ଦିଏ ଏହି କୃତ୍ରିମ ଗୋଡ । ଯାହାକି ବିଶ୍ବବ୍ୟାପୀ 1.8ମିଲିଅନରୁ ଅଧିକ ଅକ୍ଷମ ଓ ପୋଲିଓ ରୋଗୀଙ୍କ ପାଇଁ ଏକ ବରଦାନ ସଦୃଶ । ଏହାର ପ୍ରତିଷ୍ଠାତା ଦେବେନ୍ଦ୍ର ରାଜ ମେହେଟ୍ଟା । ଗାନ୍ଧୀବାଦ ସିଦ୍ଧାନ୍ତର ଜଣେ ଅନନ୍ୟ ଉଦାହରଣ । ଏହି ପରୋପକାରୀଙ୍କ ବଳିଦାନ ଓ ସମାଜକୁ ସେ ଦେଇଥିବା ଭେଟି ସମ୍ପର୍କରେ ପଢନ୍ତୁ ‘ଇଟିଭି ଭାରତ’ର ସ୍ବତନ୍ତ୍ର ରିପୋର୍ଟ ।

‘ଅନ୍ୟଙ୍କ ଯନ୍ତ୍ରଣାକୁ ନିଜର ଭାବି ସେବା ଓ ସାହାଯ୍ୟ କର । ତା ପରେ ସେଥିରୁ ଯେଉଁ ସନ୍ତୋଷ ମିଳିବ ତାହା ଅପରିକଳ୍ପନୀୟ ।’ ଏହି ଉଦ୍ଦେଶ୍ୟରେ ଭଗବାନ ମହାବୀର ଦିବ୍ୟାଙ୍ଗ ସହାୟତା ସମିତି (BMVSS)ର ପ୍ରତିଷ୍ଠା କରିଥିଲେ ମେହେଟ୍ଟା । ଜଣେ ପ୍ରଶାସନିକ ଅଧିକାରୀ ସହ ଆରବିଆଇର ଡେପ୍ୟୁଟି ଗଭର୍ଣ୍ଣର ଓ ସେବିର ସଂସ୍ଥାପକ ଅଧ୍ୟକ୍ଷ ଭାବେ ମଧ୍ୟ ସେ କାର୍ଯ୍ୟ ତୁଲାଇଛନ୍ତି । ତାଙ୍କର ପୂରା ପରିବାର ଗାନ୍ଧୀବାଦ ଉପରେ ବିଶ୍ବାସ କରନ୍ତି । ଯେଉଁଥିପାଇଁ ଗାନ୍ଧୀଙ୍କ ମାର୍ଗ ଅନୁକରଣ କରି ଦୁଃଖୀ ଦରିଦ୍ରଙ୍କ ବନ୍ଧୁ ହୋଇ ସେ ନିଜ ପୈତୃକ ସ୍ଥାନରେ ତିଆରି କରିଥିଲେ BMVSS ।

ଆର୍ଥିକ ଅନଗ୍ରସର ଶାରିରୀକ ଅକ୍ଷମ ବ୍ୟକ୍ତି । ଯେଉଁମାନେ ନିଜ ଗୋଡ ହରାଇ ଗରିବର କଷାଘାତରେ ଜର୍ଜରିତ ହୋଇ ସଂଘର୍ଷ କରୁଛନ୍ତି , ଖାସ ସେମାନଙ୍କ ପାଇଁ ଏହି ଅନୁଷ୍ଠାନ । ଏହା କେବଳ ଅକ୍ଷମ ବ୍ୟକ୍ତିଙ୍କ ଶାରିରୀକ ସୁସ୍ଥତା ପାଇଁ ନୁହେଁ ବରଂ ଅକ୍ଷମ ଓ ଦିବ୍ୟାଙ୍ଗ ବୋଝ ଭିତରେ ଦାରିଦ୍ର ସୀମାରେଖା ତଳେ ପଦଦଳିତ ହେଉଥିବା ମଣିଷଙ୍କୁ ସଟ୍ଟୋଟର ସହ ଆତ୍ମନିର୍ଭରଶୀଳ କରିବାକୁ ମେହେଟ୍ଟାଙ୍କ ଏହି ପ୍ରୟାସ ।

‘ମୁଁ 44 ବର୍ଷ ତଳେ BMVSSର ସ୍ଥାପନା କରିଥିଲି । କାରଣ ସେବାର ଅନ୍ୟ ଏକ ଦିଗ ଗାନ୍ଧୀବାଦ । ଏଠାରେ ପ୍ରତିଦିନ ସକାଳେ ଗାନ୍ଧୀଙ୍କ ଦ୍ବାରା ଗାନ ହେଉଥିବା ‘ବୈଷ୍ଣୋବ ଜନ ତୋ କେନେ କହିୟେ ଯୋ ପିଡା ପରାଇ ଜାନ ରେ’ରେ ଭଜନ ବୋଲାଯାଇଥାଏ । ଏହାର ଯଥାର୍ଥତା ଅନୁଯାୟୀ ବିନା ଅଭିମାନରେ ପର ଦୁଃଖ ଅନୁଭବ କରୁଛି ତାଙ୍କୁ ବୈଷ୍ଣବ ବୋଲି ଡାକ । ଏପରି ଭାବେ BMVSS ଦ୍ବାରା ଅନ୍ୟର ଦୁଃଖରେ ଆମେ ଭାଗୀଦାର ହୋଇପାରୁଛୁ । ଯାହାକି ଆମକୁ ସନ୍ତୋଷ ଦିଏ ବୋଲି ଗାନ୍ଧୀଙ୍କ ଦ୍ବାରା ଗଭୀର ଭାବେ ଅନୁପ୍ରଣୀତ ଦେବେନ୍ଦ୍ର ରାଜ ମେହେଟ୍ଟା କୁହନ୍ତି ।

ଦିବ୍ୟାଙ୍ଗଙ୍କ ସାହା ଦେବେନ୍ଦ୍ର, ଚାଲିବାକୁ ବଳ ଦେଉଛି ଗାନ୍ଧୀବାଦ

ମେହାଟ୍ଟା କୁହନ୍ତି ଯେ, ବିଂଶ ଶତାବ୍ଦୀର ବଡ ଭେଟି ମହାତ୍ମା ଗାନ୍ଧୀ । ଏବଂ ଭାରତ ଦେବା ପାଇଁ ଆଗୁଆ ହୋଇପାରେ । ଯେପରିକି ଏକବିଂଶ ଶତାବ୍ଦୀର ଗାନ୍ଧୀବାଦୀ ଇଞ୍ଜିନିୟରିଂ ବା ମିତବ୍ୟୟୀ ଇଞ୍ଜିନିୟରିଂ । ଏହି ଗାନ୍ଧୀବାଦୀ ଇଞ୍ଜିନିୟରିଂ ଯେ କେବଳ ସୁଲଭ ନୁହେଁ ବରଂ ଏହା ଶସ୍ତା ବି ହେବା ଦରକାର । ଯେପରିକି ଜୟପୁର ଫିଟ । କମ ଖର୍ଚ୍ଚରେ ସେବା ପ୍ରଦାନ କରୁଥିବା ଏହି ସେବା ସମସ୍ତଙ୍କୁ ସୁହାଇବା ସହ ଫାଇଦା ଯୋଗାଇଥାଏ । ଶିଳ୍ପିକାର ସ୍ବର୍ଗୀୟ ମାଷ୍ଟର ରାମଚନ୍ଦ୍ର ପ୍ରଥମେ ଏହି ଜୟପୁର ଫିଟ ସମ୍ପର୍କରେ ଭାବି ଏହାକୁ ତିଆରି କରିଥିଲେ । ଏହା ପରେ 1968 ଦୁନିଆର ପ୍ରଥମ ଜୟପୁର ଫିଟ ପ୍ରସ୍ତୁତ କରାଯାଇଥିଲା । ସେହିସମୟରେ ଏହାର ଦାମ 250 ଟଙ୍କା ରହିଛି । ଯାହା 44 ବର୍ଷ ପରେ ଅର୍ଥାତ ଆଜି 4100ଟଙ୍କାରେ ପହଞ୍ଚିଛି । ପଶ୍ଚିମ ଦୁନିଆର ଏହି ସ୍ବତନ୍ତ୍ର ଅଙ୍ଗ ପ୍ରସ୍ତୁତ ହୁଏ । ହେଲେ ସେଠାରେ ଏହାର ଦାମ 10 ହଜାର ଡଲାର ହୋଇଥାଏ । ଯେତେବଳେ କି ଜୟପୁର ଫିଟର ଦାମ ମାତ୍ର 66 ଡଲାର । ଏହି କାରଣରୁ ଭାରତୀୟ ବିଦେଶ ମନ୍ତ୍ରାଣୟ ଗାନ୍ଧୀଙ୍କ 150 ତମ ଜନ୍ମ ଜୟନ୍ତି କାର୍ଯ୍ୟକ୍ରମ ପାଇଁ ଯୋଜନା କରିଛି । ଆଉ ଏଥିରେ ଇଣ୍ଡିଆ ଫର ହୟୁମୋନିଟ କାର୍ଯ୍ୟକ୍ରମ ଜରିଆରେ ଦେଶର ପ୍ରତିନିଧିତ୍ବ ପାଇଁ ଜୟପୁର ଫିଟକୁ ଚୟନ କରିଛି ।

ଗତ ବର୍ଷ , ଏହାର ବାର୍ଷିକ ଉତ୍ସବରେ ଦିବଙ୍ଗତ ବିଦେଶୀ ମନ୍ତ୍ରୀ ସୁଷମା ସ୍ବରାଜ କହିଥିଲ ଯେ, ଏହା ଏକ ମହତ ଭାବନା , ଯାହା ଭାରତ ପାଇଁ ଏକ ସ୍ବତନ୍ତ୍ର ପ୍ରଚେଷ୍ଟା । ଏହା ପ୍ରୟାସ ହଜାର ହଜାର ଲୋକଙ୍କ ଆବଶ୍ୟକତା ପୂରଣ କରିବ ଯେଉଁମାନେ ବାସ୍ତବରେ ଏହାକୁ ପାଇବାକୁ ଚାହାନ୍ତି । ଏବଂ ଏହାକୁ ଗୋଟିଏ ବର୍ଷରେ ବହୁ ଦେଶ ଉତ୍ସାହର ସହ ଗ୍ରହଣ କରିବ ବୋଲି ଆଶା ।

ଏହାର ବଡ ଉଦ୍ଦେଶ୍ୟ ଦୁନିଆର ଭିନ୍ନ ଭିନ୍ନ ଲୋକଙ୍କ ସହଯୋଗରେ ଦିବ୍ୟାଙ୍ଗଙ୍କୁ ଶାରିରୀକ, ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ପୁର୍ନଜୀବିତ କରିବା । ଏଥିସହ ସେମାନଙ୍କ ଜୀବନକୁ ପୂର୍ବ ଭଳି ଗତିଶୀଳ କରିବା ସହ ସମାଜର ସ୍ବାଭିମାନୀ ମଣିଷ ଭାବେ ବଞ୍ଚିବାକୁ ଖୋରାକ ଯୋଗାଇବ ।

ଜୟପୁର ଫୁଟ, ଭାରତର 600 ଜିଲ୍ଲା ସହ 33 ଦେଶରେ ନିଜର ଛାପ ଛାଡିଛି । ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବହାରଲାଲ ନେହେରୁ ସ୍ବାଧୀନ ଭାରତକୁ ଦେଇଥିବା ପ୍ରଥମ ଅଭିଭାଷଣରେ କହିଛନ୍ତି, ଗାନ୍ଧୀବାଦ ସବୁ ଚେହେରାରେ ହସ ଫୁଟାଏ, ଗାନ୍ଧୀବାଦରେ ଚାଲିଲେ ଦୁଃଖ ହରଣ ହେବା ସହ ଜୀବନରେ ଖୁସି ଆସିଥାଏ । ପ୍ରକୃତରେ ଦେଖିବାକୁ ଗଲେ ଦେବେନ୍ଦ୍ର ରାଜ ମେହେଟ୍ଟାଙ୍କ ଦ୍ବାରା ହୋଇଥିବା ଜୟପୁର ଫୁଟ ଗାନ୍ଧୀବାଦର ଏକ ଜ୍ବଳନ୍ତ ଉଦାହରଣ ।

ଗାନ୍ଧୀବାଦର ଏହି ମିତବ୍ୟୟୀ ଦେବେନ୍ଦ୍ର ରାଜ ମେହେଟ୍ଟାଙ୍କ ଏହି ମହତ୍ବ କାମ ଯୋଗୁଁ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ପଦ୍ମଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:Conclusion:
Last Updated : Aug 27, 2019, 1:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.