ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟ ନିର୍ଭୟା ପାଣ୍ଠିରୁ ଅର୍ଥ ଖର୍ଚ୍ଚ କରିବା ପାଇଁ ବିଭିନ୍ନ ଯୋଜନା ପ୍ରସ୍ତୁତ କରିବାକୁ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
2012 ଡିସେମ୍ବରରେ ଦିଲ୍ଲୀର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରାଯିବା ପରେ 2013 ମସିହାରେ ମହିଳାମାନଙ୍କ ଓ ଶିଶୁମାନଙ୍କ ସୁରକ୍ଷା ସହ ପୋଲିସର କାର୍ଯ୍ୟଭାର କମାଇବା ପାଇଁ ନିର୍ଭୟା ପାଣ୍ଠି ଗଠନ କରାଯାଇଥିଲା । ଦିଲ୍ଲୀ ପୋଲିସରେ କର୍ମଚାରୀଙ୍କ ସଂଖ୍ୟା କମ ରହିଛି । ସେଥିପାଇଁ ଉଚ୍ଚ ନ୍ୟାୟାଳୟ ପ୍ରମୁଖ ସଚିବ ଓ ପୁନଃର୍ବାସ ମହାନିର୍ଦ୍ଦେଶକଙ୍କୁ ପୂର୍ବ ଅଧିକାରୀଙ୍କ ନିଯୁକ୍ତି ସଂପର୍କରେ ନିଷ୍ପତ୍ତି ନେବାକୁ କହିଛନ୍ତି ।
ଜଷ୍ଟିସ ଜିଏସ ସିସ୍ତାନୀ ଓ ଅନୁପ ଜୟରାମ ଭାମଭାନିଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଦିଲ୍ଲୀ ପୋଲିସ କାଉନସିଲକୁ କହିଛନ୍ତି , ନିର୍ଭୟା ଫଣ୍ଡରେ 2017 ମସିହାରେ 3200 କୋଟି ଟଙ୍କା ରହିଥିବାବେଳେ ସେଥିରୁ 1000 କୋଟି କିଛି ଯୋଜନାରେ ଖର୍ଚ୍ଚ କରାଯାଇଛି । ତେଣୁ ସେସବୁର ବିନିଯୋଗ ଆବଶ୍ୟକ । ବିଭିନ୍ନ ସ୍ଥାନରେ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ହୋଇଥିବା ନେଇ ଖଣ୍ଡପୀଠ ଉଦବେଗ ପ୍ରକାଶ କରିଛନ୍ତି । ଏହାର ପରବର୍ତ୍ତୀ ଶୁଣାଣୀକୁ ଜାନୁଆରୀ 16 ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି ।