ETV Bharat / bharat

ପ୍ରଣବ ମୁଖାର୍ଜୀଙ୍କୁ ମିଳିବ ଭାରତ ରତ୍ନ

author img

By

Published : Jul 28, 2019, 8:49 PM IST

Updated : Jul 28, 2019, 9:16 PM IST

ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ମିଳିବ ଦେଶର ସର୍ବୋଚ୍ଚ ସମ୍ମାନ । ରାଜନୀତିରେ ଉଲ୍ଲେଖନୀୟ ଅବଦାନ ପାଇଁ ମିଳିବ ‘ଭାରତ ରତ୍ନ’

ଡିଜାଇନ ଫଟୋ

ନୂଆଦିଲ୍ଲୀ: ବିଶିଷ୍ଟ ରାଜନୀତିଜ୍ଞ ତଥା ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ ମିଳିବ ଭାରତ ରତ୍ନ ସମ୍ମାନ । ରାଜନୀତିରେ ସର୍ବଶ୍ରେଷ୍ଠ ଅବଦାନ ପାଇଁ ପ୍ରଣବଙ୍କୁ ଏହି ସମ୍ମାନ ମିଳିବ ବୋଲି ଜଣାପଡିଛି । ଏହାସହ ଆଉ ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କୁ ମଧ୍ୟ ଏହି ସମ୍ମାନ ମିଳିବ । ସ୍ବାଧିନତା ଦିବସ ଅବ୍ୟବହିତ ପୂର୍ବରୁ ଆସନ୍ତା ଅଗଷ୍ଟ 8 ତାରିଖରେ ଏକ ସ୍ବତନ୍ତ୍ର ଉତ୍ସବରେ ପ୍ରଣବ ମଖାର୍ଜୀଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏହି ସମ୍ମାନରେ ସମ୍ମାନିତ କରିବେ ।

‘ଭାରତ ରତ୍ନ’ ସମ୍ମାନ ହେଉଛି ଭାରତର ସର୍ବଶ୍ରେଷ୍ଠ ସମ୍ମାନ । କଳା, ସାହିତ୍ୟ, ବିଜ୍ଞାନ, ରାଜନୀତି ଓ କ୍ରୀଡା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଏହି ସମ୍ମାନ ଦିଆଯାଇଥାଏ ।

ପ୍ରଣବ ମୁଖାର୍ଜୀ 2012 ମସିହା ଜୁଲାଇରୁ 2017 ମସିହା ପର୍ଯ୍ୟନ୍ତ ଦେଶର 13ତମ ରାଷ୍ଟ୍ରପତି ଥିଲେ । ଏହା ପୂର୍ବରୁ ପ୍ରଣବ ଦେଶର ଅର୍ଥ, ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରୀ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ମନ୍ତ୍ରୀ ଥିଲେ । ୟୁପିଏ 1 ଓ2 ସରକାରରେ ପ୍ରଣବ ସରକାରଙ୍କ ପାଇଁ ସଂକଟମୋଚକ ଥିଲେ ।

ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ପ୍ରଣବ 1982 ମସିହାରେ ମାତ୍ର 47 ବର୍ଷ ବୟସରେ ଦେଶର ସର୍ବ କନିଷ୍ଠ ଅର୍ଥମନ୍ତ୍ରୀ ହୋଇଥିଲେ । ପ୍ରଣବଙ୍କୁ ଭାରତ ରତ୍ନ ଦେବା ଜଣାପଡିବା ପରେ ତାଙ୍କ ନିକଟକୁ ଶୁଭେଛାର ସୁଅ ଛୁଟିବାରେ ଲାଗିଛି ।

Intro:ପଟ୍ଟନାୟିକିଆ ଛକ ଟ୍ରିପଲ ମର୍ଡର ଘଟଣା ର ମୁଖ୍ୟ ଅଭିଯୁକ୍ତ ଗିରଫBody:ପୁରୀ ପଟନାୟିକାଆ ଛକରେ ଟ୍ରିପଲ ମର୍ଡର ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତକୁ ପୋଲିସ ଗିରଫ କରିଛି। ଦୁଇ ଅଭିଯୁକ୍ତ ହେଲେ ମିଟୁ ବେହେରା ଓ ,ପ୍ରହଲାଦ ବେହେରା। ଏହି ଦୁଇ ଅଭିଯୁକ୍ତ ମୁଖ୍ୟତଃ ହତ୍ୟାକରିଥିବା ପୋଲିସ କହିଛି। ପୂର୍ବରୁ ପୋଲିସ ଏହି ଘଟଣା ରେ 6 ଜଣଙ୍କୁ ଗିରଫ କରିସାରିଛି। ତେବେ ଆହୁରି 5 ଜଣ ଏହି ଘଟଣା ରେ ସମ୍ପୃକ୍ତ ଥିବା ବେଳେ ପୋଲିସ ଖୁବ ଶୀଘ୍ର ସେମାନେ ଙ୍କୁ ଧରିବ ବୋଲି ପୁରୀ ରେ ଏକ ସାମ୍ବାଦିକ ସମିଳନୀ ପୁରୀ sp ଏହି ସୂଚନା ଦେଇଛନ୍ତି। ଗତ14 ତାରିଖରେ ସତ୍ୟବାଦୀ ଥାନା ପଟ୍ଟନାୟିକିଆ ଛକରେ ଟ୍ରିପଲ ମର୍ଡର ହୋଇ ଥିଲା। ଅଭିଯୁକ୍ତ ମାନେ ଅତି ନୃଶଂସ ଭାବେ ଖଣ୍ଡା , ଭୁଜାଲି ଭଳି ମାରଣାସ୍ତ୍ର ରେ ହାଣି ତିନି ଜଣଙ୍କୁ ବିଚ ରାସ୍ତାରେ ହତ୍ୟା କରିଥିଲେ। ଯାହାକି ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ପାରିବାରିକ ଓ ଜମିବାଡ଼ି ବିବାଦ କୁ ନେଇ ଏହି ଟ୍ରିପଲ ମର୍ଡର ହୋଇ ଥିବା ପୋଲିସ କହିଥିଲା।

ବାଇଟ,, ଉମାସଙ୍କର ଦାଶ, ପୁରୀ spConclusion:ପୁରୀ ରୁ ଶକ୍ତି ପ୍ରସାଦ ମିଶ୍ର

Ftp ଭିଯୁଆଲ ବାଇଟ ଯାଇଛି।
Last Updated : Jul 28, 2019, 9:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.