ବେଙ୍ଗାଲୁରୁ: କର୍ଣ୍ଣାଟକର ପୂର୍ବତନ ମନ୍ତ୍ରୀ ବୈଜନାଥ ପାଟିଲଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ 82 ବର୍ଷ ହୋଇଥିଲା । ବହୁ ଦିନର ଅସୁସ୍ଥତା ପରେ ଶନିବାର ଏକ ଘରୋଇ ହସ୍ପିଟାଲରେ ବୈଜଙ୍କର ଦେହାନ୍ତ ହୋଇଥିବା ସୂଚନା ।
ବୈଜନାଥ 1984ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ରାମକୃଷ୍ଣ ହେଗଡେଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ । 1994ରେ ମଧ୍ୟ ସେ ଏଚଡି ଦେବଗୌଡାଙ୍କ କ୍ୟାବିନେଟରେ ସହରୀବିକାଶ ମନ୍ତ୍ରଣାଳୟ ସମ୍ଭାଳିଛନ୍ତି ।
ଧାରା ଅନ୍ତର୍ଗତ କଲ୍ୟାଣ କର୍ଣ୍ଣାଟକ(ଉତ୍ତରପୂର୍ବ)ର ପଛୁଆ କ୍ଷେତ୍ରକୁ ସ୍ବତନ୍ତ୍ର ପାହ୍ୟା ପ୍ରଦାନ ପାଇଁ ପାଟିଲ ଦାବି କରି ଦୁଇ ଦଶକର ଲମ୍ବା ସଙ୍ଘର୍ଷ କରି ଆସିଥିଲେ । ଏହା ସହ ସେ ବାସ୍ତବରେ ଅନେକ ଆନ୍ଦୋଳନରେ ଆଗରେ ଥିଲେ ।