ETV Bharat / bharat

ଆଜମ ଖାନଙ୍କ ସପକ୍ଷରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ

author img

By

Published : Jul 28, 2019, 6:17 PM IST

ଲୋକସଭାରେ ବିବାଦୀୟ ମନ୍ତବ୍ୟ ଦେଇ ଫସିଥିବା ବାହୁବଳୀ ସାଂସଦ ଆଜମ ଖାନଙ୍କ ପାଇଁ ଓକିଲାତି କଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ । ଜିତନଙ୍କ ଯୁକ୍ତି ଭାଇ ଭଉଣୀକୁ ଚୁମ୍ବନ ଦେବା କଣ ଅଶ୍ଲୀଳତା କି ?

ଫାଇଲ ଫଟୋ

ନୂଆଦିଲ୍ଲୀ: ଗତ ଗୁରୁବାର ପାର୍ଲାମେଣ୍ଟର ଅଧିବେଶନ ଚାଲିଥିବା ସମୟରେ ଗୃହରେ ଅଧ୍ୟକ୍ଷତା କରୁଥିଲେ ବିଜେପି ସାଂସଦ ରମା ଦେବୀ । ଗୃହରେ ଚାଲିଥିଲା ଟ୍ରିପଲ ତଲାକକୁ ନେଇ ବିତର୍କ । ଏତିକି ବେଳେ ସମାଜ ବାଦୀ ପାର୍ଟି ସାଂସଦ ଆଜମ ଖାନଙ୍କୁ ଗୃହରେ କହିବାକୁ ଡାକିଥିଲେ କାମଚଳା ଅଧ୍ୟକ୍ଷା ରମାଦେବୀ । ଆଜମ ରମା ଦେବୀଙ୍କୁ ଅଶୋଭନୀୟ ମନ୍ତବ୍ୟ ଦେଇଥିଲେ ଯାହାକୁ ନେଇ ଏବେ ଜାତୀୟ ରାଜନୀତି ସରଗରମ ହୋଇପଡିଛି ।

PHOTO, ajam khan, jitan majhi
ଫଟୋ ସୌଜନ୍ୟ: ଏଏନଆଇ

ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ସିଧା ଆଜମଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହାସହ ଦଳମତ ନିର୍ବିଶେଷରେ ସମସ୍ତ ଏହାକୁ ନିନ୍ଦା କରିବା ସହ ଆଜମଙ୍କୁ କ୍ଷମା ମାଗିବା ପାଇଁ ଦାବି କରିଛନ୍ତି । ତେବେ ଆଜମ କ୍ଷମା ମାଗିବେ ନାହିଁ ବୋଲି କହିବା ପରେ ଏହାକୁ ନେଇ ସର୍ବଦଳୀୟ ବୈଠକ ଡକାଯାଇଥିଲା । ସମସ୍ତ ଦଳ ଏହା ଉପରେ ବାଚସ୍ପତିଙ୍କୁ ଚୂଡାନ୍ତ ନିଷ୍ପତି ନେବାର ଅଧିକାର ଦେଇଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଆଜମଙ୍କ ମନ୍ତବ୍ୟକୁ ସମସ୍ତ ମହିଳା ସାଂସଦ ଦୃଢ ଭାବେ ନିନ୍ଦା କରିବା ସହ ରମା ଦେବୀଙ୍କ ସପକ୍ଷରେ ବାହାରିଛନ୍ତି । ଯାହା ଆଜମଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି ।

ଠିକ ଏତିକି ବେଳେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ହିନ୍ଦୁସ୍ତାନୀ ଆୱାମ ମୋର୍ଚାର ଅଧ୍ୟକ୍ଷ ଜିତନ ରାମ ମାଝୀ ଆଜମଙ୍କ ପାଇଁ ଓକିଲାତି କରିବା ଆରମ୍ଭ କରିଛନ୍ତି । ଜିତନ ରାମ ଅଜବ ଯୁକ୍ତି ବାଢି କହିଛନ୍ତି ମା ନିଜ ସନ୍ତାନକୁ ଚୁମ୍ବନ ଦେବା କଣ ଅଶ୍ଲୀଳତା କି ? ବୋଲି ପ୍ରଶ୍ନ କରିଛନ୍ତି । ଏହାସହ ଭାଇ ଭଉଣୀ ଉଭୟେ ଉଭୟଙ୍କୁ ଆଲିଙ୍ଗନ କରୁଛନ୍ତି ଚୁମ୍ବନ ଦେଉଛନ୍ତି ତାହା ଅଶ୍ଲୀଳତା ନୁହେଁ । ତେବେ ଆଜମଙ୍କ ବକ୍ତବ୍ୟ କେମିତି ଅଶ୍ଲୀଳତା ହେଲା ବୋଲି କହିବା ସହ ଇସ୍ତଫା ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ।

ଜିତନ ରାମ ଆହୁରି କହିଛନ୍ତି ଆଜମ ଭାବୁକ ଥିବେ କୌଣସି ଉଦ୍ଦେଶ୍ୟରେ ସେ ଏହା କହିନଥିବେ ତାଙ୍କ ବକ୍ତବ୍ୟକୁ ଅଲଗା ଅର୍ଥରେ କୁହାଯାଉଛି ବୋଲି କହିଛନ୍ତି । ତେଣୁ ଯଦି ଆଜମ ଖାନଙ୍କ ବକ୍ତବ୍ୟ ରମା ଦେବୀଙ୍କୁ ଆଘାତ ଦେଇଥାଏ ଆଜମ କ୍ଷମା ମାଗିନେବା ଉଚ୍ଚିତ କିନ୍ତୁ ଇସ୍ତଫା ଦେବାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି । ଏହାକୁ ନେଇ ଜିତନଙ୍କ ଉପରେ ଜୋରଦାର ବର୍ଷିଛି ବିଜେପି ।

Intro:Body:

TESTING

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.