ନୂଆଦିଲ୍ଲୀ: ଆସାମର ମୁଖ୍ୟମନ୍ତ୍ରୀ ପଦ ପାଇଁ ନିର୍ବାଚନ ଲଢିବେ ପୂର୍ବତନ ସିଜେଆଇ ଜଷ୍ଟିସ ରଞ୍ଜନ ଗୋଗୋଇ । ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନରେ ତାଙ୍କୁ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ ବୋଲି ଦଳ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି । ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା ତରୁଣ ଗୋଗୋଇ ଏନେଇ ସୂଚନା ଦେଇଛନ୍ତି ।
କଂଗ୍ରେସ ନେତା କହିଛନ୍ତି, ଆସାମର ଆଗାମୀ ମୁଖ୍ୟମନ୍ତ୍ରୀ ନିର୍ବାଚନ ପାଇଁ ବିଜେପିର ତାଲିକାରେ ରଞ୍ଜନ ଗୋଗାଇ ନାମ ରହିଛି ବୋଲି ମୁଁ ଏକ ସୂତ୍ରରୁ ଖବର ପାଇଛନ୍ତି । ମୋତେ ଲାଗୁଛି ତାଙ୍କୁ ନିଶ୍ଚୟ ବିଜେପି ଆଗାମୀ ନିର୍ବାଚନରେ ଓହ୍ଲାଇବ ।
ସେ ଆହୁରି କହିଛନ୍ତି , ଯଦି ପୂର୍ବତନ ସିଜେଆଇ ରାଜ୍ୟସଭାକୁ ଯାଇପାରିଲେ, ତେବେ ମୁଖ୍ୟମନ୍ତ୍ରୀ ପଦ ମଧ୍ୟ ରାଜି ହୋଇପାରନ୍ତି । ତେବେ ଏହା ଏକ ରାଜନୀତି । କାରଣ ଅଯୋଧ୍ୟା ମାମଲା ପରେ ବିଜେପି ରଞ୍ଜନ ଗୋଗୋଇଙ୍କ ଉପରେ ଖୁସି ରହିଥିଲେ । ଏବଂ ପୂର୍ବତନ ସିଜେଆଇଙ୍କ ଲକ୍ଷ୍ୟ ରାଜନୀତିରେ ପ୍ରବେଶ କରିବା । ସେଥିପାଇଁ ସେ ପ୍ରଥମେ ରାଜ୍ୟସଭା ସଦସ୍ୟତା ଗ୍ରହଣ କରିବା ପରେ ଧୀରେ ଧୀରେ ରାଜନୀତିରେ ପାଦ ଥାପୁଛନ୍ତି । ଯଦି ତାହା ନୁହେଁ, ତେବେ ସେ ରାଜ୍ୟସଭା ସଦସ୍ୟତା ଗ୍ରହଣ ନ କରି ମାନବଧିକାର କମିଶନର କିମ୍ବା କୌଣସି ଅଧିକାରୀ ସଙ୍ଗଠନର ଅଧ୍ୟକ୍ଷ ହୋଇପାରିଥାନ୍ତେ ।