ETV Bharat / bharat

ବୋହୂଙ୍କୁ ଦୁଷ୍କର୍ମ ! ପୂର୍ବତନ ବିଜେପି ବିଧାୟକ ଗିରଫ - ପୂର୍ବତନ ବିଜେପି ବିଧାୟକ

ବୋହୂଙ୍କୁ ଦୁଷ୍କର୍ମ ଓ ହାତ୍ୟା ଧମକ ଅଭିଯୋଗରେ ପୂର୍ବତନ ବିଜେପି ବିଧାୟକ ମନୋଜ ସୋକିନଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ ।

ଫଟୋ ସୌଜନ୍ୟ- ସୋସିଆଲ ମିଡିଆ
author img

By

Published : Aug 11, 2019, 4:19 AM IST

ନୂଆଦିଲ୍ଲୀ: ବୋହୂଙ୍କୁ ଦୁଷ୍କର୍ମ ଓ ହାତ୍ୟା ଧମକ ଅଭିଯୋଗରେ ପୂର୍ବତନ ବିଜେପି ବିଧାୟକ ମନୋଜ ସୋକିନ୍‌ଙ୍କୁ ଗିରଫ କରିଛି ଦିଲ୍ଲୀ ପୋଲିସ । 2018ରେ ଡିସେମ୍ବର 31 ତାରିଖରେ ଓ ଜାନୁଆରୀ 1 ତାରିଖରେ ବନ୍ଧୁକ ଦେଖାଇ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ କରଥିଲେ ପୂର୍ବତନ ବିଜେପି ବିଧାୟକ ମନୋଜଙ୍କ ବୋହୂ ।

ତେବେ ଗୁରୁବାର ଉକ୍ତ ମହିଳା ସ୍ଥାନୀୟ ଥାନରେ ଅଭିଯୋଗ ଆଣିଥିଲେ । ଫଳରେ ଶନିବାର ତାଙ୍କ ଅଭିଯୋଗ ଆଧାରରେ ମନୋଜଙ୍କୁ ଗିରଫ କରିଥିଲା ପୋଲିସ । ସୂଚନାଯୋଗ୍ୟ, ମନୋଜ ଉତ୍ତର ପଶ୍ଚିମ ଦିଲ୍ଲୀର ନାନ୍‌ଗ୍ଲୋଇ ବିଧାନସଭା ସିଟ୍‌ରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ।

ତେବେ ଉକ୍ତ ମହିଳାଙ୍କ ଅଭିଯୋଗ ଅନୁଯାୟୀ, ନବ ବର୍ଷ ପାଳନ ପାଇଁ ସେ ଓ ତାଙ୍କ ସ୍ବାମୀ ଏବଂ ତାଙ୍କର କିଛି ବନ୍ଧୁ ସହରର ଏକ ତାରକା ହୋଟଲରେ ପହଞ୍ଚିଥିଲେ । ତେବେ ପାର୍ଟି ସାରି ଘରକୁ ଫେରିବା ପରେ ତାଙ୍କ ସ୍ବାମୀ ତାଙ୍କୁ ଘରେ ଛାଡି ପୁଣି ବାହାରକୁ ଯାଇଥିଲେ । ତେବେ ଘରେ ତାଙ୍କୁ ଏକୁଟିଆ ପାଇ ମନୋଜ ତାଙ୍କ ସହ ଦୁଷ୍କର୍ମ କରିଥିବା ସେ କହିଛନ୍ତି ।

ସେ ଏଫଆଇଆରେ ଲେଖିଛନ୍ତି, " ସେତେବେଳେ ରାତି ପ୍ରାୟ 1.30 ହୋଇଥିଲା । କିଛି କଥା ଅଛି ବୋଲି କହି ମନୋଜ ମୋତେ ମୋ ଶୋଇବା ଘରର କବାଟ ଖୋଲିବାକୁ କହିଥିଲେ । କବାଟ ଖୋଲିବା ପରେ ସେ ମୋ ସହିତ ଅଶାଳୀନ ବ୍ୟବହାର କରିଥିଲେ ଓ ମୁଁ ଏହାର ବିରୋଧ କରିବାରୁ ମୋତେ ବନ୍ଧୁକ ଦେଖାଇ ଦୁଷ୍କର୍ମ କରିଥିଲେ । "

ତେବେ ଗିରଫ ପରେ ବିରୋଧରେ ଆଇପିସି ଧାରା 376 ଏବଂ 506 ଅଧିନରେ ମାମଲା ରୁଜୁ ହୋଇଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.