ETV Bharat / bharat

ବଂଶାନୁକ୍ରମିକ ଜିନ୍ ପରିବର୍ତ୍ତନ ହୃଦଘାତର ମୁଖ୍ୟ କାରଣ - Xenosialitis

ପୂର୍ବପୁରୁଷଙ୍କଠାରେ ଥିବା ଏକ ଜିନ୍ ରେ ହେଉଥିବା ପରିବର୍ତ୍ତନ କାରଣରୁ ମନୁଷ୍ୟଙ୍କ ମଧ୍ୟରେ ହୃଦଘାତ ସମସ୍ୟା ଦେଖିବାକୁ ମିଳୁଛି । ଶରୀରରେ ହାଇଡ୍ରୋକ୍ସାଇଡ ଅଣୁର ଅଭାବ କାରଣରୁ ଜିନରେ ପରିବର୍ତ୍ତନ ଦେଖାଦେଇଛି, ଯାହା ମନୁଷ୍ୟ ଶରୀରରେ ହୃଦଘାତ ସମେତ ପ୍ରଜନନ କ୍ଷମତାକୁ ମଧ୍ୟ ହ୍ରାସ କରିଥାଏ । ସିଆଲିକ ଏସିଡରେ ଥିବା ଦୁଇଟି Derivative ମନୁଷ୍ୟ ଶରୀରରେ CMAH ନାମକ ଜିନ୍ କୁ ପ୍ରଭାବିତ କରିଥାଏ ।

ଡିଜାଇନ ଫଟୋ
author img

By

Published : Jul 28, 2019, 1:00 PM IST

ହାଇଦ୍ରାବାଦ: କାର୍ଲିଫର୍ଣ୍ଣିଆସ୍ଥିତ ସନ ଡିଗୋ ସ୍କୁଲ ଅଫ ମେଡିସିନର କିଛି ବୈଜ୍ଞାନିକଙ୍କ ମତରେ 2-3 ମିଲିୟନ ବର୍ଷ ପୂର୍ବେ ଆମ ପୂର୍ବପୁରୁଷଙ୍କଠାରେ ଥିବା ଏକ ଜିନ୍ ରେ ପରିବର୍ତ୍ତନ କାରଣରୁ ମନୁଷ୍ୟଙ୍କ ମଧ୍ୟରେ ହୃଦଘାତ ସମସ୍ୟା ଦେଖିବାକୁ ମିଳୁଛି । ଏହାଛଡା ‘ରେଡ ମିଟ୍’ ଅର୍ଥାତ ମଇଁଷି, ଛେଳି ପ୍ରଭୁତିଙ୍କ ମାଂସ ଖାଇବା ଦ୍ୱାରା ମଧ୍ୟ ହୃଦଘାତ ସମସ୍ୟା ଦେଖାଦେଇଥାଏ ।

ହୃଦଘାତ ଜନିତ ମୃତ୍ୟୁ ମଧ୍ୟରୁ ପ୍ରାୟ ଏକ ତୃତୀୟାଂଶ ମୃତ୍ୟୁର କାରଣ ଆଥେରୋକ୍ଲେରୋସିସ(Atherosclerosis) । ତେବେ ଏହି ଆଥେରୋକ୍ଲେରୋସିସର ଅର୍ଥ କଣ? ଅତ୍ୟଧିକ ଚର୍ବି କାରଣରୁ ଧମନୀ ରାସ୍ତା ମୁଖ୍ୟତଃ ବନ୍ଦ ହୋଇଯାଇଥାଏ । ଏହାକୁ ବିଜ୍ଞାନ ଭାଷାରେ ଆଥେରୋକ୍ଲେରୋସିସ କୁହାଯାଏ । ଏହାଦ୍ବାରା କେବଳ ହୃଦଘାତ ନୁହେଁ ଶାରୀରିକ ଅକ୍ଷମତା, ବୟସ ବୃଦ୍ଧି, ବ୍ଲଡ କୋଲେଷ୍ଟ୍ରୋଲ ଆଦି ରୋଗ ଦେଖାଯାଇଥାଏ । ତେବେ 15 ପ୍ରତିଶତ ହୃଦଘାତ ଜନିତ ରୋଗ ହିଁ ହୋଇଥାଏ ।

କିଛି ବର୍ଷ ପୂର୍ବେ ସନ୍ ଡିଗୋ ସ୍କୁଲର ପରିଚାଳନା ନିର୍ଦ୍ଦେଶକ ନିଶି ବର୍କି କହିଥିଲେ ସାଧାରଣତଃ କୋରେନାରୀ ହୃଦଘାତର କାରଣ ଖୋଜି ବାହାର କରିଥିଲେ । ତେବେ ଅନ୍ୟ ମାମାଲ(Mammal) ମାନଙ୍କରେ ଆଥେରୋକ୍ଲେରୋସିସ ମନୁଷ୍ୟ ଅପେକ୍ଷାକୃତ କମ ଦେଖାଯାଇଥାଏ । ଖାସ କରି ସିମ୍ପାଜିଙ୍କ ଜିନ୍ ପାଖାପାଖି ମନୁଷ୍ୟ ଜିନ୍ ସହ ସମାନ । ସେମାନଙ୍କ ମଧ୍ୟରେ ଉଚ୍ଚ ରକ୍ତଚାପ, ହାଇପରଟେନସେନ, ଶାରୀରିକ ନିଷ୍କ୍ରିୟତା ଆଦି ଲକ୍ଷଣ ଦେଖାଯାଇଥାଏ ।

ମନୁଷ୍ୟ ମାନଙ୍କ ଭଳି ମୂଷାଙ୍କ ମଧ୍ୟରେ Neu5Gc(N-glycolylneuraminic acid) ନାମକ ସିଆଲିକ ଏସିଡ ସୁଗାର କମ୍ ଦେଖାଯାଇଥାଏ ଯାହା ଆଥେରୋଜେନେସିସି ନାମକ ଏକ ଏନଜାଇମର ବୃଦ୍ଧି କରିଥାଏ । ଏହା ମୂଷାଙ୍କ ମଧ୍ୟରେ CMAH(Putataive cytidine monophosphate-n-acetylneumeric acid) ଜିନକୁ ସକ୍ରିୟ କରିଥାଏ ଓ Neu5Gcକୁ ସନ୍ତୁଳିତ କରିଥାଏ । ମାତ୍ର ମନୁଷ୍ୟଙ୍କ ପୂର୍ବପୁରୁଷ ମଧ୍ୟରେ CMAH ଜିନ 2-3 ମିଲିୟନ ବର୍ଷ ପୂର୍ବେ ନିଷ୍କ୍ରିୟ ହୋଇସାରିଛି ।

ସିଆଲିକ ଏସିଡର ସାଧାରଣତଃ ଦୁଇପ୍ରକାର Derivative ଦେଖିବାକୁ ମିଳେ । Neu5Gc ଓ Neu5Ac । ମନୁଷ୍ୟ ମଧ୍ୟରେ ସାଧାରଣତଃ Neu5Ac ଦେଖିବାକୁ ମିଳୁଛି । କେବଳ ଗୋଟେ Hydroxide କମ୍ କାରଣରୁ ବର୍ତ୍ତମାନ ମନୁଷ୍ୟଙ୍କ ମଧ୍ୟରେ ହୃଦଘାତ ଦେଖାଦେଉଛି । ଆମ ପୂର୍ବପୁରୁଷଙ୍କ ମଧ୍ୟରେ ସାଧାରଣତଃ 6-OH ଦେଖାଯାଉଥିଲା କିନ୍ତୁ ବର୍ତ୍ତମାନ 5-OH ପରିଲକ୍ଷିତ ହେଉଛି ।

କିନ୍ତୁ ‘ରେଡ ମିଟ୍’ ଖାଉଥିବା ମନୁଷ୍ୟଙ୍କ ମଧ୍ୟରେ ବେଳେବେଳେ Neu5Gc ଦେଖିବାକୁ ମିଳେ । ବୈଜ୍ଞାନିକଙ୍କ କହିବା ମତରେ ଏହା ଏକ ପ୍ରତିକ୍ରିୟା ଓ ପୁରୁଣା ଜ୍ୱଳନକୁ ବୃଦ୍ଧି କରେ । ଏହାକୁ Xenosialitis କୁହାଯାଏ । ଏଥିରେ CMAH କମିଥାଏ ମାତ୍ର Neu5Gc ଅଧିକ ଦେଖିବାକୁ ମିଳେ । ଏହାଦ୍ବାରା ଚର୍ବିର ପରିମାଣ ବଢିଥାଏ ଓ ଆଥେରୋକ୍ଲେରୋସିସରେ ବୃଦ୍ଧି ପାଏ । ତେବେ CMAHର ଅଭାବ କେବଳ ହୃଦଘାତ ନୁହେଁ ବରଂ ପ୍ରଜନନ କ୍ଷମତା ଓ ଚାଲିବା ଶକ୍ତି ମଧ୍ୟ କମିଥାଏ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.