ETV Bharat / bharat

ଗ୍ରାମାଅ଼ଞ୍ଚଳର ପ୍ରତି 3 ଡାକ୍ତରରେ 2 ଜଣଙ୍କ ପାଖରେ ନାହିଁ ଆନୁଷ୍ଠାନିକ ଡିଗ୍ରୀ, ରିପୋର୍ଟ - ଗ୍ରାମୀଣ ଭାରତ

ଗ୍ରାମୀଣ ଭାରତରେ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ପ୍ରତି ୩ ଜଣ ଡାକ୍ତରଙ୍କ ମଧ୍ୟରୁ ଅନ୍ୟୂନ ୨ଜଣଙ୍କର ଆଧୁନିକ ଔଷଧ ସମ୍ପର୍କିତ ଶିକ୍ଷାଗତ ଯୋଗ୍ୟତା ନାହିଁ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।

ଗ୍ରାମାଅ଼ଞ୍ଚଳର ପ୍ରତି 3 ଡାକ୍ତରରେ 2 ଜଣଙ୍କ ପାଖରେ ନାହିଁ ଆନୁଷ୍ଠାନିକ ଡିଗ୍ରୀ, ରିପୋର୍ଟ

author img

By

Published : Jun 27, 2020, 1:09 PM IST

ନୂଆଦିଲ୍ଲୀ: ବିଭିନ୍ନ ସମୟରେ ଗ୍ରାମୀଣ ଭାରତରେ ଚିକିତ୍ସା ଅବହେଳାର ଦୃଶ୍ୟ ସାମ୍ନାକୁ ଆସିଥାଏ। କେତେବେଳେ ମେଡିକାଲରେ ଡାକ୍ତରଙ୍କ ଅଭାବ ତ ଆଉ କେତେ ବେଳେ ଆମ୍ବୁଲାନ୍ସ ନଥିବାରୁ ଖଟିଆରେ ରୋଗୀ ବୁହା।

ତେବେ ଏତେ ସବୁ ଅଭାବନୀୟ ଘଟଣା ମଧ୍ୟରେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟ କର ରିପୋର୍ଟ ଆସିଛି। ଗ୍ରାମୀଣ ଭାରତରେ ସ୍ବାସ୍ଥ୍ୟ ସେବା ଯୋଗାଉଥିବା ପ୍ରତି ୩ ଜଣ ଡାକ୍ତରଙ୍କ ମଧ୍ୟରୁ ଅନ୍ୟୂନ ୨ଜଣଙ୍କର ଆଧୁନିକ ଔଷଧ ସମ୍ପର୍କିତ ଶିକ୍ଷାଗତ ଯୋଗ୍ୟତା ନାହିଁ ବୋଲି ଏକ ଅଧ୍ୟୟନରୁ ଜଣାପଡ଼ିଛି।

ନୂଆଦିଲ୍ଲୀର ‘ସେଣ୍ଟର୍‌ ଫର୍ ପଲିସି ରିସର୍ଚ’ (ସିପିଆର୍) ଦେଶର ୧୯ଟି ରାଜ୍ୟର ୧, ୫୧୯ଟି ଗାଁରେ କରିଥିବା ଏହି ଅଧ୍ୟୟନ ‘ସୋସିଆଲ୍ ସାଇନ୍‌ସ୍ ଆଣ୍ଡ୍ ମେଡିକାଲ୍ ଜର୍ଣ୍ଣାଲ୍‌’ରେ ପ୍ରକାଶ ପାଇଛି। ୨୦୦୯ ମସିହାରେ ଏହି ଅଧ୍ୟୟନ କରାଯାଇଥିଲା ଏବଂ ଆଜି ଦିନରେ ମଧ୍ୟ ଗ୍ରାମୀଣ ଭାରତରେ ସ୍ବାସ୍ଥ୍ୟ ସେବା ପ୍ରାୟ ସେହି ଭଳି ରହିଛି ବୋଲି ଅଧ୍ୟୟନର ମୁଖ୍ୟ ଲେଖକ ଜିଷ୍ଣୁ ଦାସ କହିଛନ୍ତି।

୭୫% ଗାଁରେ ପାଖାପଖି ଜଣେ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀ ଅଛନ୍ତି। ପ୍ରତି ଗ୍ରାମରେ ଥିବା ହାରାହାରି ତିନିଜଣ ପ୍ରାଥମିକ ସ୍ବାସ୍ଥ୍ୟ ସେବା ପ୍ରଦାନକାରୀଙ୍କ ମଧ୍ୟରୁ ୮୬% ହେଉଛନ୍ତି ଘରୋଇ ଡାକ୍ତର ଏବଂ ସେମାନଙ୍କ ମଧ୍ୟରୁ ୬୮% ଆନୁଷ୍ଠାନିକ ଡାକ୍ତରୀ ତାଲିମ ପାଇ ନାହାନ୍ତି।

‘ସିପିଆର୍’ ଅଧ୍ୟୟନରୁ ଜଣାପଡ଼ିଛି ଯେ, ବିହାର ଏବଂ ଉତ୍ତର ପ୍ରଦେଶରେ ଥିବା ତାଲିମପ୍ରାପ୍ତ ଡାକ୍ତରଙ୍କ ଠାରୁ ତାମିଲନାଡୁ ଏବଂ କର୍ଣ୍ଣାଟକରେ ଅଣଆନୁଷ୍ଠାନିକ ଭାବେ ତାଲିମ ପାଇଥିବା ସ୍ବାସ୍ଥ୍ୟ ସେବାକାରୀଙ୍କ ସଂଖ୍ୟା ଅଧିକ ଏବଂ ଜ୍ଞାନ ମଧ୍ୟ ଉତ୍ତମ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.