ETV Bharat / bharat

କଂଗ୍ରେସ ସରକାର ଥିବା ରାଜ୍ୟରେ ଆମେ ସୁରକ୍ଷିତ ଅଛୁ: କାଫିଲ ଖାନ

କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ରାଜସ୍ଥାନକୁ ଆସିବାକୁ କହିଥିଲେ ଏବଂ ବହୁତ ସାହାଯ୍ୟ କରିଥିଲେ ବୋଲି ଡ. କାଫିଲ ଖାନ କହିଛନ୍ତି ।

author img

By

Published : Sep 4, 2020, 6:27 AM IST

କଂଗ୍ରେସ ସରକାର ଥିବା ରାଜ୍ୟରେ ସୁରକ୍ଷିତ ଅଛନ୍ତି କାଫିଲ ଖାନ

ଜୟପୁର: ଉତ୍ତେଜନାମୂଳକ ଭାଷଣ ଅଭିଯୋଗରେ ସାତ ମାସ କାରାଗାରରେ ଥିବା ଡ. କାଫିଲ ଖାନଙ୍କୁ ମୁକ୍ତ କରାଯାଇଛି । ଏହା ପରେ ସେ ଜୟପୁରରେ ସାମ୍ବାଦିକ ସମ୍ମିଳନୀ କରି ନିଜ ପକ୍ଷ ରଖିଛନ୍ତି। ତେବେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ତାଙ୍କୁ ରାଜସ୍ଥାନକୁ ଆସିବାକୁ କହିଥିଲେ ଏବଂ ବହୁତ ସାହାଯ୍ୟ କରିଥିଲେ। ତେଣୁ ସେ ଭରତପୁର ଦେଇ ରାଜ୍ୟରେ ପ୍ରବେଶ କରିଥିଲେ ବୋଲି କାଫିଲ ଖାନ କହିଛନ୍ତି। ରାଜସ୍ଥାନରେ କଂଗ୍ରେସ ସରକାର ଅଛି, ତେଣୁ ଆମେ ଏଠାରେ ସୁରକ୍ଷିତ ଅଛୁ ବୋଲି ସେ କହିଛନ୍ତି ।

ତେବେ ଉତ୍ତର ପ୍ରଦେଶରେ କାଫିଲ ଖାନଙ୍କ ଜୀବନ ପ୍ରତି ବିପଦ ଥିବା ସେ କହିଛନ୍ତି । ଉତ୍ତରପ୍ରଦେଶ ସରକାର ମିଥ୍ୟା ମାମଲାରେ ତାଙ୍କୁ ସମ୍ପୃକ୍ତ କରିପାରନ୍ତି । ତେଣୁ ସେ ରାଜସ୍ଥାନ ଆସିଛନ୍ତି । ସେଠାରେ ସେ ସୁରକ୍ଷିତ ଅଛନ୍ତି ବୋଲି କାଫିଲ କହିଛନ୍ତି ।

ଜେଲର ଯନ୍ତ୍ରଣା ବର୍ଣ୍ଣନା କରି କାଫିଲ ଖାନ କହିଛନ୍ତି , ଗତ ସାଢେ ସାତ ମାସ ଧରି ମୋତେ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିଲା । ତେବେ ଏସବୁ ଭୁଲିଯିବା ପରେ ମୁଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଅନୁରୋଧ କରି ପୁନର୍ବାର ଚାକିରିରେ ଯୋଗଦେବାକୁ ଚେଷ୍ଟା କରିବି। ସେଥିପାଇଁ ମୁଁ ତାଙ୍କୁ ଏକ ଚିଠି ଲେଖିବି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଯେ, ଗତ ବର୍ଷ ନାଗରିକତ୍ବ ସଂଶୋଧନ ଆଇନ୍‌ ବିରୋଧରେ ଲିଗଡରେ ଉତ୍ତେଜନାମୂଳକ ଭାଷଣ ଦେବା ଅଭିଯୋଗରେ ଜାତୀୟ ସୁରକ୍ଷା ଅଧିନିୟମ ଅନୁଯାୟୀ କାଫିଲ ପ୍ରାୟ ସାଢେ ସାତ ମାସ ଧରି ମଥୁରା ଜେଲରେ ରହିଥିଲେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.