ETV Bharat / bharat

କୋରୋନା ସଂକଟ ସମୟରେ ଅବାଧ ଓ ନିର୍ଭୁଲ ସୂଚନା ହିଁ ପ୍ରମୁଖ ଆବଶ୍ୟକତା: ୟୁରୋପୀୟ ସଂଘ ରାଷ୍ଟ୍ରଦୂତ

author img

By

Published : Mar 23, 2020, 11:07 PM IST

କୋଭିଡ୍‌-19 ଯୋଗୁଁ ଇଟାଲୀରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ମୃତ୍ୟୁସଂଖ୍ୟା ଦୃଷ୍ଟିରୁ ଏହା ଚୀନ୍‌କୁ ବି ଟପିଗଲାଣି । ନୂଆଦିଲ୍ଲୀରେ ୟୁରୋପୀୟ ସଂଘର ରାଷ୍ଟ୍ରଦୂତ ୟୁଗୋ ଆଷ୍ଟୁଟୋଙ୍କ ମତରେ ବର୍ତ୍ତମାନର ସବୁଠୁ ବଡ଼ ଆବଶ୍ୟକତା ହେଉଛି କଠୋର ପଦକ୍ଷେପ ଏବଂ ବିଜ୍ଞାନ ସମ୍ମତ ପ୍ରମାଣ ଭିତ୍ତିରେ ତାଲାବନ୍ଦ ବା ଲକ୍‌ଡାଉନ୍‌ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

କୋରୋନା ସଂକଟ ସମୟରେ ଅବାଧ ଓ ନିର୍ଭୁଲ ସୂଚନା ହିଁ ପ୍ରମୁଖ ଆବଶ୍ୟକତା

ସ୍ମିତା ଶର୍ମା, ନୂଆଦିଲ୍ଲୀ, 23 ମାର୍ଚ୍ଚ, 2020

ଏକ୍‌ସକ୍ଲୁସିଭ୍‌

କୋରୋନା ଭାଇରସ୍‌ ବିଶ୍ବବ୍ୟାପୀ ମହାମାରୀ ଯୋଗୁଁ ଉତ୍ପନ୍ନ ଅର୍ଥନୈତିକ ଅବସାଦ ସ୍ଥିତିର ମୁକାବିଲା ଲାଗି ଆର୍ଥିକ ସହାୟତା ପ୍ରସ୍ତାବ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିଛି 27ଟି ୟୁରୋପୀୟ ଦେଶ ସମୂହର ରାଜନୈତିକ ଏବଂ ଅର୍ଥନୈତିକ ସଂଗଠନ ୟୁରୋପୀୟ ସଂଘ । କୋଭିଡ୍‌-19 ଯୋଗୁଁ ଇଟାଲୀରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ମୃତ୍ୟୁସଂଖ୍ୟା ଦୃଷ୍ଟିରୁ ଏହା ଚୀନ୍‌କୁ ବି ଟପିଗଲାଣି । ଏହି ସର୍ବବ୍ୟାପୀ ମହାମାରୀ ପରବର୍ତ୍ତୀ କାଳରେ ଉପୁଜିବାକୁ ଥିବା ଆର୍ଥିକ ଦୁଃସ୍ଥିତିରୁ ମୁକୁଳିବା ଲାଗି ଇଟାଲୀ ମଧ୍ୟ ୟୁରୋପୀୟ ସଂଘକୁ ସହାୟତା ରାଶି ପ୍ରଦାନ ଲାଗି ଅନୁରୋଧ କରିଛି ।

ନୂଆଦିଲ୍ଲୀରେ ୟୁରୋପୀୟ ସଂଘର ରାଷ୍ଟ୍ରଦୂତ ୟୁଗୋ ଆଷ୍ଟୁଟୋଙ୍କ ମତରେ ବର୍ତ୍ତମାନର ସବୁଠୁ ବଡ଼ ଆବଶ୍ୟକତା ହେଉଛି କଠୋର ପଦକ୍ଷେପ ଏବଂ ବିଜ୍ଞାନ ସମ୍ମତ ପ୍ରମାଣ ଭିତ୍ତିରେ ତାଲାବନ୍ଦ ବା ଲକ୍‌ଡାଉନ୍‌ । ବରିଷ୍ଠ ସାମ୍ବାଦିକ ସ୍ମିତା ଶର୍ମାଙ୍କ ସହ ଏକ ସାକ୍ଷାତ୍‌କାରରେ ରାଷ୍ଟ୍ରଦୂତ ଆଷ୍ଟୁଟୋ କହିଛନ୍ତି ଯେ ଜରୁରୀକାଳୀନ ଭିତ୍ତିରେ କୋଭିଡ୍‌-19ର ପ୍ରତିଷେଧକ ଟୀକା ପ୍ରସ୍ତୁତ କରିବା ହିଁ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କାମ ଏବଂ ସମ୍ମିଳିତ ଢଙ୍ଗରେ ମୁକାବିଲା ଲାଗି ନିର୍ଭୁଲ ତଥ୍ୟ ଏବଂ ସ୍ବଚ୍ଛତା ଏ ସମୟର ସବୁଠୁ ବଡ଼ ଆବଶ୍ୟକତା । ନିଜ ନିଜ ଘରକୁ ଫେରି ନପାରି ବିଭିନ୍ନ ସ୍ଥାନରେ ଅଟକି ରହିଥିବା ନାଗରିକମାନଙ୍କର ଭିସା ଅବଧି ସଂପ୍ରସାରଣ ଦିଗରେ ଉଭୟ ଭାରତ ଏବଂ ୟୁରୋପୀୟ ସଂଘ ସୁଚିନ୍ତିତ ଉପାୟରେ କାର୍ଯ୍ୟରତ ବୋଲି ସେ ଆଶ୍ବାସନା ଦେଇଛନ୍ତି । ସର୍ବବ୍ୟାପୀ ମହାମାରୀ ପରବର୍ତ୍ତୀ ସମୟରେ କେତେକ ବ୍ୟକ୍ତିଙ୍କ ଉପରେ ଜାତିଆଣ ଆକ୍ରମଣ ସଂପର୍କରେ ସେ କହିଛନ୍ତି ଯେ, ବର୍ତ୍ତମାନ ଲୋକେ ମାନବୀୟ ସହାନୁଭୂତିଶୀଳତା ବଜାୟ ରଖିବା ହିଁ ଗୁରୁତ୍ବପୂର୍ଣ୍ଣ କଥା ।

କୋରୋନା ଭାଇରସ୍‌ ସଂକଟ ସମୟରେ ଅବାଧ ଏବଂ ନିର୍ଭୁଲ ସୂଚନା ହିଁ ପ୍ରମୁଖ ଆବଶ୍ୟକତା: ୟୁରୋପୀୟ ସଂଘ ରାଷ୍ଟ୍ରଦୂତ

ପ୍ରଶ୍ନ- ସମ୍ପ୍ରତି ୟୁରୋପୀୟ ସଂଘ କେତେ ବଡ଼ ସଂକଟର ସମ୍ମୁଖୀନ ହୋଇଛି ?

ସାରା ବିଶ୍ବରେ ଏହି ସର୍ବବ୍ୟାପୀ ମହାମାରୀ ବ୍ୟାପିବାରେ ଲାଗିଛି ଏବଂ ସାରା ବିଶ୍ବ ପ୍ରତି ଦେଖାଦେଇଥିବା ଏହି ବିପତ୍ତିର ମୁକାବିଲା ଲାଗି ଅନ୍ତର୍ଜାତୀୟ ସ୍ତରରେ ଉଦ୍ୟମ ଆବଶ୍ୟକ । ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟର ସୁରକ୍ଷା ଏବଂ ଆଗକୁ ମୃତ୍ୟୁସଂଖ୍ୟା ରୋକିବା ଦିଗରେ ଆମେ ସମସ୍ତେ ସଂକଳ୍ପବଦ୍ଧ ଭାବରେ ଏକାଠି ହୋଇ କାମ କରିବା ଆବଶ୍ୟକ । ୟୁରୋପରେ ଆମେ ବହୁ କଠୋର ପଦକ୍ଷେପ ଗ୍ରହଣ କରିଛୁ । ବିଭିନ୍ନ ଦେଶର ସୀମା ବନ୍ଦ, ତାଲାବନ୍ଦ କରାଯାଇଛି ଏବଂ ଉପଲବ୍ଧ ସର୍ବୋତ୍ତମ ବିଜ୍ଞାନସମ୍ମତ ପ୍ରମାଣ ଏବଂ ଅଭିଜ୍ଞତା ଭିତ୍ତିରେ ଏସବୁ କରାଯାଇଛି । କୋଭିଡ୍‌ ସମନ୍ବୟ ଦିଗରେ ସାମୂହିକ ଉଦ୍ୟମକୁ ସବୁ ସଦସ୍ୟଙ୍କ ଦ୍ବାରା ତ୍ବରାନ୍ବିତ କରାଯାଇଛି ଏବଂ ଜରୁରୀ ପଦକ୍ଷେପକୁ ପ୍ରଥମେ କାର୍ଯ୍ୟକାରୀ କରାଯାଉଛି । ଅର୍ଥନୀତି ଉପରେ ଏହି ସଂକଟର କୁପ୍ରଭାବକୁ ଏଡ଼ାଇବା ପାଇଁ ଆମେ ସମର୍ଥ ପଦକ୍ଷେପ ନେବା ଆରମ୍ଭ କରିଛୁ । ଇତ୍ୟବସରରେ, ଏହି ଭୂତାଣୁ ସହ ମୁକାବିଲା କରିବା ଏବଂ ତଦ୍‌ଜନିତ କୁପରିଣାମକୁ ପ୍ରଶମିତ କରିବା ଲାଗି ଆମେ ସଂପୂର୍ଣ୍ଣ ପ୍ରସ୍ତୁତ ରହିଛୁ ।

ଆମେ ଏହାକୁ ଜିଣି ପାରିବୁ । ୟୁରୋପୀୟ ସଂଘ ଭାବରେ ଆମ ସହିତ ପ୍ରବୀଣ ବିଜ୍ଞାନୀମାନେ ଅଛନ୍ତି । ଏହି ମହାମାରୀ ଚିହ୍ନଟ କରିବା ଏବଂ ଚିକିତ୍ସା କରିବା ଦିଗରେ ଟୀକା ପ୍ରସ୍ତୁତି ପାଇଁ ସରକାରୀ ଓ ବେସରକାରୀ ଭାବରେ ଆମେ 10 ମିଲିଅନ୍‌ (14 କୋଟି) ୟୁରୋ ଯୋଗାଡ଼ କରିଛୁ । ଯେତେ ଶୀଘ୍ର ସମ୍ଭବ ଏହାର ଏକପ୍ରତିଷେଧକ ଟୀକା ପାଇବା ଆମ ପାଇଁ ଗୁରୁତ୍ବପୂର୍ଣ୍ଣ । ଆମେ ସବୁ ପ୍ରକାର ସ୍ବଚ୍ଛତା ଅବଲମ୍ବନ କରୁଛୁ । ୟୁରୋପୀୟ କମିସନଙ୍କ ୱେବ୍‌ସାଇଟ୍‌ ସମେତ ବିଭିନ୍ନ ୱେବ୍‌ସାଇଟ୍‌ରେ ସବୁ ସମାହିତ ସଂଖ୍ୟା ସହିତ ସାମ୍ପ୍ରତିକ ସୂଚନା ଉପଲବ୍ଧ ହେଉଛି । ଆମର ଦୃଢ଼ ବିଶ୍ବାସ ଯେ, କୌଣସି ସଂକଟ ସମୟରେ ଅବାଧ ଓ ନିର୍ଭୁଲ ସୂଚନା ହିଁ ପ୍ରମୁଖ କଥା । ସ୍ଥାନୀୟ ଏବଂ ଜାତୀୟ ସ୍ତରରେ ନିଆଯାଉଥିବା ପଦକ୍ଷେପ ସହିତ ଆମେ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟ କରିବା ଗୁରୁତ୍ବପୂର୍ଣ୍ଣ । କାରଣ, ଏହି ଭୂତାଣୁ ଜାତୀୟ ସୀମାକୁ ଭ୍ରୁକ୍ଷେପ କରେନାହିଁ । ଆମେ ସମସ୍ତ ବହୁପାକ୍ଷିକ ସଂସ୍ଥା ଓ ବ୍ୟବସ୍ଥାର ନିଶ୍ଚିତ ଉପଯୋଗ କରିବା ଆବଶ୍ୟକ । ଯେଉଁଥିରେ ସବୁଠୁ ଉଲ୍ଲେଖନୀୟ ହେଉଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ।

ପ୍ରଶ୍ନ- ଏହି ପ୍ରାଦୁର୍ଭାବ ପରଠାରୁ ସଦସ୍ୟ ଦେଶଗୁଡ଼ିକର ସୀମାରେ ଅବାଧ ଯାତ୍ରା ଯୋଗୁଁ ୟୁରୋପୀୟ ସଂଘ ପ୍ରତି କେତେ ବିପଦ ଆଶଙ୍କା ରହିଛି ? ପୂର୍ବରୁ ବିମାନ ଯାତ୍ରା କରିଥିବା କୋଭିଡ୍‌-19 ସଂକ୍ରମିତ ସମସ୍ତ ଯାତ୍ରୀଙ୍କୁ ପ୍ରଭାବଶାଳୀ ଢଙ୍ଗରେ ଚିହ୍ନଟ କରିବା ଏବେ ସମ୍ଭବ କି ?

ଆମେ ଏହାକୁ ନିବିଷ୍ଟ ଭାବରେ ବିଚାର କରୁଛୁ । ଲକ୍‌ଡାଉନ୍‌ ବା ତାଲାବନ୍ଦ ଅଧିକ ପ୍ରଭାବଶାଳୀ ହେଉଛି । ଆମେ ସମସ୍ତେ ଅତି କଠୋର ପଦକ୍ଷେପ ଗ୍ରହଣ କରୁଛୁ । ସାଧାରଣ ସ୍ବାସ୍ଥ୍ୟ ପ୍ରତି ଦେଖାଦେଇଥିବା ଏହି ବିପତ୍ତିର ମୁକାବିଲା ଲାଗି ଯାହା ସବୁ ଆବଶ୍ୟକ ସେ ସବୁ ପଦକ୍ଷେପ ଗ୍ରହଣ କରିବାକୁ ଆମେ ପ୍ରସ୍ତୁତ ରହିଛୁ । ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପରାମର୍ଶକୁ ଆମେ ନିଷ୍ଠାର ସହ ଅନୁସରଣ କରୁଛୁ । ବିଭିନ୍ନ ସ୍ବାସ୍ଥ୍ୟ ସଂଗଠନ ସହ ଆମେ ନିବିଡ଼ ସମ୍ପର୍କ ରକ୍ଷା କରୁଛୁ । ଆମେ ଅନେକ କଠୋର ଏବଂ ଦୃଢ଼ ନିଷ୍ପତ୍ତି ନେଉଛୁ, ଯାହାକି ବର୍ତ୍ତମାନ ସମୟରେ ଆବଶ୍ୟକ । ସମକାଳୀନ ଭାବରେ ମାନବୀୟ ଭାବନା ସହିତ ସାମୂହିକ ସାମାଜିକ ଓ ଅର୍ଥନୈତିକ ରୂପରେଖକୁ ଆମେ ସମ୍ମାନ ଜଣାଉଛୁ । ସାଧାରଣ ଲୋକଙ୍କ ସ୍ବାସ୍ଥ୍ୟ ପ୍ରତି ଥିବା ଏହି ବିପତ୍ତିର ମୁକାବିଲା କରିବା ହିଁ ପ୍ରଥମ କାମ ।

ପ୍ରଶ୍ନ- ଭାରତକୁ ଯାତ୍ରା ଉପରେ କଟକଣା ଜାରି ହୋଇଥିବା ଦେଶ ତାଲିକାରେ ୟୁରୋପୀୟ ସଂଘକୁ ସାମିଲ କରାଯାଇଛି ଏବଂ ବିଭିନ୍ନ ସ୍ଥାନରେ ବହୁ ଭାରତୀୟ ଛାତ୍ରଛାତ୍ରୀ ଅଧାବାଟରେ ଅଟକି ରହିଛନ୍ତି କିମ୍ବା ସେମାନଙ୍କ ପାଖରେ ରହିବା ସୁବିଧା ନାହିଁ । ଆବଶ୍ୟକସ୍ଥଳେ ଭାରତରେ ୟୁରୋପୀୟ ସଂଘ ରାଷ୍ଟ୍ରର ନାଗରିକ କିମ୍ବା ୟୁରୋପୀୟ ସଂଘ ସଦସ୍ୟ ରାଷ୍ଟ୍ରରେ ଥିବା ଭାରତୀୟ ନାଗରିକମାନଙ୍କ ଭିସା ଅବଧି ସଂପ୍ରସାରଣ କରାଯାଉଛି କି ?

ହଁ, ଆମେ କରୁଛୁ । ସଦସ୍ୟ ରାଷ୍ଟ୍ରଗୁଡ଼ିକ ନିଜେ ନିଜେ ଏହା କରୁଛନ୍ତି । ୟୁରୋପୀୟ ସଂଘ ଜରିଆରେ ସହାୟତା ଦେବାକୁ ବି ଆମେ ଚେଷ୍ଟା କରୁଛୁ । ଆମେ ସମସ୍ତେ ବୁଝିଛୁ ଯେ ଆମେ ଏହି ସଂକଟରେ ଏକାଠି ପଶିଛୁ ଏବଂ ପର୍ଯ୍ୟାପ୍ତ କୋହଳ ନୀତି ଅବଲମ୍ବନ ହିଁ ଏହି ସମୟର ବିଶେଷ ଆବଶ୍ୟକତା । ଭାରତରେ ଥିବା ୟୁରୋପୀୟ ବ୍ୟକ୍ତି ହୁଅନ୍ତୁ କିମ୍ବା ୟୁରୋପରେ ଥିବା ଭାରତୀୟ, ସମୟର ଆବଶ୍ୟକତାକୁ ସ୍ପଷ୍ଟ ଓ ବିସ୍ତୃତ ଭାବେ ହୃଦୟଙ୍ଗମ କରି ଆମେ କାମ କରୁଛୁ ।

ପ୍ରଶ୍ନ- ଦେଶ ଦେଶ ଭିତରେ ସୀମା ବନ୍ଦ କରିଦେବା ଏହି ମହାମାରୀ ସହ ମୁକାବିଲା ଲାଗି ପ୍ରକୃଷ୍ଟ ଉପାୟ ବୋଲି ଆପଣ ଭାବୁଛନ୍ତି କି ? ସମଷ୍ଟିଗତ ପ୍ରତିରୋଧକ ଶକ୍ତିରୁ କୌଣସି ସମାଧାନ ମିଳେ କି ?

ମୁଁ ଡାକ୍ତରୀ ଚିକିତ୍ସା ବିଶେଷଜ୍ଞ ନୁହେଁ । କିନ୍ତୁ ଉପଲବ୍ଧ ସର୍ବୋତ୍ତମ ବିଜ୍ଞାନସମ୍ମତ ଅଭିଜ୍ଞତା ଭିତ୍ତିରେ ହିଁ ୟୁରୋପୀୟ ସଂଘ ନିଷ୍ପତ୍ତି ନେଉଛି । ଯାହା କିଛି ଆମେ କରୁଛୁ, ବିଜ୍ଞାନସମ୍ମତ ପ୍ରମାଣ ଭିତ୍ତିରେ କରିବାକୁ ଚେଷ୍ଟା କରୁଛୁ ।

ପ୍ରଶ୍ନ- ଏହି ସର୍ବବ୍ୟାପୀ ମହାମାରୀ ଯୋଗୁଁ ଦେଖା ଦେଇଥିବା ଅର୍ଥନୈତିକ ସଂକଟର ମୁକାବିଲା ଲାଗି ବିଭିନ୍ନ ସରକାର କିଭଳି ପ୍ରୋତ୍ସାହନ ପ୍ୟାକେଜ୍‌ ପ୍ରଦାନ କରିବା ଦରକାର ?

ଗବେଷଣା ଏବଂ ପ୍ରତିଷେଧକ ଟୀକା ପାଇଁ ଆମେ 140 ମିଲିଅନ୍‌ (14 କୋଟି) ୟୁରୋ ଯୋଗାଡ଼ କରିଛୁ । ଏହି ଭୂତାଣୁକୁ ନିୟନ୍ତ୍ରିତ କରିବା ଦିଗରେ ପ୍ରସ୍ତୁତି ପାଇଁ ସର୍ବୋତ୍ତମ ପନ୍ଥା ନିର୍ଦ୍ଧାରଣ ଲାଗି ଆମେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନକୁ 400 ମିଲିଅନ୍‌ (40 କୋଟି) ୟୁରୋ ପ୍ରଦାନ କରିବାକୁ ପ୍ରସ୍ତାବ ଦେଇଛୁ । ଯାହା ଦ୍ବାରା ଆମେ ସମସ୍ତେ ଏକତ୍ର ଭାବରେ କାମ କରିପାରିବା । ଏହି ବିପତ୍ତି ଯୋଗୁଁ ଗୁରୁତର ସାମାଜିକ-ଅର୍ଥନୈତିକ ପରିଣତି ଆଶଙ୍କାକୁ ଆଖିରେ ରଖି ଅର୍ଥନୀତି ଉପରେ ଏହାର କୁପ୍ରଭାବକୁ ନିୟନ୍ତ୍ରିତ କରିବା ଦିଗରେ ଆମେ ପ୍ରୟାସ କରୁଛୁ । ଆମେ ଅନେକ ପଦକ୍ଷେପ ନେଇସାରିଛୁ । ଏହା ଏମିତି ଏକ ବଜାର, ଯାହା ପାଇଁ ଆମେ ନିର୍ଦ୍ଦିଷ୍ଟ ନୀତି ପ୍ରଣୟନ କରିଆସୁଛୁ ଏବଂ ନମନୀୟତା, ସ୍ଥିରତା ଏବଂ ଅଭିବୃଦ୍ଧିର ଉପଯୋଗ କରି ଏକ ନୂଆ ବଜେଟ୍‌ ପ୍ରସ୍ତୁତ କରୁଛୁ । ଏହି ଭୂତାଣୁକୁ ନିୟନ୍ତ୍ରଣ କରିବା ଦିଗରେ ହିଁ ସବୁ ଉଦ୍ୟମ କରାଯାଉଛି । ପରିସ୍ଥିତିକୁ ସମ୍ଭାଳିବା ପାଇଁ ଯାହା ଦରକାର, ଆମେ ସେ ସବୁ ନିଶ୍ଚିତ ଭାବରେ କରିବା ଦରକାର । ଆମେ ସୃଜନାତ୍ମକ ଏବଂ ନୂତନ ସମାଧାନ ପନ୍ଥା ସହିତ ପ୍ରସ୍ତୁତ ହୋଇ ରହିଛୁ ।

ପ୍ରଶ୍ନ- ଭିଡିଓ କନ୍‌ଫରେନ୍‌ସରେ ସାର୍କ ସମ୍ମିଳନୀ ଆୟୋଜନ ଢଙ୍ଗରେ ଅନ୍‌ଲାଇନ୍‌ରେ ଜି20 ସଦସ୍ୟ ରାଷ୍ଟ୍ର ସମୂହର ବୈଠକ ଲାଗି ପ୍ରଧାନମନ୍ତ୍ରୀ ମୋଦି ପ୍ରସ୍ତାବ ଦେଇଛନ୍ତି । ବିଶ୍ବ ସ୍ତରରେ ନିରାକରଣ ପାଇଁ ଆଗକୁ ବହୁପକ୍ଷବାଦ ଏକ ଉପାୟ ସାବ୍ୟସ୍ତ ହେବ କି ?

ଆମେ ତାହା କରିବା ଅତି ଗୁରୁତ୍ବପୂର୍ଣ୍ଣ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମୟୋଚିତ ପଦକ୍ଷେପକୁ ଆମେ ପ୍ରଶଂସା କରିଥିଲୁ । ଏବେ ଆମ ମତରେ, ବହୁପାକ୍ଷିକ ସଂସ୍ଥା ଏବଂ ଅନ୍ତର୍ଜାତୀୟ ସ୍ତରରେ ସମନ୍ବୟ ଏବଂ ଏକତାକୁ ଶକ୍ତିଶାଳୀ କରିବାର ଆବଶ୍ୟକତା ପୂର୍ବ ତୁଳନାରେ ଅଧିକ ରହିଛି । ଏହି ବିପତ୍ତିର ସୁସଂହତ ମୁକାବିଲା ଲାଗି ଉନ୍ନତ ସମନ୍ବୟ ସ୍ଥାପନ ସକାଶେ ଆମେ ସମସ୍ତ ଉପଲବ୍‌ଧ ବ୍ୟବସ୍ଥାକୁ କାର୍ଯ୍ୟକ୍ଷମ କରାଇବୁ ।

ପ୍ରଶ୍ନ- ଏତେ ସବୁ ଦେଶ ଲକ୍‌ଡାଉନ୍‌ ସ୍ଥିତିରେ ଥିବା ସମୟରେ ଜି7 ଏବଂ ଜି20 ବୈଠକରେ ପ୍ରସ୍ତାବିତ ଯୋଜନା ସମୂହକୁ ତ୍ବରାନ୍ବିତ ଭାବରେ କାର୍ଯ୍ୟକ୍ଷମ କରାଯାଇପାରିବ କି ?

ସବୁ ଦେଶ ଏହି ପରିସ୍ଥିତିକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି ଏବଂ ବିକଶିତ ହେଉଥିବା ସର୍ବୋତ୍ତମ ବ୍ୟବସ୍ଥା ଏବଂ ଦକ୍ଷତାକୁ ଆପଣେଇ ନେବାକୁ ସେମାନେ ସମସ୍ତେ ପ୍ରସ୍ତୁତ ଅଛନ୍ତି । ବହୁପାକ୍ଷିକ ସ୍ତରରେ ଆମେ ସମସ୍ତଙ୍କର ଉପଲବ୍‌ଧିକୁ ତୁଳନା କରି ଦେଖିବା ଗୁରୁତ୍ବପୂର୍ଣ୍ଣ କଥା । କାରଣ ଏଥିରୁ ଆମେ ଅନ୍ୟମାନଙ୍କର ଅଭିଜ୍ଞତା ଓ ଅନୁଭୂତିରୁ ଶିକ୍ଷାଲାଭ କରିବାର ସୁଯୋଗ ପାଇପାରିବା ।

ପ୍ରଶ୍ନ- କରୋନା ଭାଇରସ୍‌ର ମୁକାବିଲା କ୍ଷେତ୍ରରେ ଉଚ୍ଚସ୍ତରୀୟ ପରୀକ୍ଷଣ ଏବଂ ନିର୍ଭୁଲ ତଥ୍ୟ ପ୍ରଦାନ ୟୁରୋପୀୟ ସଂଘ ପାଇଁ କେତେ ଗୁରୁତ୍ବପୁର୍ଣ୍ଣ ?

ଆମେ ମୁକ୍ତ ଏବଂ ସ୍ବଚ୍ଛ ସମାଜ ଲାଗି ଚେଷ୍ଟା କରିଛୁ । ଏହି ସଂକଟର ମୁକାବିଲା କ୍ଷେତ୍ରରେ ଏହା ପ୍ରମାଣିତ ହେବାରେ ଲାଗିଛି । ମହାମାରୀ ସ୍ଥିତି ସମ୍ପର୍କରେ ଗୋଟି ଗୋଟି କରି ସଦସ୍ୟ ରାଷ୍ଟ୍ର ସେମାନଙ୍କର ସର୍ବଶେଷ ସଂଖ୍ୟା ପ୍ରଦାନ କରନ୍ତି ଏବଂ ଏଥିପାଇଁ ସମର୍ପିତ ଏକ ୱେବ୍‌ସାଇଟ୍‌ ଜରିଆରେ ୟୁରୋପୀୟ କମିସନ ମଧ୍ୟ ତାହା ହିଁ କରନ୍ତି । ଆପଣ ଯଦି ଏହି ସଂକଟକୁ ବିଲୋପ କରିବାକୁ ଚାହାଁନ୍ତି, ତେବେ ଆପଣ ଆବଶ୍ୟକ କରୁଥିବା ସଂଖ୍ୟା, ଅଙ୍କ ଏବଂ ତଥ୍ୟର ଏକ ଭଣ୍ଡାର ପାଇପାରିବେ ।

ପ୍ରଶ୍ନ- ଏହି ସର୍ବବ୍ୟାପୀ ମହାମାରୀ କାରଣରୁ ଦିଲ୍ଲୀର ୟୁରୋପୀୟ ସଂଘ ଦୂତାବାସରେ ଆପଣଙ୍କର ନିତିଦିନିଆ ଜୀବନରେ କିଭଳି ପରିବର୍ତ୍ତନ ହୋଇଛି ? ଆପଣ କଣ ସବୁ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିଛନ୍ତି ?

ଆମେ ଭାରତ ସରକାର ଏବଂ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଜାରି କରୁଥିବା ନିର୍ଦ୍ଦେଶାବଳୀ ଅନୁସରଣ କରିବାକୁ ଚେଷ୍ଟା କରୁଛୁ । କେତେକ ପ୍ରମୁଖ ବ୍ୟବସ୍ଥାକୁ ଆମେ ଗମ୍ଭୀରତାର ସହ ଗ୍ରହଣ କରିଛୁ, ଯେମିତି କି ସାମାଜିକ ଦୂରତା, ହାତ ଧୋଇବା, କୌଣସି ସ୍ଥାନକୁ ଯାତ୍ରାରୁ ବିରତ ରହିବା । ଆମେ ଆଭ୍ୟନ୍ତରୀଣ ଏବଂ ଅନ୍ତର୍ଜାତୀୟ ଯାତ୍ରାକୁ ସୀମିତ କରିଛୁ କିମ୍ବା ବନ୍ଦ କରିଦେଇଛୁ । ବେଳେବେଳେ କେତେକ ପ୍ରତିନିଧିଙ୍କୁ ସହଯୋଗ କରିବା ଲାଗି କିମ୍ବା ଠିକ୍‌ ଏହି ସମୟରେ ଆପଣଙ୍କ ଦେଶର ନାଗରିକମାନେ ଆବଶ୍ୟକ କରୁଥିବା ସହଯୋଗ ଲାଗି ଆମକୁ ଯାତ୍ରା କରିବାକୁ ପଡ଼େ । ବହୁ ୟୁରୋପୀୟ ନାଗରିକ ନିଜ ନିଜ ଦେଶକୁ ଫେରିଯିବା ଦରକାର । ଠିକ୍‌ ଯେମିତି ଭାରତୀୟମାନେ ୟୁରୋପରୁ ଫେରିଆସିବା ଦରକାର । ଆମେ ପର୍ଯ୍ୟାପ୍ତ ସଂଖ୍ୟକ ୟୁରୋପୀୟ ସଂଘ ନାଗରିକମାନଙ୍କ କଥା କହୁଛୁ ।

ପ୍ରଶ୍ନ- ଏହି ସର୍ବବ୍ୟାପୀ ମହାମାରୀ ବ୍ୟାପିବା ପରେ ଚୀନ୍‌ର ନାଗରିକ କିମ୍ବା ଭାରତର ଉତ୍ତର-ପୂର୍ବ ରାଜ୍ୟ ସମୂହର ଲୋକେ କିମ୍ବା ଅନ୍ୟ ଦେଶର ନାଗରିକମାନେ ଜାତିଆଣ ଆକ୍ରମଣର ସମ୍ମୁଖୀନ ହୋଇଛନ୍ତି । ଏଭଳି ଖବର ପ୍ରତି ଆପଣଙ୍କର ପ୍ରତିକ୍ରିୟା କ’ଣ ?

ଏହା ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ । ଆମେ ସାମୂହିକ ଭାବେ କାମ କରିବା ଆବଶ୍ୟକ । ଏହା ଏକ ମହାମାରୀ, ଯାହା କି କୌଣସି ଦେଶର ସୀମାରେଖାକୁ ବିଚାର କରେନାହିଁ । ଆମେ ସମସ୍ତେ ଏହି ସଂକଟ ଭିତରେ ରହିଛୁ । ଏବେ ସହଯୋଗ ଓ ଏକତା ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା । ଆମେ ଏକାଠି ହୋଇ କାମ କରିବା ଦରକାର ଏବଂ ମାନବୀୟ ସହାନୁଭୂତି ବଜାୟ ରଖିବା ଆବଶ୍ୟକ । ସେଇଥିପାଇଁ ତ ଆପଣଙ୍କୁ ମଣିଷର ସ୍ବାସ୍ଥ୍ୟ ସମ୍ପର୍କରେ ଖବର ମିଳୁଛି, କୌଣସି ଦେଶର ସୀମାରେଖା ସମ୍ପର୍କରେ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.